ଲକ୍‌ଡାଉନ ବେଳେ ବଢୁଛି ମଦ କାରବାର

କେନ୍ଦୁଝର,୧୬ା୪(ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଘୋଷଣା କରାଯାଇ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ଦୋକାନ ବଜାର ବନ୍ଦ ରହିଛି। ସେହିପରି ମଦ ଦୋକାନ ମଧ୍ୟ ରହିଛି। ତେବେ କେନ୍ଦୁଝରର କେତେକ ଚୋରା ମଦବେପାରୀ ଲୁଚାଛପାରେ କାରବାର ଚଲାଇଥିବା ଜଣାପଡିଛି। ଘରେ ମଦ ରଖି ସ୍କୁଟି, ବାଇକ୍‌ରେ ପେଟି ପେଟି ମଦ ବିକୁଥିବା ଅଭିଯୋଗ ହେଉଛି। ବୁଧବାର ଜିଲାପାଳଙ୍କ ଆଦେଶକ୍ରମେ କେନ୍ଦୁଝର ଅବକାରୀ ବିଭାଗ ପକ୍ଷରୁ ଚମ୍ପୁଆ ଓ କେନ୍ଦୁଝର ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବ୍ୟାପକ ବେଆଇନ ମଦ ଓ ପୋଚ ଜବତ କରଯାଇଛି। ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲି କହିଛନ୍ତି ଯେ, ଦୁଇଟି ଚଢାଉରେ ଚମ୍ପୁଆ ଉପଖଣ୍ଡର ସରେଇ, ପଞ୍ଚୁପୋଖରିଆ, ଦୋଧୂଳି, ହସେଲଗୁଧୁ, ତଡୁଆବାହାଳ, ଜାମୁଯୋଡି ଗ୍ରାମ ଓ ସଦର ଉପଖଣ୍ଡର ର ବଳଭଦ୍ରପୁର, ସୁଲେଇଖମାର, ପେଖରାପାଣି ଅଞ୍ଚଳରେ ଚଢାଇ କରି ୨ ଜଣଙ୍କୁ ଗିରଫ କରାଯାଇଛି ା ମୋଟ ୬ ଟି ମାମଲା ରୁଜୁ ହୋଇ ଅନ୍ୟମାନଙ୍କୁ ଖୋଜାଚାଲିଛି ା ସମୁଦାୟ ୪୫୮୦ କିଲୋ ମହୁଲ ପୋଚ ଜବତ ହୋଇଛି ା ୧୬୦ଲିଟର ଦେଶୀ ରନ୍ଧାମଦ ଜବତ ହୋଇଛି ା ସେମାନଙ୍କ ଠାରୁ ମଦ ରନ୍ଧା ସାମଗ୍ରୀ ଓ ଏକ ସାଇକେଲ ଜବତ କରାଯାଇଛି ା ଏଭଳି ଚଢାଉ ନିୟମିତ ଜାରି କରାଯିବ ବୋଲି କହିଛନ୍ତି ା