ଲକ୍ଷ୍ମୀପୁରରେ ବିଜେଡିର ପ୍ରଭୁ ଜାନି ଆଗୁଆ

କୋରାପୁଟ,୨୩ା୫(ସ୍ବ.ପ୍ର.): ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଟି ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ପ୍ରଥମ ରାଉଣ୍ଡରେ ବିଜେଡିର ପ୍ରଭୁ ଜାନି ୧୭୦୮ ଭୋଟ୍‌ ପାଇଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୪୦୪୩ ଭୋଟ୍‌ ପାଇଛନ୍ତି। ସେହିପରି ଭାଜପାର କୁମୁଦ ସାଉନ୍ତା ୨ଟି ରାଉଣ୍ଡରେ ଯଥାକ୍ରମେ ୩୫୯, ୭୫୩ ଭୋଟ୍‌ ପାଇଛନ୍ତି। କଂଗ୍ରେସର କୈଳାସ ଚନ୍ଦ୍ର କୁଲେସିକାଙ୍କୁ ପ୍ରଥମ ରାଉଣ୍ଡରେ ୧୪୦୮ ଓ ଦ୍ୱିତୀୟ ରାଉଣ୍ଡରେ ୨୫୦୯ ଭୋଟ୍‌ ମିଳିଛି।