ଆଜିର ଅର୍ଥନୀତି/ ଲକ୍‌ଡାଉନ୍‌ ବିକଳ୍ପ ନୁହେଁ

ଲକ୍‌ଡାଉନ୍‌ (୩.୦) ଦୁଇ ସପ୍ତାହ ବୃଦ୍ଧି ହେବା ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ଦୀର୍ଘମିଆଦୀ ଅନିଶ୍ଚିତତା ସୃଷ୍ଟିହୋଇଛି। ଏହି କାରଣରୁ ଲକ୍ଷ ଲକ୍ଷ ଶିଳ୍ପର ଭବିଷ୍ୟତ ସଂକଟ ମଧ୍ୟକୁ ଚାଲିଯିବ। ନିଯୁକ୍ତି ମଧ୍ୟ ଗଭୀର ଭାବେ ପ୍ରଭାବିତ ହେବ। କେନ୍ଦ୍ର ସରକାର ବିଭିନ୍ନ ଜିଲାକୁ ଗ୍ରୀନ୍‌, ଅରେଞ୍ଜ ଓ ରେଡ୍‌ ଜୋନ୍‌ (କଲର କୋଡିଂ)ଭାବେ ଚିହ୍ନଟ କରି ପର୍ଯ୍ୟାୟକ୍ରମେ କଟକଣା ହଟାଇ ନେଲେ ବି ଅର୍ଥ ବ୍ୟବସ୍ଥାକୁ କିଛି ଲାଭ ହେବନି। ବରଂ ଏହା ଅର୍ଥ ବ୍ୟବସ୍ଥା ସୁଧୁରିବାରେ ଆହୁରି ଜଟିଳ ପରିସ୍ଥିତି ସୃଷ୍ଟି କରିବ। କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଲାଗି ଦେଶ ସାରା ଲକ୍‌ଡାଉନ୍‌ ଲାଗୁ କରାଯାଇଥିଲା। ଏଯାବତ ଲକ୍‌ଡାଉନ୍‌ ତା’ର ଲକ୍ଷ୍ୟ ସାଧନ କରିପାରିଛି କି ନାହିଁ ତାହା ସନ୍ଦେହରେ। କିନ୍ତୁ ସଂକ୍ରମଣ ସଂଖ୍ୟାକୁ ଲକ୍ଷ୍ୟ କଲେ ସ୍ଥିତି ଆହୁରି ଖରାପ ହେଉଛି ବୋଲି ଜଣାପଡୁଛି। ଦେଶରେ ସଦ୍ୟ କୋଭିଡ୍‌ ଆକ୍ରାନ୍ତଙ୍କ ହାର ଦୁଇଗୁଣ ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଞ୍ଚିଛି। ମଙ୍ଗଳବାର ଦେଶରେ ନୂଆକରି ସଂକ୍ରମିତଙ୍କ ହାର ସର୍ବାଧିକ ବୃଦ୍ଧି ଓ ମୃତ୍ୟୁ ହାର ସାମନାକୁ ଆସିଲା। ଲଗାତର ଲକ୍‌ଡାଉନ ବୃଦ୍ଧି କରିବା ଦ୍ୱାରା ଦେଶ କ’ଣ ହାସଲ କଲା ତାହା ଆମକୁ ଏଯାବତ ଜଣାନାହିଁ। ଏହି କଟକଣା କେତେ ଦିନ ବଳବତ୍ତର ରହିବ ତାହା କେହି ବି ଜାଣନ୍ତି ନାହିଁ। ଲକ୍‌ଡାଉନ୍‌ ଏବେସୁଦ୍ଧା ଲକ୍ଷ ଲକ୍ଷ ଲୋକଙ୍କ ଜୀବିକାକୁ ସାଂଘାତିକ କ୍ଷତି ପହଞ୍ଚାଇ ସାରିଲାଣି। ଲୋକମାନଙ୍କଠାରେ ବିଷାଦର ଛାୟା ସ୍ପଷ୍ଟ ବାରିହେଉଛି। ବଡ଼ ବଡ଼ ଶିଳ୍ପାନୁଷ୍ଠାନଗୁଡି ଯେ ପୁଣି ଥରେ ସ୍ବାଭାବିକ ସ୍ଥିତିକୁ ଫେରିବ ଓ ପୁଣିଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ ତାହା ଭୁଲିଯିବା ସାର ହେବ। ଏହାବାଦ ଦେଶର କ୍ଷୁଦ୍ର ଶିଳ୍ପ ବି ଭୁଶୁଡି ପଡଛି।
ଏବକାର ସ୍ଥିତି ଭଲ ନ ଥିବାରୁ ଗ୍ରୀନ, ଅରେଞ୍ଜ ଓ ରେଡ୍‌ ଜୋନ (କଲର କୋଡିଂ) ଚିହ୍ନଟ କରି ଧୀରେଧୀରେ ଲକ୍‌ଡାଉନ୍‌କୁ କୋହଳ କରିବା ପାଇଁ ନିଆଯାଇଥିବା ସିଦ୍ଧାନ୍ତ ମୂଲ୍ୟହୀନ ବୋଲି ଜଣାପଡୁଛି। ଆର୍ଥିକ କାର୍ଯ୍ୟକଳାପରେ ଏବଂ ଚାକିରିରେ ଆସନ୍ନ କ୍ଷତି ଯୋଗୁ ଖାଉଟି ଚାହିଦା ମାନ୍ଦା ପଡିଯିବ। ଅର୍ଥ ବ୍ୟବସ୍ଥାରେ ଏକ ଲମ୍ବା ଅନିଶ୍ଚିତତାର ଯେଉଁ ଭୟ ଦେଖାଯାଇଛି ତା ଯୋଗୁ ଲୋକମାନେ ଖର୍ଚ୍ଚ କମାଇବାକୁ ବାଧ୍ୟ ହେବେ। ଏଣୁ ଗତ ସପ୍ତାହରେ ସରକାର ଜାରି କରିଥିବା ସଂଶୋଧିତ ଗାଇଡଲାଇନ ଅସ୍ପଷ୍ଟ ଓ ମୂଲ୍ୟହୀନ। ଗୋଟିଏ ରାଜ୍ୟରେ କଲର୍‌ କୋଡିଂ ଅନୁସାରେ ଅଞ୍ଚଳଗୁଡିକୁ ଚୟନ କରାଯାଇ ସେଠାରେ କି କାର୍ଯ୍ୟ ଚାଲୁ ରହିବ ତାହା ମଧ୍ୟ ଚୟନ କରାଯାଇଛି। ଗୋଟିଏ ଅଞ୍ଚଳରେ ଉତ୍ପାଦନ ଆରମ୍ଭ କରାଗଲେ ତାହା ସାହାଯ୍ୟ କରିବ ନାହିଁ। କରଣ ତାହାକୁ ଯୋଗାଣ କରିବାରେ ବହୁ ସମସ୍ୟା ରହିଛି। ଯଦି ପ୍ଲାଣ୍ଟ ପାଇଁ ଆବଶ୍ୟକ କଞ୍ଚାମାଲ ଓ ଶ୍ରମିକ ରେଡ୍‌ ଜୋନରୁ ଆସିବାକୁ ଥାଏ ତେବେ ଗ୍ରୀନ ଜୋନ୍‌ରେ ତାହା ଆରମ୍ଭ କଲେ ଲକ୍ଷ୍ୟ ସାଧିତ ହୋଇପାରିବ ନାହିଁ। ଗାଇଡଲାଇନରେ ବି ବହୁ ବିସଙ୍ଗତି ରହିଛି। ପାଖ ରେଡ୍‌ ଜୋନରେ ଥିବା ଷ୍ଟୋର ଅଣ ଅତ୍ୟାବଶ୍ୟକ ଜିନିଷ ବିକ୍ରି କରିପାରିବ କିନ୍ତୁ ଇ- କମର୍ସରେ ଏହାକୁ ଡେଲିଭରି କରାଯାଇପାରିବନି। ଏଣୁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଗାଇଡ୍‌ଲାଇନ ପାଳନ କରିବାର ବି ଗ୍ୟାରେଣ୍ଟି ନାହଁ। ଅନ୍ୟ ପକ୍ଷରେ ଭାରତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ଅଧିକ ପୁଞ୍ଜିନିବେଶ ଚାହୁଁଥିବାବେଳେ ସୁସଙ୍ଗତିର ଅଭାବ ଏବଂ ଗାଇଡଲାଇନ ପୁଞ୍ଜିନିବେଶକୁ ମଧ୍ୟ ପ୍ରଭାବିତ କରିଛି। ତେବେ ଲକ୍‌ଡାଉନ ସମୟରେ ନିବେଶକାରୀଙ୍କୁ ପାଣ୍ଠି ଉପଲବ୍ଧ କରିବା ପାଇଁ ରିଜର୍ଭବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ଅନେକେ ସକ୍ରିୟ ପଦକ୍ଷେପ ନେଇଥିଲେ ବି ତାହାର ଲାଭ ଲୋକଙ୍କୁ ଠିକ ଭାବରେ ମିଳିପାରୁନାହିଁ। ଟଙ୍କା ଯେଉଁଠି ପହଞ୍ଚିବା ଦରକାର ସେଠାରେ ପହଞ୍ଚିପାରୁନାହିଁ। ଦେଶରେ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପଗୁଡିକୁୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେବାକୁ ରହିଥିବା ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକ (ଏନବିଏପ୍‌ସି)ନିଜେ ଏବେ ସମସ୍ୟା ଘେରକୁ ଚାଲିଯାଇଛନ୍ତିି। ସେମାନଙ୍କ ଋଣ ପାଇଁ ସରକାର ଷ୍ଟାଣ୍ଡିଂ ଗ୍ୟାରେଣ୍ଟି ଦେଉ ନ ଥିବାରୁ ବ୍ୟାଙ୍କଗୁଡିକ ଏନ୍‌ବିଏଫ୍‌ସିଙ୍କୁ ଋଣ ଯୋଗାଇ ଦେଉ ନାହାନ୍ତି । ହସ୍ପିଟାଲିଟି ଭଳି କେତେକ ସେକ୍ଟର ସରକାରଙ୍କ ପ୍ରତ୍ୟେକ୍ଷ ସହଯୋଗ ଲୋଡିବେ। କୋଭିଡ୍‌ -୧୯ ସଂକ୍ରମଣରେ ଏହା ସବୁଠାରୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛନ୍ତି। ପର୍ଯ୍ୟଟନ ବି ବେଶି ପ୍ରଭାବିତ ହେବେ। ବର୍ତ୍ତମାନ ସମୟରେ ସରକାର ଯଦି ବ୍ୟୟ କମାନ୍ତି ତାହା ଅର୍ଥବ୍ୟବସ୍ଥାରେ ସୁଧାର ଆଣିବାରେ ବାଧା ଆଣିବ। ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ ହେଲେ ଦେଶରେ ତଳ ସ୍ତରରେ ଥିବା ୬୦ ପ୍ରତିଶତ ଗରିବ ଲୋକଙ୍କ ପାଖରେ ନଗଦ ଅର୍ଥ ପହଞ୍ଚାଇବା ଉଚିତ ବୋଲି ନୋବେଲ ପୁରସ୍କାର ବିଜେତା ଅଭିଜିତ ବାନାର୍ଜୀ ମଙ୍ଗଳବାର ସରକାରଙ୍କୁ ପସ୍ତାବ ଦେଇଛନ୍ତି।
ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥା ଯେଉଁ ଆହ୍ବାନର ସମ୍ମୁଖୀନ ହୋଇଛି ତାର ମୁକାବିଲା କରିବା ପାଇଁ ସରକାର ଅଧିକ କଛି କରୁ ନ ଥିବା ଦେଖାଯାଉଛି। କରୋନା ଭାଇରସକୁ ରୋକିବା ଲାଗି ଦେଶରେ ଲକ୍‌ଡାଉନ ଲାଗୁ କରି କଠୋର ପଦକ୍ଷେପ ନେବା ବ୍ୟତୀତ ସରକାର ତାଙ୍କ ଦାୟିତ୍ୱ ଭୁଲିଯାଇଛନ୍ତି। ସରକାରଙ୍କ ଏଭଳି ଦୃଷ୍ଟିକୋଣ ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇଛିି। ଏହି ସମୟରେ ମହାମାରୀକୁ ଦୃଷ୍ଟିରେ ରଖି ଆର୍ଥନୈତିକ ଦିିଗଗୁଡିକୁ ବିଚାର କରି ସର୍ବୋତ୍କୃଷ୍ଟ ପଦକ୍ଷେପ ନେବାକୁ ପଡିବ। ଭାଇରସ ଯୋଗୁ ଅର୍ଥବ୍ୟବସ୍ଥାରେ ଯେଉଁ କ୍ଷତି ହେଉଛି ବାରମ୍ବାର ଲକ୍‌ଡାଉନ ବଢ଼ାଇବା ଦ୍ୱାରା କ୍ଷତି ଭରଣା କରାଯାଇପାରିବ ନାହିଁ। ଜୀବନ ସୁରକ୍ଷା ହିଁ ସର୍ବୋଚ୍ଚ ପ୍ରାଥମିକତା ଏବଂ ଏଥିରେ କୌଣସି ବୁଝାମଣା କରାଯାଇପାରିବନି, କିନ୍ତୁ ଏଥିତ୍ରେ ସନ୍ତୁଳନ ରକ୍ଷା କରିବା ଦରକାର। ଟିକା ଆବିଷ୍କାର ହେବାକୁ ବିଳମ୍ବ ହୋଇନପାରେ,କିନ୍ତୁ ବିଶ୍ୱ କୋଭିଡ୍‌ ପର ନୂଆ ଦୃଶ୍ୟ ଦେଖିବ। ଏପରିକି ଭାଇରସ ବିରୋଧରେ ଲଢେଇ ଜାରି ରଖିବା ସମୟରେ ଆଉ କାଳବିଳମ୍ବ ନ କରି ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?