ଲକ୍‌ଡାଉନ୍‌: ୭୮ ବାଇକ୍‌ ଜବତ

ରାଇରଙ୍ଗପୁର,୯ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ଲାଗି ସାରା ଭାରତରେ ଲକ୍‌ ଡାଉନ କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସବ୍‌ ଡିଭିଜନର ବିଭିନ୍ନ ସ୍ଥାନରେ ଅମାନିଆ ଗାଡ଼ି ଚାଳକମାନେ ଏହାକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଥିଲା। କଟକଣା ଉଲ୍ଲଂଘନକାରୀଙ୍କୁ ସାବାଡ କରିବା ପାଇଁ ପୋଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରି ବୁଧବାର ସୁଦ୍ଧା ୭୮ଟି ବାଇକ୍‌ ଜବତ କରିଥିତ୍ବା ଜଣାପଡ଼ିଛି। ରାଇରଙ୍ଗପୁର ଟାଉନ ଓ ଗ୍ରାମାଞ୍ଚଳ ଥାନା ସମେତ ବହଳଦା, ଗୋରୁମହିଷାଣି ଏବଂ ବିଶୋଇ ଆଦି ଥାନା ଅଞ୍ଚଳରେ ପୋଲିସ ଏହି ବାଇକ୍‌ ଗୁଡିକ ଜବତ କରି ଥାନାରେ ରଖିଛି।