ରୋଷେଇ ନିଆଁରୁ ଘର ଜଳିଗଲା

କଣିହାଁ, ୧୭ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ କମରେଇ ପଞ୍ଚାୟତ ଜୁଲିବନ୍ଧ ଗ୍ରାମରେ ଅଗ୍ନିକାଣ୍ଡରେ ଚିତ୍ରା ସାହୁଙ୍କ ଚାଳଘର ସମ୍ପୂର୍ଣ୍ଣ ଜଳିଯାଇଛି । ଏଥିରେ ଘରେ ଥିବା  ସମସ୍ତ ଆସବାବ ପତ୍ର, ଖାଦ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ରୋଷେଇ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଖବରପାଇ କଣିହାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଡିଓ ରମେଶ ଚନ୍ଦ୍ର ଜେନା, ବ୍ଲକ୍ ଅଧ୍ୟକ୍ଷା ନମିତା ସାହୁ, ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳକୁ ଯାଇ ବିପନ୍ନଙ୍କୁ ଭେଟିଥିଲେ।  ତାଙ୍କୁ ପଞ୍ଚାୟତ ତରଫରୁ ୧୫ ଦିନ ଖାଇବାକୁ ଦିଆଯିବା ସହ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।