ଲକ୍‌ଡାଉନରେ ଧରାକୋଟ ଅଞ୍ଚଳ ଗୁରୁତର ପ୍ରଭାବିତ

ଧରାକୋଟ,୨୯ା୩(ଡି.ଏନ.ଏ.)- ସମଗ୍ର ଦେଶରେ କେନ୍ଦ୍ର ସରକାର ୨୧ଦିନ ପାଇଁ ଲକ୍‌ ଡାଉନ ଘୋଷଣା କରିଛନ୍ତି। ଯାହାର ପ୍ରଭାବରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ଛାଡ଼ିଦେଲେ ଦେଶର ଗମନାଗମନ ସହ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ଏକରକମ ବନ୍ଦ ହୋଇଯାଇଛି। ସାଧାରଣ ତଥା ଗରିବ ଓ ଅସହାୟଙ୍କ ପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ୨୨ ଶହ କୋଟିର ପ୍ୟାପେଜ ଘୋଷଣା କରିଛନ୍ତି। କରୋନା ସମ୍ପ୍ରତି ତୃତୀୟ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଣୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଘନିଭୁତ ହୋଇଛି। ଧରାକୋଟ ବ୍ଲକର ୧୮ ପଞ୍ଚାୟତରେ କ୍ୱାରେଣ୍ଟାଇନ୍‌ କେନ୍ଦ୍ର ଖୋଲାଯାଇଛି। ବ୍ଲକସ୍ତରରେ ତହସିଲଦାର, ବିଡିଓ, ଡ଼ାକ୍ତର ଓ ପୋଲିସ ପ୍ରଶାସନ ସମନ୍ବିତ ଭାବେ ନିଜ ନିଜର ଦାୟିତ୍ୱ ତୁଲାଉଛନ୍ତି। ଏ ସମ୍ପର୍କରେ ବିଡିଓଙ୍କ ସହ ଯୋଗାଯୋଗବେଳେ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ସରକାର ଯେଉଁ ୪ ମାସର ଅଗ୍ରୀମ ଭତ୍ତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି ତାହା ଆସନ୍ତା ସୋମବାର ଠାରୁ ବଣ୍ଟନ ଆରମ୍ଭ ହେବ। ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ୩ ମାସର ରାଶନ ସାମଗ୍ରୀ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପଞ୍ଚାୟତ ଗୋଦାମ ଗୁଡ଼ିକରେ ପଯର୍ର୍‌ୟାପ୍ତ ଚାଉଳ ଓ ଗହମ ନାହିଁ। ଏ ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ଏ ସମ୍ପର୍କରେ ଧରାକୋଟ ତହସିଲଦାର କହିଛନ୍ତି ଆମେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ କାର୍ଯ୍ୟ ସଠିକ ଭାବେ ପରିଚାଳନା କରୁଛୁ। ଘଟଣା ସମ୍ପର୍କରେ ଧରାକୋଟ ଥାନାରେ ଲକଡାଉନ ସମ୍ପର୍କରେ ୨ଟି କେଶ ଏବଂ ବଡ଼ଗଡ଼ ଥାନାରେ ୩ଟି କେଶ ରୁଜୁ କରାଯାଇଥିବା ବଡ଼ଗଡ଼ ଓ ଧରାକୋଟ ଥାନାଧିକାରୀ ପ୍ରକାଶ କରିଛନ୍ତି। ସବୁଠାରୁ ଗାଁ ଗାଁରେ ଲୋକେ ସଚେତନ ହେଲେଣି। ଏପରିିକି କିଛି ଗାଁ ମୁଣ୍ଡରେ ରାସ୍ତା ଅବରୋଧ କରାଯାଇଥିବା ବେଳେ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକ ଶ୍ରେଣୀ ଲୋକଙ୍କୁ ଗାଁରେ ପୁରାଇ ନ ଦିଆଯାଇ ସେମାନଙ୍କୁ ଡ଼ାକ୍ତରୀ ପରୀକ୍ଷା କରିବା ପାଇଁ କୁହାଯାଉଛି।