ଲକ୍‌ଡାଉନ ଉଠିବା ପରେ ବାହାର ରାଜ୍ୟରୁ ଫେରିବେ ଲୋକେ: ନାମ ପଞ୍ଜିକରଣ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଫର୍ମ ଜାରି

ଛତ୍ରପୁର, ୨୧।୪( ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାର ବହୁ ଲୋକ ଓଡ଼ିଶା ବାହାରେ ଅଛନ୍ତି। ମେ’ ୩ ତାରିଖ ପରେ ଲକ୍‌ଡାଉନ ଉଠିବା ପରେ ସେମାନେ ଗଞ୍ଜାମ ଜ଼ିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିବେ। ସେମାନଙ୍କୁ ବାହାର ରାଜ୍ୟ ଫେରନ୍ତା ଭାବରେ ବିବେଚନା କରାଯିବ। ଯେଉଁମାନେ ଫେରିବାକୁ ଇଚ୍ଛୁକ ସେମାନେ ସଂପୃକ୍ତ ସରପଞ୍ଚଙ୍କ ପାଖରେ ଆଗୁଆ ନାମ ପଞ୍ଜିକରଣ କରିବେ। ଏ ନେଇ ଜିଲା ପ୍ରସାଶନ ପକ୍ଷରୁ ଏକ ସ୍ବତନ୍ତ୍ର ଫର୍ମ ଜାରି କରାଯାଇଛି। ଡିଓସିଏସ.ଗୁଗୁଲ.କମ୍‌ରେ କ୍ଲିକ କରି ଫର୍ମ ପୂରଣକରି ମୋବାଇଲରେ ମଧ୍ୟ ଦାଖଲ କରିପାରିବେ। ଏହିପରି ଭାବେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଜିଲାକୁ ସ୍ବାଗତ କରିହେବ। ଯେଉଁମାନେ ପଞ୍ଜିକରଣ ନ କରି ଜିଲ୍ଲାକୁ ଫେରିବାକୁ ଚାହିଁବେ ସେମାନଙ୍କୁ ଆସିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ବାହାର ରାଜ୍ୟ ଫେରନ୍ତା ବ୍ୟକ୍ତି ସିଧା ପଞ୍ଜିକରଣ କରିଥିବା ପଞ୍ଚାୟତର ନିରୁପୀତ କ୍ବାରାଣ୍ଟାଇନ୍‌ କେନ୍ଦ୍ରରେ ପହଞ୍ଚିବେ। ସେଠାରେ ସେମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯିବ। ଅସୁବିଧା ଥିଲେ ନମୂନା ଅଧିକ ପରୀକ୍ଷା ପାଇଁ ପଠାଯିବ। ସେଠାରେ ତାଙ୍କୁ ୧୪ ଦିନ କ୍ବାରାଣ୍ଟାଇନରେ ରଖାଯିବ। ପରିବାର ଲୋକଙ୍କ ସହ ସେମାନେ ମିଶିପାରିବେ ନାହିଁ। ପ୍ରତ୍ୟେକ କ୍ବାରାଣ୍ଟାଇନ ବ୍ୟକ୍ତିଙ୍କୁ ମାଗଣା ଖାଇବା ପିଇବା ବ୍ୟବସ୍ଥା କରାଯିବ ଏବଂ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ। କ୍ବାରାଣ୍ଟାଇନ ଶେଷ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୨୦୦୦ ଟଙ୍କା ପ୍ରଦାନ କରି ନିଜ ଘରକୁ ଚଡ଼ାଯିବ। କ୍ବାରାଣ୍ଟାଇନରେ ରହିବା ପାଇଁ କୌଣସି ବୟସ ସମୟସୀମା ନିର୍ଦ୍ଧାରଣ କରାଯାଇ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଚାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ବେଳାଭୂମି ଅବକ୍ଷୟ ରୋକିବାକୁ ଦାବିପତ୍ର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କନଫରେନ୍ସ ହଲ ଠାରେ ସୋମବାର ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲାପାଳ ଭି…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri