Categories: ଗଞ୍ଜାମ

ରେଶମ ସହରରେ ଉଗ୍ରରୂପ ନେଉଛି ଜଳସଙ୍କଟ: ଜେମାଦେଇ ପେଣ୍ଠବାସିନ୍ଦାଙ୍କ ବିକ୍ଷୋଭ, ରାସ୍ତା ଅବରୋଧ

ବ୍ରହ୍ମପୁର ଅଫିସ, ୨୪ା୫- ବ୍ରହ୍ମପୁରରେ ଖରାଦିନେ ଜଳସଙ୍କଟ ଉଗ୍ରରୂପ ଧାରଣ କରିବାରେ ଲାଗିଛି ା ସହରର ଜଳାଭାବ ଦୂର କରିବାକୁ ଜାନିବିଲି ପ୍ରକଳ୍ପର ଶୁଭାରମ୍ଭ ହୋଇଥିବା ବେଳେ ଏଯାଏ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟୟ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ
ହୋଇନାହିଁ ା ଅନ୍ୟପଟରେ ପୂର୍ବରୁ ଜଳଯୋଗାଣ ସ୍ବାଭାବିକ ରହୁଥିବା ଅଞ୍ଚଳକୁ ମଧ୍ୟ ଜଳଯୋଗାଣ ବ୍ୟାହତ ହୋଇଛି ା ସହରର ଅନେକ ଅଞ୍ଚଳକୁ ଏବେ ଜଳଯୋଗାଣରେ ଜନସ୍ବାସ୍ଥ୍ୟ ବିଭାଗ ଅବହେଳା କରୁଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ା ଫଳରେ ଅଞ୍ଚଳବାସୀ ଏବେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ା ଗୁରୁବାର ଏପରି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ମହାନଗର ନିଗମ(ବିଏମସି) ଅନ୍ତର୍ଗତ ୧୩ନଂ. ୱାର୍ଡର ଜେମାଦେଇ ପେଣ୍ଠ ସାହିରେ ା ସାହିକୁ ଦୀର୍ଘ ଦେଢମାସ ଧରି ଜଳଯୋଗାଣ ବ୍ୟାହତ ହୋଇଥିବାରୁ, ଏହାର ପ୍ରତିବାଦରେ ଗୁରୁବାର ଅଞ୍ଚଳବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଥିଲେ ା ତେବେ ଖବର ପାଇ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ନାୟକ ଓ ଆସ୍କାରୋଡ ଜନସ୍ବାସ୍ଥ୍ୟ ବିଭାଗ ପମ୍ପ ହାଉସ ସହାକରୀ ଯନ୍ତ୍ରୀ ମୃତ୍ୟୁଞ୍ଜୟ ସାହୁ ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ ା ଅଞ୍ଚଳବାସୀ ଯନ୍ତ୍ରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିବା ସହ ଘେରିଥିଲେ ା
ଅଞ୍ଚଳ ତଥା ବିଏମସିର ୧୩ ନଂ. ୱାର୍ଡ ଅନ୍ତର୍ଗତ ଜେମାଦେଇ ପେଟା ସାହିରେ ଦୀର୍ଘ ଦେଢମାସ ଧରି ଜଳଯୋଗାଣ ବ୍ୟାହତ ହୋଇଛି। ମା’ ବୁଢୀଠାକୁରାଣୀ ଯାତ୍ରା ପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅଞ୍ଚଳକୁ ଜଳଯୋଗାଣରେ ଅବହେଳା କରାଯାଉଥିବା ଅଞ୍ଚଳବାସୀ
କହିଛନ୍ତି ା ପୂର୍ବରୁ ଏନେଇ ବହୁବାର ଜନସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ବାଧ୍ୟ ହୋଇ ଗୁରୁବାର ସାହିବାସିନ୍ଦା ବିକ୍ଷୋଭ କରିଥିଲେ ା ସାହିର ମୁଖ୍ୟରାସ୍ତାରେ ଟାୟାର ଜାଳିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଉକ୍ତ ଅଞ୍ଚଳ କିଛି ସମୟ ପାଇଁ ଦୁର୍ଗନ୍ଧ ଯୁକ୍ତ ଧୂଅଁାରେ ପୂର୍ଣ୍ଣ ହୋଇଯାଇଥିଲା ା ରାସ୍ତାରେ ଧୂଅଁା ଯୋଗୁ ଯାତାୟାତ ପ୍ରାୟ ଏକଘଣ୍ଟା ପାଇଁ ବାଧାପ୍ରାପ୍ତ ହେବା ସହ ଧୂଅଁାରେ ଅସ୍ତବ୍ୟସ୍ତ ହୋଇଥିଲେ ଅଞ୍ଚଳବାସୀା ଖବର ପାଇ ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାୟକ ଓ ଆସ୍କାରୋଡ ପମ୍ପ ହାଉସ ସହକାରୀ ଯନ୍ତ୍ରୀ ସାହୁ ଅଞ୍ଚଳବାସୀଙ୍କୁ ବୁଝାଶୁଝା କରିବାକୁ ପହଞ୍ଚିଥିଲେ ା କିନ୍ତୁ ଦୁଇ ଯନ୍ତ୍ରୀଙ୍କୁ ଦେଖିବା ମାତ୍ରେ ଅଞ୍ଚଳବାସୀ ଅଧିକ କ୍ଷୁବ୍ଧ ହେବା ସହ ଘେରି ଯାଇଥିଲେ ା ଦୀର୍ଘ ସମୟ ଧରି ଦୁଇ ଯନ୍ତ୍ରୀଙ୍କୁ ଅଟକାଇ ରଖିବା ସହ ଜଳଯୋଗାଣ ଜନିତ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି କରିଥିଲେ ା
ସହରରେ ଜାନିବିଲି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ା ଜାନିବିଲିରୁ ଜଳଯୋଗାଣ ହେଉଥିବା ନେଇ ଜନସ୍ବାସ୍ଥ୍ୟ ବିଭାଗ ଡିଣ୍ଡିମ ପିଟୁଛି। କିନ୍ତୁ ବାସ୍ତବରେ ଏଯାଏ ପ୍ରଥମ ପର୍ଯ୍ୟାୟରେ ସାମିଲ ଅଞ୍ଚଳକୁ ମଧ୍ୟ ଜନିବିଲି ଜଳ ଯୋଗାଣ ହୋଇପାରି ନାହିଁ ା ଯାତ୍ରା ପରଠାରୁ ଜନସ୍ବାସ୍ଥ୍ୟ ବିଭାଗ ଜଳଯୋଗାଣ ସ୍ବାଭାବିକ କରିବାକୁ କେବଳ ପ୍ରତିଶ୍ରୁତି ଦେଇଆସୁଛି ା କିନ୍ତୁ ଜଳ ବିନ୍ଦୁଟିଏ ମିଳୁ ନାହିଁ ା ପାନୀୟ ଜଳ ପାଇଁ ଅଞ୍ଚଳବାସୀ ଡହଳ ବିକଳ
ହେଉଛନ୍ତି ା ଏହି ଅଞ୍ଚଳର ନିକଟରେ ଥିବା ଖାସ୍ପା ସାହିକୁ ଜଳଯୋଗାଣ ସ୍ବାଭାବିକ ରହିଥିବା ବେଳେ ଏହି ଅଞ୍ଚଳକୁ ମୁନ୍ଦାଏ ଜଳ ମିଳିବା କଷ୍ଟ ହେଉଥିବା ଅଞ୍ଚଳବାସୀ ଦୁଇ ଯନ୍ତ୍ରୀକୁ ଅବଗତ କରାଇଥିଲେ ା ତୁରନ୍ତ ପାଣି ନ ମିଳିଲେ ପରିସ୍ଥିତି ଭୟାବହ ହେବ ବୋଲି ସେମାନେ ଚେତାଇଦେଇ ଥିଲେ ା
ଆନ୍ଦୋଳନ ସ୍ଥଳରେ ସାମାଧାନ କରିବାକୁ ପହଞ୍ଚଥିବା ଉଭୟ ଯନ୍ତ୍ରୀ ସମସ୍ୟାର ସମାଧାନ ପରିବର୍ତ୍ତେ ପରସ୍ପର ଉପରୁ ଦୋଷ ଛଡାଇବାକୁ ଚେଷ୍ଟା କରିଥିଲେ ା ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ
ପାଇଥିଲା ା ତେବେ ପମ୍ପ ହାଉସରୁ ଶୁକ୍ରବାର ନିୟମିତ ଏକ ଘଣ୍ଟାଏ ଲେଖାଏ ଜଳଯୋଗାଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ା