ଲକ୍‌ଡାଉନ୍‌ ଊଲ୍ଲଂଘନ କରି ୫ ଗିରଫ

ଭଣ୍ଡାରିପୋଖରୀ, ୨।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ରାତିରେ ପିରିପୁର ଗ୍ରାମର ଜଣେ ବ୍ୟକ୍ତି ତେଜରାତି ଦୋକାନ ଖୋଲି ବିକ୍ରୟ କରୁଥିବାରୁ ପୋଲିସ ତାଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ଏନେଇ ଥାନାରେ ଏକ ମାମଲା (ନଂ.୬୭/୨୦) ରୁଜୁ ହୋଇଛି। ସେହିପରି ସୋମବାର ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଦୋକାନ ଖୋଲି ବେପାର କରୁଥିବା ଅଭିଯୋଗରେ ସରସଦା, ବାଲିପୋଖରୀ, କଣ୍ଟି, କୋରକରା ଅଞ୍ଚଳରୁ ୪ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।