Posted inଭଦ୍ରକ

ଲକ ଡାଉନ ଉଲ୍ଲଂଘନକାରୀ ଗିରଫ, ଜରିମାନା ଆଦାୟ

ଧାମନଗର,୧୨ା୪(ଡି.ଏନ୍‌.ଏ.)- ଧାମନଗର ବ୍ଲକରେ ଲକ ଡାଉନ ଅବମାନନା ନେଇ ବ୍ଲକ ପ୍ରଶାସନ କଡ଼ା ପଦକ୍ଷେପ ନେଉଛି। ରବିବାର ପୂର୍ବାହ୍ନରେ ଧାମନଗର ଆଡିସନାଲ ତହସିଲଦାର ଲଗ୍ନଜିତ ବେହେରା ଧୂଷୁରୀ ଥାନା ପୋଲିସ ସହାୟତାରେ ଅସୁରାଳୀ ବଜାର, ମଙ୍ଗଳପୁର, ସହିଦନଗର ଅଞ୍ଚଳରେ ଚଢଉ କରିଥିଲେ। ମାସ୍କ ବ୍ୟବହାର କରି ନ ଥିବା ୧୨ ଜଣଙ୍କଠାରୁ ୨୪ ଶହ ଟଙ୍କା ଜରିମାନା ଆଦାୟ କରିବା ସହିତ ଜଣେ ଦୋକାନୀଙ୍କଠାରୁ ୧ ହଜାର ଜରିମାନା ଆଦାୟ କରିଛନ୍ତି। ସେହିପରି ଶନିବାର ଭଣ୍ଡାରୀପଡା ଗ୍ରାମର କାର୍ତ୍ତିକ ସାହୁଙ୍କୁ ପୋଲିସ ଗିରଫ କରିଛି। ସେ ଜଣେ ମହିଳା ସରକାରୀ ଅଧିକାରୀଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ଅଶ୍ଳୀଳ ଭାଷା ଲେଖିଥିବା ଅଭିଯୋଗରେ ଗିରଫ ହୋଇଥିବା ଆଡିସନାଲ ତହସିଲଦାର ବେହେରା ସୂଚନା ଦେଇଛନ୍ତି। ଧାମନଗର ଥାନା ଅଧୀନରେ କୋରୋନା ଦାୟିତ୍ୱ ନେଇଥିବା ଅନ୍ୟ ଆଡିସନାଲ ତହସିଲଦାର ଅଭିଲିପ୍ସା ପଟ୍ଟନାୟକ ଶନିବାର ଧାମନଗର ସାନ ବଜାରରେ ଜଳଖିଆ ଦୋକାନ ଖୋଲିଥିବା ଆନନ୍ଦ ସାହୁଙ୍କୁ ଗିରଫ କରିଥିଲେ। ରବିବାର ଜାହାଙ୍ଗିର ବଜାରରେ ଜଣେ ଦୋକାନୀଙ୍କୁ ବେଆଇନ ଭାବେ ଦୋକାନ ଖୋଲିଥିବା ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri