ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଗୋପାଳପୁର,୨୮।୭-ଗୋଳନ୍ଥରା ଥାନାଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ଶନିବାର ମଧ୍ୟରାତ୍ରିରେ ଦୁର୍ବୃତ୍ତମାନେ ଦୁଇଟି ଘରୁ ଚୋରି କରିଥିବା ବେଳେ ଅନ୍ୟ ୨ ଘରୁ ଚୋରି ଉଦ୍ୟମ କରି ବିଫଳ ହୋଇଛନ୍ତି। ଉକ୍ତ ଥାନା ଗୋବିନ୍ଦପୁର ଗ୍ରାମରେ ପ୍ରଫୁଲ୍ଲ ଦାସଙ୍କ ଘରୁ ଶନିବାର ରାତିରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ସହ ତାଙ୍କ ସ୍ତ୍ରୀଙ୍କ ବେକରୁ ମାଳି ନେଇ ଚମ୍ପଟ ମାରିଛନ୍ତି। ପରେ ତାଙ୍କ ପଡ଼ୋଶୀ ଟି. ଲକ୍ଷ୍ମୀଙ୍କ ଘରୁ ମୂଲ୍ୟବାନ କାଗଜପତ୍ର, ଟିଭି ନେଇଯାଇ ପ୍ରଫୁଲ୍ଲଙ୍କ ଘର ପଛପଟେ ଫିଙ୍ଗିି ଚାଲି ଯାଇଥିଲେ। ଏ ନେଇ ପ୍ରଫୁଲ୍ଲଙ୍କ ପୁଅ ବାବୁଲା ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ରବିବାର ପୋଲିସ ଘଟଣାର ତଦନ୍ତ କରିବା ସହ ନଂ. ୧୮୨/୧୯ରେ ମାମଲା ରୁଜୁ କରିଛି। ପ୍ରଫୁଲ୍ଲ ପରିବାରଙ୍କ ସହ ରାତିରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ପଛ କବାଟ ଭାଙ୍ଗି ଆଲମିରାରୁ ଟଙ୍କା ଓ ତାଙ୍କ ସ୍ତ୍ରୀ ବେକରୁ ମାଳି ଛିଣ୍ଡାଇ ନେଇଥିଲେ। ସେହିପରି ଉକ୍ତ ଗ୍ରାମର ଧୋବା ଦାସ ପରିବାର ସହ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ଘର ପଛପଟ କବାଟ ଭାଙ୍ଗୁଥିଲେ। ଧୋବା ଉଠି ପଡ଼ିବାରୁ ସେମାନେ ଚମ୍ପଟ ମାରିଥିଲେ। ପରେ ସିଏଚ୍‌ ଚେନ୍ନାୟାଙ୍କ ଘର ପଛ କବାଟକୁ ଭାଙ୍ଗି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…

ବିଧାୟକଙ୍କୁ ପରିଗଣନା ଫର୍ମ ବାଣ୍ଟିଲେ ଭଞ୍ଜନଗର ଉପଜିଲାପାଳ, ବିଏଲଓମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଏସ ଆଇ ଆର କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ରବିବାର ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

୨ ଓ୍ବାରେଣ୍ଟି କୋର୍ଟ ଚାଲାଣ: ଜଣେ ହତ୍ୟା ମାମଲାରେ ଥିଲେ ଫେରାର, ଆଉ ଜଣେ…

ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର ୨ ଓ୍ବାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା…

ପରିତ୍ୟକ୍ତ ଘରେ ଯୁବକଙ୍କ ମୃତଦେହ: ପାଖରେ ପଡ଼ିଛି…

ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର…

କଳା ଅନ୍ଧାରକରି ମାଡ଼ିଆସିଲା କାଳବୈଶାଖୀ : ବିଦ୍ୟୁତ୍ ସେବା ପ୍ରଭାବିତ, ବିଜୁ ପଟ୍ଟନାୟକ ପାର୍କ ୨ ଦିନ ବନ୍ଦ

ଭଞ୍ଜନଗର, ୩୧।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହା ଫଳରେ ବିଭିନ୍ନ ବିଭାଗରେ କ୍ଷତି…

ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri