ଲକ୍‌ଡାଉନ୍‌ରେ ସକ୍ରିୟ ଚୋରା ମଦ ବେପାରୀ: ୪ ମହୁଲି ମଦ ଭାଟି ଭାଙ୍ଗିଲା ଜି.ଉଦୟଗିରି ପୋଲିସ

ଜି.ଉଦୟଗିରି,୧୯।୪(ଡି.ଏନ୍‌.ଏ.): କରୋନା ମୁକାବିଲାକୁ ନେଇ ଜାରି ରହିଥିବା ଲକ୍‌ ଡାଉନ୍‌ ସମୟରେ ପ୍ରାୟ ସବୁକିଛି ବନ୍ଦ ରହିଛି। ଏହାର ସୁଯୋଗ ନେଇ ଚୋରା ମଦ ବେପାରୀ ଜଙ୍ଗଲ ଭିତରେ ମଦ ଭାଟି କରି ମଦ ପ୍ରସ୍ତୁତ କରୁଛନ୍ତି। ତେଣୁ ଜି.ଉଦୟଗିରି ପୋଲିସ ତରଫରୁ ସହରରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଚୋରା ମଦ ଜବତ ଅଭିଯାନ ମଧ୍ୟ ଆରମ୍ଭ ହୋଇଯାଇଛି । କିଛିଦିନ ପୂର୍ବେ କନବାଗିରି ଜଙ୍ଗଲରେ ମଦ ଭାଟି ଭଙ୍ଗା ଯାଇଥିବା ବେଳେ। ରବିବାର ସକାଳୁ ପୋଲିସ ଆଇଆଇସି ଧିରଜ କୁମାର ଲେଙ୍କା ସଦଳବଳେ ରଟିଙ୍ଗିଆ ପଞ୍ଚାୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଜଙ୍ଗଲ ଭିତରେ ୪ ଟି ସ୍ଥାନରେ ବେଆଇନ ମହୁଲି ମଦ ଭାଟି ଥିବା ଖବରପାଇ ଜଙ୍ଗଲ ଭିତରେ ଭାଟି ଗୁଡିକୁ ଭାଙ୍ଗି ନଷ୍ଟ କରିଦେଇଥିଲେ । ଘଟଣାସ୍ଥଳଗୁଡିକରେ କେହି ନ ଥିବା ଯୋଗୁ କିଏ ଏସବୁ କରିଛି ହଠାତ ଜଣା ପଡି ନ ଥିଲେ ମଧ୍ୟ ଘଟଣାର ତଦନ୍ତ କରାଯାଉଛି ବୋଲି ପୋଲିସ ଆଇଆଇସି କହିଛନ୍ତି।