ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଦିନକୁ ଦିନ ଜୀବାଶ୍ମ ଇନ୍ଧନ ସରି ଆସୁଛି। ଯାହା କିଛି ଉତ୍ପାଦନ ହେଉଛି, ତାହାର ସୁଷମ ବଣ୍ଟନ ହୋଇପାରୁ ନ ଥିବାରୁ ତାହା ମଣିଷକୁ ଅଡ଼ୁଆରେ ପକାଉଛି। ହର୍ମୁଜ ଜଳପଥ ଅବରୋଧ ପରେ ପେଟ୍ରୋଲିୟମ୍‌ଜାତ ପଦାର୍ଥ ପାଇବାରେ ଲୋକେ କିଭଳି ହନ୍ତସନ୍ତ ହେଉଛନ୍ତି, ତାହା ଏବେ ସମସ୍ତେ ଅଙ୍ଗେ ନିଭାଉଛନ୍ତି। ତେଣୁ ଏହାର ବିକଳ୍ପ ବିଷୟରେ ଭାବନା ସୃଷ୍ଟି ହେବା ଓ ଗବେଷଣା କରାଯିବା ଉତ୍ସାହଜନକ କଥା। କିନ୍ତୁ ଭାରତରେ ସେଭଳି କିଛି ଅନୁଧ୍ୟାନ ଓ ଗବେଷଣା କରା ନ ଯାଇ ତୁରନ୍ତ ପଦକ୍ଷେପ ନିଆଯାଉଥିବାରୁ ତାହାର କୁଫଳ ଦେଶବାସୀଙ୍କୁ ଭୋଗିବାକୁ ପଡ଼ୁଛି। ଏହାର ଉଦାହରଣ ହେଲା ପେଟ୍ରୋଲରେ ୨୦ ଭାଗ ଇଥାନଲ (ଇ୨୦) ମିଶାଯାଇ ଇନ୍ଧନ ଶକ୍ତିର ଚାହିଦା ମେଣ୍ଟାଇବା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆଖୁ, ମକା, ଚାଉଳ, ନଡ଼ା, କୃଷି ବର୍ଜ୍ୟବସ୍ତୁକୁ ଫର୍ମେଣ୍ଟେଶନ ବା ପଚାଯାଇ ସେଥିରୁ ଏହି ଜୈବ ଇନ୍ଧନ ସୃଷ୍ଟି କରାଯାଉଛି। ଭାରତ ସରକାର ଜୀବାଶ୍ମ ଇନ୍ଧନର ଅଭାବକୁ ଦୂର କରିବା ଲାଗି ପର୍ଯ୍ୟାୟକ୍ରମେ ଗାଡ଼ିମୋଟରରେ ଇ୨୦ ବ୍ୟବହାର କରିଛନ୍ତି। କିନ୍ତୁ ଏହାର ବ୍ୟବହାର ଯାନବାହନ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଭାରତରେ ଅନେକ ଲକ୍ଷ ଅଣ-ଇ୨୦ ଅନୁକୂଳ ଯାନବାହନ ରହିଛି, ଯେଉଁଥିରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ହେବା ଦ୍ୱାରା ଇଞ୍ଜିନ ସମସ୍ୟା ଦେଖା ଦେବା ସହ ଗାଡ଼ି ରାସ୍ତା ଉପରେ ବନ୍ଦ ହୋଇଯିବା, ମାଇଲେଜ୍‌ କମାଇବା, ଫିଲ୍ଟର୍‌ ଓ ରବର ସିଲ୍‌ ନଷ୍ଟ ହେଉଥିବାର ଗଦାଗଦା ଦୃଷ୍ଟାନ୍ତ ଦେଖିବାକୁ ମିଳିଲାଣି। ତେଣୁ ଏହାର ବ୍ୟବହାରକୁ ବନ୍ଦ କରିବା ଲାଗି ଦେଶବ୍ୟାପୀ ବିକ୍ଷୋଭ ମଧ୍ୟ କରାଗଲାଣି। ଏଭଳି ସମୟରେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ଲୋକଙ୍କ ରୋଷେଇ ଘରେ ଇଥାନଲ ଉପଯୋଗ କରିବା ଲାଗି ପ୍ରସ୍ତୁତ ହେଉଥିବା ଖବର ମିଳିଛି। ଏମିତି ଦେଖିଲେ ଏଲ୍‌ପିଜି ସିଲିଣ୍ଡର ଫାଟି ଲୋକଙ୍କ କ୍ଷୟକ୍ଷତି କରୁଛି। ଏଲ୍‌ପିଜିର ଓଜନ ମାପିବା ସମ୍ଭବପର ହେଉ ନ ଥିବାରୁ ସେଥିରେ ଥିବା ପରିମାଣ ସାଧାରଣରେ ମଧ୍ୟ ଜାଣିହେଉ ନାହିଁ। ବିଶେଷ ଗବେଷଣା କରା ନ ଯାଇ ଇଥାନଲ ଶକ୍ତିକୁ ରନ୍ଧନ କାର୍ଯ୍ୟରେ ବ୍ୟବହାର କରିବା କେତେଦୂର ଯୁକ୍ତିଯୁକ୍ତ ତାହା ଉପରେ ବଡ଼ ଆଲୋଚନାର ଅପେକ୍ଷା ରଖୁଛି।
ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତର ବାର୍ଷିକ ଇଥାନଲ ଉତ୍ପାଦନ କ୍ଷମତା ୨୦ ବିଲିୟନ ଲିଟରରୁ ଅଧିକ।
ଇ୨୦ ପରିବହନ ଆବଶ୍ୟକତା ଏବଂ ଶିଳ୍ପାଞ୍ଚଳର ଚାହିଦା ପୂରଣ କରିବା ପରେ ଦେଶରେ ପ୍ରାୟ ୭ ବିଲିୟନ ଲିଟରର ଏକ ବୃହତ୍‌ ବଳକା ଇଥାନଲ ରହିଯାଉଛି। ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ସ୍ବତନ୍ତ୍ର ଇଥାନଲ-ଅନୁକୂଳ ଚୁଲି ଏବଂ ରିଫିଲ୍‌ ନେଟ୍‌ୱର୍କ ପାଇଁ ଏକ ନୀତିଗତ ଆଧାର ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଏହି ବ୍ୟବସ୍ଥାରେ ସ୍ବତନ୍ତ୍ର ଇଥାନଲ ଏଟିଏମ୍‌ ସୃଷ୍ଟି କରାଯିବ, ଯେଉଁଠାରୁ ଗ୍ରାହକମାନେ ଜୈବ-ଇନ୍ଧନ କିଣିପାରିବେ। ଏମିତି ଦେଖିଲେ ଶୁଦ୍ଧ ପେଟ୍ରୋଲ ତୁଳନାରେ ଇଥାନଲ୍‌ ବ୍ୟବହୃତ ଇନ୍ଧନ ୩୪% କମ୍‌ ଶକ୍ତି ଦେଉଥିବାରୁ ଗାଡ଼ିର ମାଇଲେଜ୍‌ କମାଇ ଦେଉଛି ବୋଲି ଅଭିଯୋଗ ହେଉଛି। ଏପରି ସ୍ଥଳେ ଘରୋଇ ରନ୍ଧନ କାର୍ଯ୍ୟରେ ଏହାର ଉତ୍ତାପ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ। ପୁଣି ଏଥିରେ ବ୍ୟବହାରର ସୁରକ୍ଷା ଦିଗ ପ୍ରତି କୌଣସି ଅନୁସନ୍ଧାନ ହୋଇଥିବାର ଜଣାଇ ଦିଆଯାଇନାହିଁ।
ଆତ୍ମନିର୍ଭରଶୀଳତାର ମାନେ ନୁହେଁ ଯେ, ମନକୁ ଯେତେବେଳେ ଯାହା ଆସିବ, ତାହା ବୈଜ୍ଞାନିକ ପ୍ରମାଣ ସୁନିଶ୍ଚିତ ନ କରି ଲୋକଙ୍କ ଉପରେ ବ୍ୟବହାର କରିଦେବା। ଆମେ ଜାଣିଛେ ନୂଆ ଔଷଧ ବଜାରକୁ ଅଣାଯିବା ପୂର୍ବରୁ ତାହା ପଶୁଙ୍କଠାରେ ବ୍ୟବହାର କରାଯାଇ ଫଳାଫଳକୁ ଅନିଷା କରାଯାଏ। ବୈଷୟିକ ଭାଷାରେ ତାହାକୁ ଗିନି ପିଗ୍‌ କୁଆଯାଏ। ଆଜି ଭାରତୀୟଙ୍କୁ ଗିନି ପିଗ୍‌ କରାଯାଇ ବିଭିନ୍ନ ପରୀକ୍ଷଣମାନ କରାଯାଉଛି। ଏବେ ଭାରତରେ ବୃହତ୍‌ ବିଦେଶୀ ଔଷଧ ନିର୍ମାତାମାନଙ୍କୁ ସବୁ ପ୍ରକାର ଅନୁମତି ଦିଆଯାଉଛି। ଶିଶୁଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ବିଭିନ୍ନ ରୋଗ ସକାଶେ ପ୍ରସ୍ତୁତ କରାଯାଉଥିବା ଔଷଧ କେଉଁ ପ୍ରକାର ଶାରୀରିକ ପ୍ରତିକ୍ରିୟା ସୃଷ୍ଟି କରୁଛି, ତାହା ଦେଖିବା ପରେ ସେହିସବୁ ଔଷଧ ଅନ୍ୟ ଦେଶର ବଜାରକୁ ଛଡ଼ାଯାଉଛି। ପୂର୍ବରୁ ଫିଲିପାଇନ୍ସ ଓ ଆଫ୍ରିକାର କେତୋଟି ଦେଶରେ ଏହିଭଳି ଔଷଧ ମଣିଷଙ୍କ ଉପରେ ପରୀକ୍ଷଣ କରାଯାଉଥିଲା। ସେହିସବୁ ଦେଶର ସରକାର ନିଜ ଦେଶର ନାଗରିକଙ୍କୁ ସ୍ବାସ୍ଥ୍ୟ ବିପଦରୁ ରକ୍ଷା କରିବା ପାଇଁ ଏଭଳି ପରୀକ୍ଷା ଉପରେ ଆଇନଗତ ପ୍ରତିବନ୍ଧକ କରାଇସାରିଲେଣି। ଭାରତ ସରକାର ଏ ପର୍ଯ୍ୟନ୍ତ ସେଭଳି ପ୍ରତିବନ୍ଧକ ଲଗାଉନାହାନ୍ତି। ଏହି ପରିପ୍ରେକ୍ଷୀରେ ୨୦% ଇଥାନଲ ପେଟ୍ରୋଲ ମିଶ୍ରଣକୁ ବାଧ୍ୟତାମୂଳକ କରାଯାଇଥିବାରୁ ଚାଳକମାନଙ୍କ ମଧ୍ୟରେ କ୍ରମାଗତ ବ୍ୟାପକ ଅସନ୍ତୋଷ ଦେଖାଦେଇଥିବାରୁ ଏହି ପଦକ୍ଷେପକୁ କଡ଼ା ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି। ଏହି ସମୟରେ ଇଥାନଲକୁ ଏକ ମୁଖ୍ୟ ସ୍ରୋତର ଘରୋଇ ରନ୍ଧନ ଶକ୍ତି ଭାବରେ ବ୍ୟବହାର ଲାଗି କରାଯାଉଥିବା ଚିନ୍ତନ ଆଗକୁ ବିଷମ ସ୍ଥିତି ସୃଷ୍ଟି କରିପାରେ। ବହୁଳ ଭାବେ ବ୍ୟବହୃତ ହେଉଥିବା ଏଲ୍‌ପିଜି ସିଲିଣ୍ଡର ବଦଳରେ ଲୋକଙ୍କୁ ଅଧିକ ସବ୍‌ସିଡିପ୍ରାପ୍ତ କରାଇ ଏକ ନୂତନ ବ୍ୟବସ୍ଥାକୁ ପ୍ରବେଶ କରାଯିବାର ଲକ୍ଷ୍ୟ ରଖାଯାଉଛି। ଏମିତି ଦେଖିଲେ ସାଧାରଣ ଭାରତୀୟ ଲୋଭ ସମ୍ବରଣ ନ କରି ଅଧିକାଂଶ ସମୟରେ ସରକାରୀ ନିଷ୍ପତ୍ତିରେ ‘ହଁ’ ଭରି ଦିଅନ୍ତି। ତେଣୁ ଇ୨୦ ପେଟ୍ରୋଲ ଅଭିଜ୍ଞତାରୁ ସୃଷ୍ଟି ହୋଇଥିବା ଗ୍ରାହକଙ୍କ ପ୍ରବଳ ଦ୍ୱିଧାବୋଧକୁ ଦୂର କରିସାରିବା ପରେ ଯାଇ ସରକାରଙ୍କୁ ରୋଷେଇ ଘରେ ପଶିବାକୁ ସୁଯୋଗ ଦିଆଯିବା ଦରକାର।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri