ଲକ୍‌ଡାଉନ ଉଲ୍ଲଂଘନ: ୪ଜଣଙ୍କ ନାମରେ ମାମଲା

ସିମୁଳିଆ, ୧୯ା୪(ଡି.ଏନ.ଏ.)-କରୋନାକୁ ଖାତର ନ କରି ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ କେଳାପଲି ଛକ ନିକଟରେ ଖଟି କରୁଥିବା ୪ଜଣ ଯୁବକଙ୍କ ନାମରେ ପୋଲିସ ମାମଲା (ନଂ.୯୪/୨୦) ରୁଜୁ କରିଛି। ଶୁକ୍ରବାର କେଳାପଲି ଛକ ନିକଟରେ ଅଶୋକ ବେହେରା, ଶଶୀକାନ୍ତ ବେହେରା, ରାଧାକାନ୍ତ ବେହେରା ଓ ସୀତାକାନ୍ତ ବେହେରା ନାମକ ୪ଜଣ ଯୁବକ ଏକାଠି ହୋଇ ଖଟି କରୁଥିଲେ। ପୋଲିସ ଗାଡିକୁ ଦେଖି ସେମାନେ ଚାଲିଯାଇଥିଲେ। ପରେ ପୁଖି ସେମାନେ ଏକାଠି ହୋଇଥିବା ବେଳେ ସ୍ଥାନୀୟ ବଜାରକୁ ସଉଦା ନେବାକୁ ଆସିଥିବା ବିରଞ୍ଚିପୁର ଅଞ୍ଚଳର ଦେବୀପ୍ରସାଦ ପାଣିଗ୍ରାହୀ ନାମକ ଯୁବକ ଏହାକୁ ବିରୋଧ କରିଥିଲେ। ଯୁବକମାନେ ଏଥିରେ ଉତ୍ତ୍ୟକ୍ତ ହୋଇ ଫୋନ ଯୋଗେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ନାନା ଧମକ ଚମକ ଦେଇଥିଲେ। ଏନେଇ ଦେବୀ ପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି।