ଲକ୍‌ ଡାଉନ୍‌ ସତ୍ତ୍ୱେ ଚାଲିଛି ଦେଶୀ ମଦ ବ୍ୟବସାୟ: ବଡମାଲ ଥାନାରେ ୧୫ ମାମଲା ରୁଜୁ, ୨୧ ଗିରଫ

ଝାରସୁଗୁଡା ଅଫିସ,୨୭ା୪- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକ୍‌ ଡାଉନ କରାଯାଇଛି। ଏହି ଲକଡାଉନ ସମୟରେ ବିଷେଶ କରି ମଦ ଦୋକାନ ଓ ଦେଶୀ ମଦ ଭାଟିଗୁଡିକୁ ବନ୍ଦ କରି ରଖିବା ପାଇଁ ନିର୍ଦ୍ଦେଶ ରହିଛି। ତେବେ ଝାରସୁଗୁଡା ଜିଲାର ବିଭିନ୍ନ ଥାନା ଅପେକ୍ଷା ବଡମାଲ ଥାନା ଅଞ୍ଚଳରେ ବହୁ ପରିମାଣରେ ବେଆଇନ ଦେଶୀ ମଦ କାରବାର ହେଉଛି। ପଡୋଶୀ ଜିଲା ସମ୍ବଲପୁର ଅଞ୍ଚଳରୁ ଏହି ମଦ ଏଠାକୁ ଆସୁଥିବା ଜଣାପଡିଛି। ସୂଚନା ମୁତାବକ ଏହି ଲକଡାଉନ ସମୟରେ ତଥା ଏପ୍ରିଲ ପହିଲାରୁ ଅଦ୍ୟାବଧି କେବଳ ବଡମାଲ ଥାନା ଅଧୀନରେ ୧୫ଟି ମାମଲା ରୁଜୁ ହୋଇଛି। ୨୧ ଜଣ ଗିରଫ ହୋଇ ସାରିଛନ୍ତି। ସେମାନଙ୍କଠାରୁ ପ୍ରାୟ ୩ ଶହ ଲିଟର ଦେଶୀ ମଦ ଜବତ ହୋଇଛି। ୧୦ଟି ମୋଟରସାଇକଲ ମଧ୍ୟ ଜବତ କରିଛି ପୋଲିସ। ତେବେ ତଦନ୍ତ ବେଳେ ସମ୍ବଲପୁର ଜିଲା ରେଙ୍ଗାଲି ଅଞ୍ଚଳରୁ ଏହି ମଦ ଚାଳାଣ ହୋଇ ଆସୁଥିବା ପୋଲିସ ଜାଣିବାକୁ ପାଇଛି। ବିଶେଶ କରି ରାତି ସମୟରେ ମୋଟର ସାଇକଲ ଯୋଗେ ଏହି ମଦ ଚାଳାଣ କରାଯାଉଛି। ଅନ୍ୟପକ୍ଷରେ ବର୍ତ୍ତମାନ ଲକଡାଉନ ଚାଳିଥିବାରୁ ବିଭିନ୍ନ ଗ୍ରାମରେ ସ୍ଥାନୀୟ ଲୋକେ ନିଜ ଗ୍ରାମ ସୀମାରେ ବଡ ବଡ ପଥର କିମ୍ବା ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଗାଁକୁ କୌଣସି ବାହାର ଲୋକଙ୍କୁ ଆସିବାକୁ ଦେଉନାହାନ୍ତି। ଏପରିକି ପୋଲିସ କିମ୍ବା ଆମ୍ବୁଲାନ୍ସକୁ ମଧ୍ୟ ଆସିବାକୁ ଦେଉ ନ ଥିବା ନଜିର ରହିଛି। ତେବେ ଏହି ପରିସ୍ଥିତିର ଫାଇଦା ଉଠାଇ ବେଧଡକ ଭାବେ ଗ୍ରାମ ମଧ୍ୟରେ ବେଆଇନ ଭାବେ ମଦ ବ୍ୟବସାୟ ଚାଲିଛି। ପୋଲିସ ଗ୍ରାମ ମଧ୍ୟକୁ ଯାଇପାରୁ ନ ଥିବାରୁ ମଦ ବ୍ୟବସାୟୀମାନେ ବେଧଡକ ଭାବେ ବେପାର କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ମଦ ଭାଟି ଗୁଡିକ ସିଲ୍‌ ଥିବାରୁ ପଡୋଶୀ ଜିଲାରୁ ହାତ ତିଆରି ଦେଶୀ ମଦ ଆଣି ବ୍ୟବସାୟ ହେଉଛି। ତେବେ ଏ ସମ୍ପର୍କରେ ବଡମାଲ ଥାନା ଅଧିକାରୀ ଅମିତାଭ ପଣ୍ଡାଙ୍କୁ ପଚାରିବାରୁ ସମ୍ବଲପୁର ଜିଲା ରେଙ୍ଗାଲି ଅଞ୍ଚଳରୁ ଏଠାକୁ ମଦ ଚୋରା ଚାଲାଣ କରାଯାଉଛି। ଏବଂ ପୋଲିସ କଡାକଡି ଭାବେ ପାଟ୍ରୋଲିଂ କରି ସେମାନଙ୍କୁ ଧରିବାରେ ସକ୍ଷମ ହେଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri