Posted inଖେଳ

ଲାଞ୍ଚ ଦେଇ ମ୍ୟାଚ୍‌ ଦେଖିଥିଲେ ବାଂଲାଦେଶ ଟାଇଗର

ଢାକା,୩୦।୫(ଏଏଫ୍‌ପି)- ବାଂଲାଦେଶ କ୍ରିକେଟ ଦଳର ସୁପରଫ୍ୟାନ ଭାବେ ପରିଚିତ ଶୋୟାବ ଅଲି ବିଶ୍ୱର ବିଭିନ୍ନ ଦେଶ ଭ୍ରମଣ କରି ଜାତୀୟ ଦଳକୁ ସମର୍ଥନ କରନ୍ତି। ଦେହ ଓ ମୁହଁରେ ବାଘ ଭଳି ରଙ୍ଗ କରି ମ୍ୟାଚ୍‌ ଦେଖୁଥିବା ୩୧ ବର୍ଷୀୟ କାର ମେକାନିକ୍‌ ନିଜ ଉତ୍ସାହ ଲାଗି ଲାଞ୍ଚ ଦେବାଠାରୁ ଆରମ୍ଭ କରି ନିଜକୁ ଆଘାତ ଦେବାରୁ ପଛାଇ ଯାଇ ନାହାନ୍ତି। ବାଂଲାଦେଶ ବୋଲର ଶାହାଦାଦ ହୋସେନଙ୍କ ଗାଡ଼ି ସଜାଡ଼ି ପ୍ରଥମ ଥର ଅନ୍ତର୍ଜାତୀୟ ମ୍ୟାଚ୍‌ ଦେଖିବାକୁ ଟିକେଟ୍‌ ପାଇଥିଲେ। ଭାରତ ବିପକ୍ଷ ମ୍ୟାଚ୍‌କୁ ବାଂଲାଦେଶ ଦଳ ୫ ଉଇକେଟରେ ଜିତି ନେଇଥିଲା। ଏହି ମ୍ୟାଚ୍‌ରେ ସଚିନ ତେନ୍ଦୁଲକର ବହୁ ପ୍ରତୀକ୍ଷିତ ୧୦୦ତମ ଶତକ ଅର୍ଜନ କରିଥିଲେ। ମ୍ୟାଚ୍‌ ପରେ ମୁଁ ବହୁ ସମୟ ଧରି ଗ୍ରାଉଣ୍ଡରେ କାନ୍ଦିଥିଲି। ସେଠାରେ ମୁଁ ଭାରତୀୟ ସୁପରଫ୍ୟାନ ସୁଧିର ଗୌତମଙ୍କୁ ଦେଖିଥିଲି, ଯିଏକି ଦେହରେ ଭାରତୀୟ ପତାକା ରଙ୍ଗ ଲଗାଇ ସମଗ୍ର ବିଶ୍ୱରେ ଟିମ୍‌ ଇଣ୍ଡିଆକୁ ସମର୍ଥନ କରନ୍ତି। ସେହିଠାରୁ ମୁଁ ତାଙ୍କ ଭଳି ଦେହରେ ରଙ୍ଗ ଲଗାଇ ପ୍ରତ୍ୟେକ ମ୍ୟାଚ୍‌ ଦେଖିବା ପାଇଁ ନିଷ୍ପତ୍ତି ନେଇଥିଲି ବୋଲି ସେ କହିଛନ୍ତି। ୧୩ ବର୍ଷରୁ ପାଠପଢ଼ା ଛାଡ଼ି ଦେଇଥିବା ଅଲି ଏପର୍ଯ୍ୟନ୍ତ ନିଜ ଦେଶରେ ଖେଳାଯାଇଥିବା ଗୋଟିଏ ମ୍ୟାଚ୍‌ ହାତଛଡ଼ା କରିଛନ୍ତି। ୨୦୧୩ଠାରୁ ସେ ବିଦେଶରେ ମଧ୍ୟ ଟିମ୍‌ ବାଂଲାଦେଶକୁ ଉତ୍ସାହିତ କରିବାକୁ ଯାଉଛନ୍ତି। ୨୦୧୩ରେ ସେ ଜିମ୍ବାଓ୍ବେ ଗସ୍ତ କରିଥିଲେ। କିନ୍ତୁ ଭିଜା, ପାସପୋର୍ଟ ଢାକା ବିମାନବନ୍ଦରରେ ଛାଡ଼ି ଦେଇଥିବାରୁ ହରାରେ ଆପ୍ରବାସନ କର୍ମକର୍ତ୍ତା ଅଲିଙ୍କୁ ସେଠାରୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏଣୁ ସେ ୧୦ ଡଲାର ଲାଞ୍ଚ ଦେଇ ବାଂଲାଦେଶ ଦଳକୁ ଫୋନ କରିଥିଲେ। ହେଲେ ସେମାନେ ଏ ସମ୍ପର୍କରେ କିଛି ବିଶେଷ ସହାୟତା କରିପାରି ନ ଥିଲେ। ନିୟମ ଅନୁଯାୟୀ କୌଣସି ଅସୁସ୍ଥ ବ୍ୟକ୍ତିଙ୍କୁ ଆପ୍ରବାସନ କର୍ମକର୍ତ୍ତା ଫେରାଇ ଦେଇ ପାରିବେ ନାହିଁ। ଏହା ଜାଣିବା ପରେ ମୁଁ ମୁଣ୍ଡକୁ କାନ୍ଥରେ ପିଟି ଅଚେତ ହେବାର ନାଟକ କରିଥିଲି। ବିମାନବନ୍ଦରରେ ଗୋଟିଏ ରାତି ରହିବା ପରେ ବାଂଲାଦେଶ ଅଫିସିଆଲ ମୋ ଭିଜା ନେଇ ଆସିଥିଲେ। ତାଙ୍କୁ ୨୦୧୫ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଭିଜା ମିଳି ନ ଥିଲା। ଏବେ ତାଙ୍କ ଗସ୍ତ ବାବଦ ଖର୍ଚ୍ଚକୁ ବାଂଲାଦେଶ କ୍ରିକେଟ ବୋର୍ଡ ବହନ କରୁଛି। ସେ ବର୍ତ୍ତମାନ ଇଂଲଣ୍ଡରେ ବାଂଲାଦେଶ ଦଳକୁ ଉତ୍ସାହିତ କରିବାକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri