ଲକ୍‌ ଡାଉନ ଉଲ୍ଲଂଘନକାରୀ ଗଣିଲେ ଜରିମାନା

ବନ୍ତ,୧୬।୪(ଡି.ଏନ୍‌.ଏ.): କରୋନା ଲକ୍‌ ଡାଉନ୍‌ ପରିପେକ୍ଷୀରେ ବୁଧବାର ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ଲକ୍‌ ଡାଉନ ଉଲଂଘନକାରୀଙ୍କ ଠାରୁ ୬ ହଜାର ୪ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ମାକ୍ସ ବ୍ୟବହାର କରି ନ ଥିବା ଅଭିଯୋଗରେ ୨ ଜଣଙ୍କ ଠାରୁ ବନ୍ତ ପୋଲିସ ୪ ଶହ ଟଙ୍କା ଆଦାୟ କରିଛି। ସେହିଭଳି ୩ ବାଇକ୍‌ ଚାଳକ କୌଣସି କାର୍ଯ୍ୟ ନ ଥାଇ ବାହାରେ ବୁଲାବୁଲି କରୁଥିବା ଅଭିଯୋଗରେ କେନ୍ଦୁଆପଦା ଫାଣ୍ଡି ପୋଲିସ ସେମାନଙ୍କଠାରୁ ୬ ହଜାର ଟଙ୍କା ଜରିମାନା ଆଦାୟ କରିଛି ା