ଲକ୍‌ଡାଉନ୍‌ ଦୁଃଖ: ବିପଦରେ ୩୦୦ ପେଟ୍‌ ଶପ୍‌ରେ ଥିବା ଜୀବଜନ୍ତୁ

ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା କଟକଣାରେ ସମସ୍ତ ଜୀବଜଗତ ପ୍ରଭାବିତ। ଏଭଳିସ୍ଥିତିରେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। ତେବେ ବୁଲା ଜୀବଜନ୍ତୁ, ଗୃହପାଳିତ ପଶୁ ଏବଂ ପୋଷା ଜୀବଜନ୍ତୁଙ୍କ ସୁରକ୍ଷା ମଧ୍ୟ ଆବଶ୍ୟକ ହୋଇପଡ଼ିଛି। ସରକାର ଇତିମଧ୍ୟରେ ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୫୪ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଅପରପକ୍ଷରେ ବିଭିନ୍ନ ସାମାଜିକ କର୍ମୀ ବୁଲା ଗୋରୁ ଏବଂ କୁକୁରଙ୍କ ପାଇଁ ମଧ୍ୟ ଖାଦ୍ୟ ଯୋଗେଇବା କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଲେଣି। କିନ୍ତୁ ପେଟ୍‌ ଶପ୍‌ଗୁଡ଼ିକରେ ଥିବା ପୋଷା ଜୀବ କିମ୍ବା ବିକ୍ରି ଉଦ୍ଦେଶ୍ୟରେ ଥିବା ପଶୁପକ୍ଷୀଙ୍କ କଥା କାହାର ମନେ ପଡ଼ୁନି। ଓଡ଼ିଶାରେ ପ୍ରାୟ ୩୦୦ ପେଟ୍‌ ଶପ ଥିବାବେଳେ ଭୁବନେଶ୍ୱର ଓ କଟକରେ ୧୧୦ଟି ପେଟ୍‌ ଶପ୍‌ ରହିଛି। ଲକ୍‌ଡାଉନ୍‌ ଯୋଗୁ ଏସବୁ ବନ୍ଦ ରହିଛି। ସେମାନେ ଖାଦ୍ୟ ପାନୀୟ କିପରି ପାଇବେ, ତାହା ବଡ଼ ସମସ୍ୟା ହୋଇଯାଇଛି। ତେଣୁ ପେଟ୍‌ ଶପ୍‌ରେ ଥିବା ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ପଡ଼ିଯାଇଛି। କାରଣ ପେଟ୍‌ ଦୋକାନୀ ଯଦି ଖାଇବା ଏବଂ ପାଣି ଦେବା ପାଇଁ ନ ଯାଇପାରିଲେ ତେବେ ସେମାନେ ନିଶ୍ଚୟ ମରିଯିବେ। ତେଣୁ ଏହି ପେଟ୍‌ ଶପ୍‌ରେ ଥିବା ଜୀବଜନ୍ତୁଙ୍କ ନିମନ୍ତେ ଆନିମଲ ୱେଲଫେୟାର ବୋର୍ଡ ଅଫ୍‌ ଇଣ୍ଡିଆ ତରଫରୁ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଏକ ପତ୍ର ଲେଖାଯାଇଛି। ଏହି ପତ୍ରରେ ଉଲ୍ଲେଖ ରହିଛି ଯେ, ରାଜ୍ୟ ଜୀବେ ନିଷ୍ଠୁରତା ନିରାକରଣ ସମିତି(ଏସ୍‌ପିସିଏ) ମାଧ୍ୟମରେ ସମସ୍ତ ପେଟ୍‌ ଶପ୍‌କୁ ରାଜ୍ୟ ଜୀବଜନ୍ତୁ କଲ୍ୟାଣ ବୋର୍ଡ ଦ୍ୱାରା ତୁରନ୍ତ ଖାଲି କରେଇବା ପାଇଁ ଅନୁରୋଧ କରାଯାଇଛି। ରାଜ୍ୟରେ ଥିବା ଏସ୍‌ପିସିଏର ମୁଖ୍ୟ ଭାବରେ ଜିଲାପାଳମାନେ ରହିଥାନ୍ତି ଏବଂ ଯେଉଁଠି ଏସ୍‌ପିସିଏ ନଥିବ ସେହି ସ୍ଥାନରେ ଜିଲା ପ୍ରଶାସନ ଅନ୍ୟ ବ୍ୟବସ୍ଥା କରି ପେଟ୍‌ ଶପ୍‌ରୁ ପଶୁପକ୍ଷୀଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରାଯାଇଛି। ଏହି ଚିଠିକୁ ଅତି ଜରୁରୀ ବୋଲି ମାନିବାକୁ ମଧ୍ୟ ଅନୁରୋଧ କରାଯାଇଛି। ତେବେ ଗତ ୨୪ତାରିଖରେ ଏହି ଚିଠି ଆସିଥିବାବେଳେ ଏପର୍ଯ୍ୟନ୍ତ ସରକାର ବୋଧହୁଏ କୌଣସି ପଦକ୍ଷେପ ନେଇନାହାନ୍ତି। ଅନ୍ୟପଟେ ସକାଳ ଓ ସନ୍ଧ୍ୟାରେ ୨ବେଳା ନିର୍ଦ୍ଦିଷ୍ଟ ସମୟରେ ପେଟ୍‌ ସପ୍‌ ଖୋଲିବା ପାଇଁ ଅନୁମତି ଦେବାକୁ ଅନ୍ୟ ଏକ ଚିଠିରେ ଆନିମଲ ୱେଲଫେୟାର ବୋର୍ଡ ଅଫ୍‌ ଇଣ୍ଡିଆ ଅନୁରୋଧ କରିଛି।
ଏନେଇ ଭୁବନେଶ୍ୱରସ୍ଥିତ ଓ୍ବାଇଲ୍ଡ ଉଡ୍‌ସ ଏକଜୋଟିକ ପେଟ୍‌ ଶପ୍‌ର ବିଶ୍ୱରଞ୍ଜନ ଭଦ୍ର କୁହନ୍ତି, ଆମ ଦୋକାନରେ ଥିବା ପର୍ସିଆନ କ୍ୟାଟ୍‌, କୁକୁର ଏବଂ କିଛି ବିଦେଶୀ ପକ୍ଷୀଙ୍କୁ ଆମେ ଘରକୁ ନେଇ ଆସିଛୁ। କିନ୍ତୁ ଆକ୍ୱାରିୟମ ଥିବା ମାଛମାନଙ୍କ ପାଇଁ ମୁଁ ଦିନକୁ ୨ ଥର ଖାଦ୍ୟ ଦେବା ପାଇଁ ମାତ୍ର ୧୦ମିନିଟ୍‌ ପାଇଁ ଯାଉଛି। ଆମ ଘର ପାଖ ହୋଇଥିବାରୁ ମୁଁ ସରକାରୀ କଟକଣା ମାନି ଚାଲି ଚାଲି ଯାଉଛି। କିନ୍ତୁ ଯେଉଁମାନଙ୍କର ଘରଠାରୁ ଦୋକାନ ଦୂର ସେମାନେ ହଇରାଣ ହେଉଛନ୍ତି। ଯଦି କମିଶନରେଟ ପୋଲିସ ପେଟ୍‌ ଦୋକାନୀଙ୍କ ପାଇଁ ଦିନକୁ ୨ବେଳା ପାଇଁ ମାତ୍ର ଅଧଘଣ୍ଟା ଲେଖାଏ ପାସ୍‌ ବ୍ୟବସ୍ଥା କରନ୍ତା ତା’ହେଲେ ଆଉ ସମସ୍ୟା ରୁହନ୍ତା ନାହିଁ। ଅନ୍ୟପଟେ ଓଡ଼ିଶାରେ ଏକ୍‌ଜୋଟିକ ଜୀବଜନ୍ତୁମାନଙ୍କୁ ନେଇ ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜିଲା ପ୍ରଶାସନ ରଖେଇବା କଷ୍ଟକର ବୋଲି ପଶୁପ୍ରେମୀ କହୁଛନ୍ତି। ସବୁଠାରୁ ବଡ଼କଥା ହେଲା ଏହି ପଶୁପକ୍ଷୀମାନେ କେଉଁ ପ୍ରକାରର ଖାଦ୍ୟ କେଉଁ ସମୟରେ ଖାଇବେ ତାହା ଜଣେ ସାଧାରଣ ଲୋକ ପାଳନ କରିବା ଅସମ୍ଭବ। ତେଣୁ ପୋଲିସ ପେଟ୍‌ ଦୋକାନୀଙ୍କୁ ସେମାନଙ୍କ ପଶୁପକ୍ଷୀଙ୍କୁ ନିଜ ଘରକୁ ନେବା ପାଇଁ ଗୋଟିଏ ଦିନ ଅନୁମତି ଦେବା ଉଚିତ୍‌। ନଚେତ୍‌ ସେମାନଙ୍କୁ ଦୋକାନକୁ ଜୀବଜନ୍ତୁଙ୍କୁ ଖାଇବା ଦେବା ନିମନ୍ତେ ଆସିବା ପାଇଁ ପାସ୍‌ ଦେବା ଉଚିତ୍‌ ବୋଲି ପଶୁପ୍ରେମୀମାନେ କହିଛନ୍ତି।
ଅନ୍ୟପଟେ ରାଜ୍ୟ ସରକାର ଗତ ୨୮ତାରିଖରେ ଗୋଖାଦ୍ୟ, କୁକୁଡ଼ା ଖାଦ୍ୟ ଓ ମତ୍ସ୍ୟ ଖାଦ୍ୟ ସମେତ ଅନ୍ୟାନ୍ୟ ପଶୁଖାଦ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀରେ ଅନ୍ତର୍ଭୂକ୍ତ କରିଛନ୍ତି। ସେସବୁ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପେଟ୍‌ ଶପ୍‌ ଖୋଲା ରଖିବା ପାଇଁ କୌଣସି ନିୟମ କରିନାହାନ୍ତି। ଏଦିଗରେ ଭବାନୀପାଟଣାର ପେଟ୍‌ ଦୋକାନୀ ଶୁଭକାନ୍ତ ପଟ୍ଟନାୟକ କୁହନ୍ତି, ଯେହେତୁ ଓଡ଼ିଶା ସରକାର ପେଟ୍‌ ଫିଡ୍‌ ଏବଂ ମାଛ ଖାଦ୍ୟ ପାଇଁ ଅନୁମତି ପ୍ରଦାନ କରିଛନ୍ତି, ତେଣୁ ପେଟ୍‌ ଦୋକାନୀଙ୍କୁ ସକାଳେ ୨ ଘଣ୍ଟା ଏବଂ ସାରେ ୨ ଘଣ୍ଟା ଖୋଲିବା ପାଇଁ ଅନୁମତି ଦିଆଯାଉ। ଫଳରେ ସେମାନେ ନିଜ ଦୋକାନରେ ଥିବା ପଶୁ, ପକ୍ଷୀ ଓ ମାଛ ମାନଙ୍କର ଯତ୍ନ ନେଇପାରିବେ। ଏଥି ସହିତ ଏହି ସମୟରେ ସାଧାରଣ ଲୋକେ ମଧ୍ୟ ନିଜ ଘରେ ରଖିଥିବା ଜୀବଜନ୍ତୁଙ୍କ ପାଇଁ ମଧ୍ୟ ଖାଦ୍ୟ ଓ ଔଷଧ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri