ଲକ୍‌ଡାଉନ ଉଲ୍ଲଂଘନ କରି ୮ବାଇକ୍‌ ଜବତ:୨ ଗିରଫ

ବାରିପଦା ଅଫିସ/ଠାକୁରମୁଣ୍ଡା,୨୬ା୩(ଡ଼ି.ଏନ୍‌.ଏ.)- ବୁଧବାରଠାରୁ ଲକ୍‌ଡାଉନକୁ କଡ଼ାକଡ଼ି କରିବା ଲାଗି ମୟୂରଭଞ୍ଜ ଜିଲା ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଲକ୍‌ଡ଼ାଉନର ପ୍ରଥମ ଦିନରେ ପୋଲିସ ନିୟମ ଉଂଲଘନ କରିଥିବା ଅଭିଯୋଗରେ ୮ଟି ବାଇକ୍‌କୁ ଜବତ କରିିଛି। ଠାକୁରମୁଣ୍ଡା ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ନିଜେ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଯାଞ୍ଚକୁ କଡ଼ାକଡ଼ି କରୁଛନ୍ତି। ବାରିପଦା ସହରର ୮ ଛକରେ ୨ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। ଏହାମଧ୍ୟରେ କରୋନା ସମ୍ପର୍କିତ ଖବର ଦେବାକୁ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ (୦୬୭୯୨) ୨୫୨୯୪୧ , (୦୬୭୯୨) ୨୫୨୭୫୯ ଏକ ୧୦୭୭ ଟ୍ରୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି।