ଲାଞ୍ଚ ନେଇ ଥାନା ଅଧିକାରୀ ଗିରଫ

ଢେଙ୍କାନାଳ ଅଫିସ,୨୬।୨: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଯୌତୁକ ଜନିତ ନିର୍ଯାତନା ମାମଲାରେ ୩୦୭ ଦଫାକୁ କାଟି ଦେବା ପାଇଁ ସେ ନିହଲପ୍ରସାଦ ଗ୍ରାମର ଅଇଁଠା ସେଠୀଙ୍କଠାରୁ ୬ ହଜାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଅଇଁଠାଙ୍କ ପୁଅ ଦିପୁନାଙ୍କ ନାମରେ ତାଙ୍କ ସ୍ତ୍ରୀ ଏକ ଯୌତୁକ ଜନିତ ମାମଲା ରୁଜୁ କରିଥିଲେ। କୌଣସି ସୂତ୍ରରୁ ଖବରପାଇ କଟକ ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ର୍ର ନାଥ ରାୟଗୁରୁଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଅନିରୁଦ୍ଧ ନାୟକ, ଅନୁପମା ସାହୁ ବିଜୟ କୁମାର ସେଠୀ ଚଢ଼ାଉ କରିଥିଲେ। ଏକ କାଳୀନ ଚିତ୍ତରଞ୍ଜନଙ୍କ ଶ୍ୱଶୁର ଘର, ଭଡ଼ାଘର କଟକସ୍ଥିତ ମହାନଦୀ ବିହାର, ଓ ନିଜସ୍ବ ଗ୍ରାମ ବାଙ୍କୀ ଅଞ୍ଚଳରେ ଚଢ଼ାଉ ଜାରି ରହିଛି।
ଏହି ଘଟଣାରେ ଚିତ୍ତରଞ୍ଜନଙ୍କ ବ୍ୟକ୍ତିଗତ ଡ୍ରାଇଭର ପ୍ରକାଶ ମହାଳିକ ଓ ଜଣେ ମଣ୍ଡି ବ୍ୟବସାୟୀ ଲକ୍ଷ୍ମଣ ସେଠୀ ମଧ୍ୟ ଗିରଫ ହୋଇଛନ୍ତି।