ଲକ୍‌ଡାଉନ ବିରୋଧୀ ଲଢେଇ; କମ୍ପାନୀ କର୍ମଚାରୀଙ୍କ ୩ ମାସର ବେତନ ଦେବ ଡେନ୍‌ମାର୍କ

ନୂଆଦିଲ୍ଲୀ,୩୦। ୩: କରୋନା ଯୋଗୁ ବର୍ତ୍ତମାନ ସାରା ବିଶ୍ୱରେ ଲକ୍‌ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହୋଇଛି। ଏଭଳି ସମୟରେ କମ୍ପାନୀଗୁଡିକ ଚାପରେ ରହିବା ଫଳରେ ଛଟେଇ ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି। ବିଭିନ୍ନ ଦେଶ ପ୍ୟାକେଜ ଘୋଷଣା ଦ୍ୱାରା ସ୍ଥିତିକୁ ନିୟନ୍ତ୍ରଣ କରୁଥିବା ଦେଖାଯାଉଛି। ଡେନ୍‌ମାର୍କ ଏ ଦିଗରେ ଏକ ମଧ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ଉଠାଇବାକୁ ଯାଉଛି। ସେଠାକାର ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ବିଚାରଧାରାଠାରୁ ଉର୍ଦ୍ଧ୍ୱକୁ ଯାଇ ଶ୍ରମ ସଙ୍ଗଠନ ଏବଂ କର୍ମଚାରୀ ସଂଘଗୁଡିକ ସହ ମିଳିତ ହୋଇ ଲକ୍‌ଡାଉନ ସମୟରେ ଉପୁଜିଥିବା ନିଯୁକ୍ତି ସଙ୍କଟ ବିରୋଧରେ ଲଢେଇ ଜାରି ରଖିବା ଲାଗି କାମ କରୁଛନ୍ତି। ଯୋଜନା କାର୍ଯ୍ୟକାରୀ ହେଲେ କମ୍ପାନୀଗୁଡିକ ପ୍ରଦାନ କରୁଥିବା ଆଗାମୀ ୩ ମାସ ବେତନର ପ୍ରାୟ ୯୦% ସରକାର ପ୍ରଦାନ କରିବେ। ଫଳରେ କମ୍ପାନୀଗୁଡିକ ଉପରେ ଚାପ କମିବ ଏବଂ ସେମାନେ ଛଟେଇ ଯୋଜନାରୁ ନିବୃତ୍ତ ରହିବେ। ଏହାବାଦ ଡେନମାର୍କର ସରକାର କମ୍ପାନୀଗୁଡିକର ଭଡା ବାବଦ ଖର୍ଚ୍ଚ ମଧ୍ୟ ସରକାର ଉଠାଇବେ ବୋଲି ସୂଚନା ରହିଛି। ଏଭଳି ଭାବେ ୨ଟି ଯୋଜନା ବାବଦକୁ ସେଠାକାର ସରକାର ୪୨.୬ ବିଲିୟନ ଡେନିସ କ୍ରୋନର ବା ୬.୨୭ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଯୋଜନା ଧାର୍ଯ୍ୟ ହୋଇଛି। ଏହି ଧାରାରେ ନେଦରଲାଣ୍ଡ ସରକାର ଯୋଡି ହୋଇଛନ୍ତି। ଯେଉଁ କମ୍ପାନୀଗୁଡିକ ଅନ୍ତତଃ ପକ୍ଷେ ୨୦% ରାଜସ୍ବ କ୍ଷତି ଦେଖାଇବେ ସେମାନଙ୍କ ଲାଗି କର୍ମଚାରୀଙ୍କ ବେତନରେ ସରକାର ୯୦% ଅର୍ଥ ବହନ କରିବା ନେଇ ବ୍ୟବସ୍ଥା କରାଯାଇଛି। ଏହାବାଦ ଇଂଲଣ୍ଡ ସରକାର ୮୦% ବେତନ ଅର୍ଥ ଉଠାଇବାକୁ କହିଛନ୍ତି। ଏହା ସହ ଅନ୍ୟ ସ୍ବତନ୍ତ୍ର ପଦକ୍ଷେପ ଦେଶଗୁଡିକ ହାତକୁ ନେଉଥିବା ଦେଖାଯାଇଛି। ଏଭଳି ପଦକ୍ଷେପ ସାମୂହିକ ଛଟେଇକୁ ରୋକିବା ଦିଗରେ ସହାୟକ ହେବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଆଗାମୀ କିଛି ଦିନରେ ସ୍ଥିତି ସୁଧୁରିଲେ କମ୍ପାନୀଗୁଡିକ ପୁଣି ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବା ସହ ବିକାଶ ପ୍ରକ୍ରିୟାରେ ସାମିଲ ହୋଇପାରିବେ ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri