ଲଗାଣ ବର୍ଷା: କାନ୍ଥ ପଡ଼ି ଜଣେ ଗୁରୁତର

ମାର୍ଶାଘାଇ, ୨୭।୧୦ (ଡି.ଏନ୍‌.ଏ.)- ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ ବହୁ କ୍ଷୟକ୍ଷତି ଘଟିଛି। ମାର୍ଶାଘାଇ ବ୍ଲକର ତାଳସଙ୍ଗା ଗ୍ରାମରେ ଲଗାଣ ବର୍ଷା ପରେ କାନ୍ଥ ଭୁଷୁଡ଼ି ପଡ଼ିବାରୁ ଅନ୍ନଦା ପ୍ରସାଦ ଲେଙ୍କା (୬୩) ଗୁରୁତର ହୋଇଚନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।