ଲଗାଣ ବର୍ଷା: ୨ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର, ୧୪।୮(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ବେହାଲ୍‌ ହୋଇପଡ଼ିଛି ଜୀବନଯାତ୍ରା। ଯୋଗାଯୋଗ ଓ ଗମନାଗମନ ଏକପ୍ରକାର ଠପ୍‌ ହୋଇଯାଇଛି। ବିଶେଷକରି ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ପରି ତଳିଆ ଅଞ୍ଚଳରେ ବନ୍ୟା ବିତ୍ପତ୍ତି ଦେଖାଦେଇଛି।
୨୪ ଘଣ୍ଟାରେ ବଲାଙ୍ଗୀର ଓ ବରଗଡ଼ ଜିଲାରେ ସର୍ବାଧିକ ବର୍ଷା ହୋଇଛି। ବଲାଙ୍ଗୀର ବ୍ଲକରେ ସର୍ବାଧିକ ୫୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୧୭ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ହୋଇଥିବା ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି। ଲଗାଣ ବର୍ଷାରେ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୮ଟି ଜିଲାରେ ଅଧିକ ଏବଂ ୧୫ଟି ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ସ୍ଥିତିର ମୁକାବିଲା ପାଇଁ ୧୫ ଓଡ୍ରାଫ୍‌, ୩ ଏନ୍‌ଡିଆର୍‌ଏଫ୍‌ ଟିମ୍‌, ଅଗ୍ନିଶମ ବାହିନୀ ମୁତୟନ ଥିବା ଖବରଦାତା ସମ୍ମିଳନୀରେ ଏସ୍‌ଆର୍‌ସି ସେଠୀ ସୂଚନା ଦେଇଛନ୍ତି।