ଲକଡାଉନ ନ ମାନି ୨ ଗିରଫ

ବଇଣ୍ଡା, ୩୦ା୩(ଡି.ଏନ.ଏ.)- କରୋନା ପାଇଁ ଭାରତ ସରକାର ୨୧ ଦିନ ସାରା ଦେଶରେ ଲକଡାଉନ ଜାରି କରିଥିବାବେଳେ ଏହି କଟକଣା ନ ମାନି ୨ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଅନୁଗୋଳ ଜିଲା ଠାକୁରଗଡ଼ ଥାନା ତାଳମଳିହା ଗ୍ରାମର ବଲୁସନ ସାହୁ ଓ ହଣ୍ଡପା ଥାନା ଗତିକୃଷ୍ଣପୁର ଗ୍ରାମର ଦୀପକ ପ୍ରଧାନ । ପୋଲିସ କହିଛି, ଗିରଫ ଦୁଇ ଜଣ ସରିଗିପାଲି ଛକଠାରେ କୌଣସି କାମ ନ ଥାଇ ବାହାରକୁ ଆସିବା ସହ ଅନ୍ୟ ଲୋକଙ୍କୁ ଡାକି ବିଶୃଙ୍ଖଳା ସୃଷ୍ଟି କରୁଥିଲେ। ପୋଲିସ ପାଟ୍ରୋଲିଂବେଳେ ହଣ୍ଡପା ଆଇଆଇସି ଲବ ବୋଡା ସେମାନଙ୍କୁ ଗିରଫ କରିଥିଲେ।