ଲକ୍‌ଡାଉନ୍‌ ବେଳେ ମାଲ୍‌ ପରିବହନରେ ବାଧା ନାହିଁ, ବ୍ୟବସାୟୀ ୧୦୦ ଡାଏଲ୍‌ କରିପାରିବେ: ସିପି

ଭୁବନେଶ୍ୱର,୮।୪(ବ୍ୟୁରୋ): ଛୋଟ ବ୍ୟବସାୟୀଙ୍କ ଗାଡ଼ିକୁ ତଳିଆ ପୋଲିସ କର୍ମଚାରୀ ଛାଡ଼ୁ ନ ଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏ ନେଇ ଏକ ଟୁଇଟ୍‌ କରି ସେ କହିଛନ୍ତି, ଲକ୍‌ଡାଉନ୍‌ ବେଳେ ମାଲ୍‌ ପରିବହନ ପ୍ରସଙ୍ଗରେ କୌଣସି ବାଧା ନାହିଁ। ପୋଲିସ ଅଧିକାରୀ ଘଟଣାର ସତ୍ୟାସତ୍ୟ ପରଖିଥିଲେ। ବାଙ୍କି, ଆଠଗଡ଼ ଓ ଖୁଣ୍ଟୁଣୀ ଯାଇ ସତ୍ୟାସତ୍ୟ ପରଖିଥିଲେ। ମାଲ ପରିବହନ ସୁଗମ କରିବାକୁ ସମସ୍ତ ବ୍ୟବସ୍ଥା କରୁଛୁ। ସମସ୍ୟା ହେଲେ ବ୍ୟବସାୟୀ ୧୦୦ ଡାଏଲ୍‌ କରିପାରିବେ। ଏହି ନମ୍ବରରେ ଫୋନ କରି ତେଜରାତୀ ଓ ପରିବା ବ୍ୟବସାୟୀଙ୍କୁ ଜଣାଇବାକୁ ସେ ଅନୁରୋଧ ମଧ୍ୟ କରିଛନ୍ତି।