ଲକ୍‌ଡାଉନ୍‌ର ଉଦ୍ଦେଶ୍ୟ

ଆକାର ପଟେଲ

ଭାରତ ବିଶ୍ୱରେ ସବୁଠୁ ଅଧିତ୍କ ଦିନ ଲକ୍‌ଡାଉନରେ ରହିବାକୁ ଯାଉଛି। ଲକ୍‌ଡାଉନ ସମ୍ପର୍କରେ ଲୋକମାନଙ୍କୁ ସବୁଠୁ କମ୍‌ ସୂଚନା ଦେଇ ଓ ସବୁଠୁ କମ୍‌ ପ୍ରସ୍ତୁତି ସହ ସରକାର ଏହା କରିବାକୁ ଯାଉଛନ୍ତି। ଅନେକ ରାଜ୍ୟ ଏପ୍ରିଲ ଶେଷ ଯାଏ ଲକ୍‌ଡାଉନ ଅବଧି ବୃଦ୍ଧି କରିବାକୁ ଚାହୁଛନ୍ତି । ଏହା ସମ୍ଭବ ଯେ, ଯଦି କିଛି ରାଜ୍ୟ ଏହା ନ କରନ୍ତି ତେବେ ଭାରତର ଅଧିକାଂଶ ରାଜ୍ୟ ଏହାକୁ ଲାଗୁ କରିବେ।
ଲକ୍‌ଡାଉନର ଅର୍ଥ କ’ଣ ଥିଲା? ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ସ୍ପଷ୍ଟ ଭାବେ କିଛି କହି ନ ଥିଲେ। କିନ୍ତୁ ବିଶ୍ୱରେ ଏହା ଦୁଇଟି ଉଦ୍ଦେଶ୍ୟ ପାଇଁ ଲାଗୁ ହୁଏ ବୋଲି ବୁଝାଯାଏ। ପ୍ରଥମତଃ ଲକ୍‌ଡାଉନ ସମୟରେ ରାଜ୍ୟ ତା ସାମର୍ଥ୍ୟ କ୍ଷମତା ବଢାଏ। ମୁଖ୍ୟତଃ ଭେଣ୍ଟିଲେଟର ଓ ଇଣ୍ଟେନ୍‌ସିଭ କେୟାର ୟୁନିଟ୍ସ(ଆଇସିୟୁ) ବୃଦ୍ଧି କରିଥାଏ। ଦ୍ୱିତୀୟ କାରଣଟି ହେଉଛି ଲକ୍‌ଡାଉନ ଭାଇରସ୍‌ ସଂକ୍ରମଣକୁ ଧିମା କରିଦିଏ। ଯେଉଁମାନଙ୍କୁ ଭାଇରସ ସଂକ୍ରମିତ ହୋଇଥାଏ ସେମାନଙ୍କଠାରେ ଏହା ବୃଦ୍ଧିପାଏ ଏବଂ ସେମାନଙ୍କୁ ଚିହ୍ନଟ କରାଯାଇ ଅଲଗା ରଖାଯାଏ। ଏହି ଦୁଇଟି ଉଦ୍ଦେଶ୍ୟକୁ ଦେଖିଲେ ଭାରତରେ ଲକ୍‌ଡାଉନ ଉପଯୋଗୀ ହୋଇପାରିଛି କି? ଏହାର ପ୍ରଥମ ଉତ୍ତରଟି ହେଉଛି ଆମେ ଏହି ସମୟରେ ସାମର୍ଥ୍ୟ ଯୋଗାଡ କରିପାରିନାହୁଁ । ୧୧ ଏପ୍ରିଲ, ଗୁରୁୁବାର ‘ହିନ୍ଦୁ’ରେ ପ୍ରକାଶ ପାଇଛି ଯେ, ‘ଆସନ୍ତା ସପ୍ତାହରେ ଦେଶ ସାରା ଔଷଧ ଓ ଚିକିତ୍ସା ଉପକରଣର ଅଭାବ ଦେଖାଦେବ। ଡିପାର୍ଟମେଣ୍ଟ ଅଫ୍‌ ଫାର୍ମାସ୍ୟୁଟିକାଲ୍ସ ଏ ସମ୍ପର୍କରେ ଗୃହ ବିଭାଗକୁ ସତର୍କ କରିଦେଇଛି ଓ ଏବେ ଲାଗୁ କରାଯାଇଥିବା ଲକ୍‌ଡାଉନ ସମୟରେ ଉତ୍ପାଦନ ଆରମ୍ଭ କରିବା ପାଇଁ ଔଷଧ ନିର୍ମାତାମାନଙ୍କୁ ସାହାଯ୍ୟ ଯୋଗାଇ ଦେବା ଲାଗି ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ଏହା ଦାବି କରିଛି। ଔଷଧ ଓ ଚିକିିତ୍ସା ଉପକରଣ ନିର୍ମାତାମାନେ ଏହି ଲକ୍‌ଡାଉନ ସମୟରେ ହାରାହାରି ୨୦ରୁ ୩୦ ପ୍ରତିଶତ କାର୍ଯ୍ୟ କରୁଛନ୍ତି ବୋଲି ବିଭିନ୍ନ ଉଦ୍ୟୋଗ ପକ୍ଷରୁ ପ୍ରାପ୍ତ ସୂଚନାକୁ ଆଧାର କରି ୯ ଏପ୍ରିଲରେ ଫାର୍ମାସ୍ୟୁଟିକାଲ ଡିପାର୍ଟମେଣ୍ଟର ସଚିବ ପି. ଡି. ବାଘେଲା ଗୃହ ସଚିବ ଅଜୟ ଭାଲ୍ଲାଙ୍କୁ ଏକ ସରକାରୀ ରିପୋର୍ଟ ପ୍ରଦାନ କରିଛନ୍ତି। ସରକାର ଏହା ସୁନିଶ୍ଚିତ କରିବା ପାଇଁ କାହିଁକି ବିଶେଷ ପ୍ରୟାସ କଲେନି ତାହା ସ୍ପଷ୍ଟ ହେଲାନାହିଁ। ଅନ୍ୟ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ଭାରତରେ ଏବେ ଉପଲବ୍ଧ ୪୦ ହଜାର ଭେଣ୍ଟିଲେଟର ମଧ୍ୟରୁ ସ୍ପେୟାର ପାର୍ଟସ୍‌ ଅଭାବରୁ ଅଧା ସମ୍ଭବତଃ କାମ କରୁନଥିଲା ବୋଲି ସରକାରୀ ଅଧିକାରୀମାନଙ୍କର ଏକ ବୈଠକରେ ପ୍ରକାଶ କରାଯାଇଥିବା ଏଥିରେ କୁହାଯାଇଛି। ତୃତୀୟ ରିପୋର୍ଟଟି ୨୪ ମାର୍ଚ୍ଚରେ ଇକୋନୋମିକ ଟାଇମ୍ସରେ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭେଣ୍ଟିଲେଟର ନିର୍ମାତାମାନେ ଲକ୍‌ଡାଉନ ସମୟରେ ହାତ ବାନ୍ଧି ବସିଲେ ଓ ଉତ୍ପାଦନ କରିବାକୁ ଅସମର୍ଥ ହେଲେ। ମୋଟ ଉପରେ ଆମେ ଅନୁମାନ କରିପାରିଛୁ ଯେ, ଏହି ଲକ୍‌ଡାଉନରେ ସରକାର ସାମର୍ଥ୍ୟ ବଢାଇବାକୁ ସକ୍ଷମ ହୋଇପାରିନାହାନ୍ତି।
ଦ୍ୱିତୀୟ କାରଣଟି ହେଉଛି, ଲକ୍‌ଡାଉନ ସମୟରେ ଭାଇରସ ସଂକ୍ରମଣର ଗତିକୁ ମନ୍ଥର କରିବା। ଆମେ ଏଥିରେ ସଫଳ ହୋଇଛେ କି? ଲକ୍‌ଡାଉନ ଘେଷଣା କରାଯିବାବେଳେ ୫୦୦ ସଂକ୍ରମିତ ଥିଲେ। ଏବେ ଏହା ୭୦୦୦କୁ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୦ ଜଣ ନୂଆ ସଂକ୍ରମିତ ବଢିଛନ୍ତି ଏବଂ ଏହି ସଂକ୍ରମଣ ବୃଦ୍ଧି କେବଳ କେରଳକୁ ବାଦ୍‌ଦେଲେ ଅନ୍ୟ ରାଜ୍ୟରେ ସ୍ଥିର ରହିଛି। ଏହାକୁ ହୁଏତ ସଫଳ କିମ୍ବା ଅସଫଳ ଭାବେ ବିବେଚନା କରାଯାଇପାରେ, କିନ୍ତୁ ବାସ୍ତବ ସ୍ଥିତି ହେଉଛି, ସଂକ୍ରମଣ ବଢିଛି କି କମିଛି ତାହା ଆମେ ଜାଣିନାହୁଁ। ଆମେ ବହୁ ଲୋକଙ୍କୁ ପରୀକ୍ଷା କରୁ ନ ଥିବାରୁ ଏହା ହେଉଛି। ଅନ୍ୟ ଦେଶ ତୁଳନାରେ ଭାରତରେ ପରୀକ୍ଷା ହାର ସବୁଠୁ କମ୍‌। ଶୁକ୍ରବାର ଆମେ ଲକ୍ଷେରୁ ସାମାନ୍ୟ ଅଧିକ ଲୋକଙ୍କର ପରୀକ୍ଷା ଶେଷ କଲୁ। ଜର୍ମାନୀର ଜନସଂଖ୍ୟା ଭାରତ ଜନସଂଖ୍ୟାର ୧୫ ଭାଗରୁ ଭାଗେ । କିନ୍ତୁ ଜର୍ମାନୀରେ ଏହି ସମୟ ସୁଦ୍ଧା ୧୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ପରୀକ୍ଷା କରାଯାଇଥିଲା। ଆଉ ଏକ ସୂଚକ ହେଉଛି ଶନିବାର ଟାଇମ୍ସ ଅଫ୍‌ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ । ଏହା ଅନୁସାରେ ପରୀକ୍ଷା ହାର ମୃତ୍ୟୁହାର ମଧ୍ୟରେ ଅନ୍ତର ରହିଛି ।
କେରଳଠାରୁ ଏହା ମଧ୍ୟପ୍ରଦେଶରେ ୧୦ଗୁଣ ଅଧିକ । ଅର୍ଥାତ ବିନା ପରୀକ୍ଷାରେ ମଧ୍ୟ ଲୋକମାନଙ୍କର ମୃତ୍ୟୁ ଘଟୁଛି ଓ ମୃତ୍ୟୁ ପୂର୍ବରୁ ଅନ୍ୟମାନଙ୍କୁ ସଂକ୍ରମିତ କରୁଛନ୍ତି। ମୁଁ ଜାଣିଛି ଯେ ଭାରତରେ ବହୁଳ ଭାବେ ପରୀକ୍ଷା କରା ନଯିବାର ଅନେକ କାରଣ ରହିଛି। ଭାରତ ଗରିବ ରାଷ୍ଟ୍ର ହୋଇଥିବା କାରଣରୁ ସ୍ବାସ୍ଥ୍ୟସେବା ଉପରେ ଅଧିକ ଧ୍ୟାନ ଦେଇପାରିନାହୁଁ ଏବଂ ପରୀକ୍ଷା ପାଇଁ ଜର୍ମାନୀ ଭଳି ବ୍ୟୟ କରିବାକୁ ଆମ ପାଖରେ ଟଙ୍କା ନାହିଁ। କିନ୍ତୁ ଏଠାରେ କଥା ସେୟା ନୁହେଁ। ଯାହା ଆବଶ୍ୟକ ସେଭଳି ଠିକ୍‌ ବାଟରେ ଲକ୍‌ଡାଉନକୁ ଉପଯୋଗ କରାଯାଇଥାଉ କି ନଥାଉ ତଥାପି ଆମେ ହାସଲ କରିବାକୁ ପ୍ରୟାସ ଜାରି ରଖିଛୁ।
ଏବେ ବିପର୍ଯ୍ୟୟରେ ପଡିଥିବା କୋଟି କୋଟି ଭାରତୀୟଙ୍କୁ ଦୃଷ୍ଟିରେ ରଖି ଏକ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ରଖାଯିବା ଉଚିତ। ଆମେ ଜାଣିଶୁଣି ଅର୍ଥନୀତିକୁ ଦୁର୍ବଳ କରିବାର ଏକ କାରଣ ବି ଥାଇପାରେ । ମୋ ମତରେ ଏହି ଦୁଇଟି କାରଣ ପାଇଁ କିଛି କରିପାରିନାହୁଁ । ଲକ୍‌ଡାଉନ ସମୟରେ ଆଉ କ’ଣ ଉଦ୍ଦେଶ୍ୟ ରହିଛିି? ଆମେ ନିଶ୍ଚିତ ନୋହୁଁ । ଏହି ସପ୍ତାହରେ ସୁରଟ୍‌ରେ ଅଟକି ରହିଥିବା ଦାଦନମାନେ ଘରକୁ ଫେରିଯିବାକୁ ଦାବି କରି ଗଣ୍ଡଗୋଳ ସୃଷ୍ଟି କଲେ। କୌଣସି ବିକଳ୍ପ ଓ ସହାୟତା ନ ଥାଇ ଅଟକି ରହିଥିବା ଲୋକଙ୍କ ରିପୋର୍ଟ ଆସିବା ତ ସାଧାରଣ କଥା। ଏହା ଯୋଜନା,ରଣନୀତି ଓ କାର୍ଯ୍ୟକାରିତା ଅଭାବକୁ ସୂଚାଉଛି। ଏହା ହିଁ ଖରାପ ଶାସନ। କିନ୍ତୁ ପୂର୍ବରୁ ଚାଲିଆସୁଥିବା ରାଜନୀତିକୁ ଏହା ବନ୍ଦ କରିପାରିନି। ଶନିବାର ବିଜ୍‌ନେସ ଷ୍ଟାଣ୍ଡାର୍ଡରେ ଟି.ଏନ୍‌. ନିନାନ୍‌ ଉଲ୍ଲେଖ କରିଛନ୍ତି ଯେ,‘ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷକୁ ରକ୍ଷା କରିବାକୁ ଠିକ୍‌ ସମୟରେ କୋଭିଡ-୧୯ ସଂକ୍ରମଣ ଆସିଛି। ଅର୍ଥନୀତିର ଅଣ ସରକାର ଅଂଶର ଅଭିବୃ୍‌ଦ୍ଧି ଡିସେମ୍ବର ଯାଏ ଦୁଇଟି ତ୍ରୈମାସକରେ ହ୍ରାସ ପାଇ ୩ ପ୍ରତିଶତରୁ ସାମାନ୍ୟ ଉପରେ ରହିଥିଲା। ନାଗରିକତ୍ୱ ସଂଶୋଧନ ଆଇନରେ ମୋଦି ସରକାରଙ୍କ ରାଜନୀତିର ରାସ୍ତା ବନ୍ଦ ହୋଇଯାଇଥିଲା । ଲୋକମାନେ ପ୍ରତିବାଦ ଓ ଧାରଣା ବଢାଇ ଦେଇଥିଲେ। ରାଜ୍ୟ ସରକାରମାନେ ଅସନ୍ତୋଷ ପ୍ରକାଶ କରି ଏହାକୁ ପ୍ରତ୍ୟାହର କରିବା ପାଇଁ ଚାପ ସୃଷ୍ଟି କରୁଥିଲେ। କିନ୍ତୁ ପ୍ରଦର୍ଶନକାରୀ ଲକ୍‌ଡାଉନ ଦ୍ୱାରା ଏପାଖସେପାଖ ହୋଇଯାଇଛନ୍ତିି। ରାଜ୍ୟ ସରକାରମାନ ଜରୁରୀ ଆର୍ଥିକ ସହାୟତା ଲାଗି ଧାଡି ଲଗାଉଛନ୍ତି। ସବୁ ଅର୍ଥନୈତିକ ସମସ୍ୟା ବି କୋଭିଡ-୧୯ର ଦ୍ୱାରଦେଶରେ ଅଟକି ଯାଇପାରେ। କେତେକ ଗୁରୁତ୍ୱପୂର୍ଣ୍ଣ ଡିବେଟରେ ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟରେ ଦେଖା ନ ଦେଇ ବିନା ସୂଚନାରେ ବିମୁଦ୍ରୀକରଣ ଷ୍ଟାଇଲ୍‌ରେ ଲକ୍‌ଡାଉନ ଲାଗୁ କରି ଏବେ ଦୈନିକ ଟେଲିଭିଜନରେ ଉପଦେଶ ଦେଉଛନ୍ତି। ଇତି ମଧ୍ୟରେ ମୁସଲମାନମାନଙ୍କୁ ଏଭଳି ବ୍ୟବହାର କରାଯାଉଛି, ଯେଉଁଥିରେ ସେମାନଙ୍କର କୌଣସି ଗୁରୁତ୍ୱ ନ ଥିବା ଅନୁଭବ କରିବା ଦ୍ୱାରା ଆଉ ଏକ ଜନ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି ବୋଲି ସେ ଅନୁମାନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?