Posted inଫୁରସତ

ରୋଜଗାର ଟଙ୍କାରେ ଔଷଧ କିଣୁଥିଲି: ହୋମିଓପାଥି ଡାକ୍ତର ପ୍ରେମଲତା ଦେବୀ

ହୋମିଓପାଥି ଡାକ୍ତର ତଥା ସାମାଜିକ କର୍ମୀ ପ୍ରେମଲତା ଦେବୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ବାଣପୁର ଗମ୍ଭାରିମୁଣ୍ଡା ପଞ୍ଚାୟତ ଅଧୀନ କରଡ଼ାପଲି ଗାଁରେ ମୋର ଜନ୍ମ। ମୋ ବାପା ଡା. ନାରାୟଣ ମାନସିଂହ ଥିଲେ ଜଣେ ବିଶିଷ୍ଟ ହୋମିଓପାଥି ଡାକ୍ତର। ତାଙ୍କ ପାଖେ ରହି ମୋର ମଧ୍ୟ ହୋମିଓପାଥି ଔଷଧ ସମ୍ପର୍କରେ କିଛିଟା ଜ୍ଞାନ ହୋଇଯାଇଥିଲା। ତେବେ ବାଣପୁର ବାଳିକା ଉଚ୍ଚ ବିଦ୍ୟାଳୟରୁ ୧୯୫୫ ମସିହାରେ ମାଇନର୍‌ ପାସ୍‌ କରିବା ପରେ ୧୯୫୮ରେ ମୋ ବାହାଘର ହେଲା। କୁହୁଡି ପାଟଣାସାହିରେ ଥିଲା ମୋ ଶାଶୁଘର। ମୋ ଶ୍ୱଶୁର ରଘୁନାଥ ପରିଡ଼ା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ତାଙ୍କରି ପ୍ରେରଣାରେ ବାଣପୁର ଗୋପୀକାନ୍ତପୁରକୁ ଚାଲିଆସି ପୁଣି ପଢିବା ଆରମ୍ଭ କଲି। ମାଟ୍ରିକ୍‌ ଯାଏ ପଢିଲା ପରେ ହୋମିଓପାଥି ଉପରେ ଏକ କୋର୍ସ କଲି। କୋର୍ସ ସରିବା ପରଠୁ ଆଜିଯାଏ ମୁଁ ରୋଗୀମାନଙ୍କର ହୋମିଓପାଥି ଚିକିତ୍ସା କରିଆସୁଛି। ବିଶେଷକରି ପାରାଲିସିସ୍‌ ରୋଗୀଙ୍କର ଚିକିତ୍ସା କରିବାରେ ମୋର ସ୍ବତନ୍ତ୍ରତା ରହିଛି। ରୋଗୀ ସେବା କରିବା ହେଉଛି ମୋର ଧର୍ମ। ଏଥିପାଇଁ ମୁଁ କେବେ କୌଣସି ପାଉଣାକୁ ଆଶା କରେନାହିଁ। ଯିଏ ଯାହା ଖୁସିରେ ଦିଅନ୍ତି, ତାକୁ ହିଁ ଆଶୀର୍ବାଦ ଭାବି ରଖେ। ଆଉ ଯଦି କାହା ପାଖେ ପଇସାପତ୍ର ନ ଥାଏ, ତା’ହେଲେ ତାଙ୍କୁ ଆର୍ଥିକ ସହାୟତା ମଧ୍ୟ କରେ। ତେବେ ପ୍ରଥମେ ପ୍ରଥମେ ଯେବେ ରୋଗୀ ଚିକିତ୍ସା ଆରମ୍ଭ କରିଥିଲି, ସେତେବେଳେ କିଏ ମୋତେ ୨୫ ପଇସା ତ କିଏ ୫୦ ପଇସା ଦେଉଥିଲେ। ତାକୁ ମୁଁ ସାନ ଭାଇଭଉଣୀ ଓ ଦିଅରମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲି। ଯଦି କେବେ କିଛି ପଇସା ବଳି ଯାଉଥିଲା, ସେଥିରେ ହୋମିଓପାଥି ଔଷଧ କିଣି ଆଣୁଥିଲି। ରୋଗୀ ସେବା ବାଦ୍‌ ୧୯୬୧ରୁ ୧୯୭୧ ମସିହା ଯାଏ ଅନ୍ତରକିଆରୀ ପଲ୍ଲୀ ନାରୀ ମଙ୍ଗଳ ମହିଳା ସମିତିର ପ୍ରେସିଡେଣ୍ଟ, ୧୯୬୭ରୁ ୧୯୮୧ ଯାଏ ବାଣପୁର ବ୍ଲକ ନନ୍ଦପୁର ଗ୍ରାମପଞ୍ଚାୟତର ସରପଞ୍ଚ, ୧୯୮୪ରୁ ୧୯୮୮ ପର୍ଯ୍ୟନ୍ତ କୃଷିଋଣ ସେବା ସମବାୟ ସମିତିର ପ୍ରେସିଡେଣ୍ଟ ଏବଂ ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ବାଣପୁର ବ୍ଲକର ଚେୟାରମ୍ୟାନ୍‌ ଦାୟିତ୍ୱ ମଧ୍ୟ ତୁଲାଇଥିଲି। ଆଗରୁ ରୋଗୀମାନଙ୍କ ଘରକୁ ଯାଇ ରୋଗୀ ସେବା କରୁଥିଲି କିନ୍ତୁ ବୟସ ବଢିବାରୁ ଆଉ ଯାଇପାରୁନି। ଏବେ ଘରେ ଗୋଟିଏ କ୍ଲିନିକ୍‌ ଖୋଲି ରୋଗୀ ସେବା କରୁଛି। ଜୀବନରେ ଆଗକୁ ବଢିବା ପାଇଁ ମୋ ବାପା ଓ ଶ୍ୱଶୁରଙ୍କ ସମେତ ମୋ ବୋଉ ନିଶାମଣି ଦେବୀ, ଶାଶୁ ଛାୟାମଣି ଦେବୀ ଓ ସ୍ବାମୀ ଦେବେନ୍ଦ୍ରନାଥ ପରିଡାଙ୍କର ମଧ୍ୟ ବିଶେଷ ଭୂମିକା ରହିଥିଲା। ଆଉ ଭଗବାନଙ୍କ ଆଶୀର୍ବାଦରୁ ଏବେ ମୋ ପୁଅ ଓ ନାତୁଣୀ ମଧ୍ୟ ରୋଗୀ ସେବାକୁ ଜୀବନର ଧର୍ମ ବୋଲି ମାନି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri