Categories: ଗଞ୍ଜାମ

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ବିଏମ୍‌ସିର ୬ ଦୋକାନ ସିଲ୍‌

ବ୍ରହ୍ମପୁର ଅଫିସ,୧୯ା୬- କରୋନା ମୁକାବିଲା ନେଇ ଘୋଷିତ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ୬ ଦୋକାନକୁ ସିଲ କରିଛି ପ୍ରଶାସନ। ବ୍ରହ୍ମପୁର ମହାନଗର ନିଗମ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗୁରୁବାର ରାମଲିଙ୍ଗମ୍‌ ଟେମ୍ପୁଲ ରୋଡ଼, ଗାନ୍ଧୀନଗର, ଚର୍ଚ୍ଚ ରୋଡ଼, ଗେଟବଜାର ଅଞ୍ଚଳରେ ଲକ୍‌ଡାଉନ୍‌ ନିୟମାବଳୀ ଉଲ୍ଲଂଘନ କରିଥିବା ୬ ଦୋକାନକୁ ସିଲ କରିଛି। ଅନ୍ୟପଟରେ ବ୍ରହ୍ମପୁର ତହସିଲଦାରଙ୍କ ନେତୃତ୍ୱରେ ଗଠିତ ସ୍କ୍ବାଡ୍‌ ବଡବଜାର, ଗିରିମାର୍କେଟ ଓ ଅନ୍ନପୂର୍ଣ୍ଣା ମାର୍କେଟ ଅଞ୍ଚଳରେ ଲାକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବା ଦୋକାନକୁ ବନ୍ଦ କରିଥିଲା। ଏହି ସମୟରେ ୪ ଦୋକାନରୁ ୧୦ କିଲୋ ଓଜନର ଗୁଟଖା ଜବତ କରାଯାଇଥିବା ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।