ରେଳ ଷ୍ଟେଶନ ସ୍ବଚ୍ଛତା ସର୍ଭେ: ୯ରୁ ୮୭କୁ ଖସିଲା ଭୁବନେଶ୍ୱର

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ରାଜସ୍ଥାନର ଜୟପୁର, ଯୋଧପୁର ଓ ଦୁର୍ଗାପୁରା ହେଉଛି ଦେଶର ସବୁଠାରୁ ସ୍ବଚ୍ଛ ରେଳ ଷ୍ଟେଶନ। ପ୍ରଥମ, ଦ୍ୱିତୀୟ ଓ ତୃତୀୟରେ ଯଥାକ୍ରମେ ଏହି ଷ୍ଟେଶନଗୁଡିକ ରହିଛି। ବୁଧବାର ଦେଶର ୭୨୦ ଷ୍ଟେଶନକୁ ନେଇ କରାଯାଇଥିବା ଏହି ସ୍ବଚ୍ଛତା ସର୍ଭେର ଫଳାଫଳ ବୁଧବାର ପ୍ରକାଶ ପାଇଛି। ଦୁଃଖର ବିଷୟ ଯେ, ଗତଥର ଏହି ସର୍ଭେ ତାଲିକାରେ ୯ମ ସ୍ଥାନରେ ଥିବା ଭୁବନେଶ୍ୱର ଷ୍ଟେଶନ ଚଳିତବର୍ଷ ୮୭କୁ ଖସି ଆସିଛି। ଏହି ସର୍ଭେରେ ସଫେଇ, ବର୍ଜ୍ୟବସ୍ତୁ ପରିଚାଳନା, ମଇଳା ପାଣି ପରିଚାଳନା, ସବୁଜ ସାର୍ଟିଫିକେଟ, ଶକ୍ତି ସଂରକ୍ଷଣ, ଆଇଏସଓ ସାର୍ଟିଫିକେଟକୁ ମାନଦଣ୍ଡରେ ସାମିଲ କରାଯାଇଥିଲା। ଏ ନେଇ ପୂର୍ବରୁ ୨୬ ଅଗଷ୍ଟରେ ଧରିତ୍ରୀରେ ପ୍ରକାଶିତ ‘ସ୍ବଚ୍ଛତାରେ ତଳକୁ ଖସିପାରେ ଭୁବନେଶ୍ୱର ଷ୍ଟେଶନ’ ଖବର ସତ ହୋଇଛି। ଅନ୍ୟ ଷ୍ଟେଶନ ଅପେକ୍ଷା ଭୁବନେଶ୍ୱର ଷ୍ଟେଶନରେ ଭିତ୍ତିଭୂମିର ଅଭାବ, ସ୍ବଳ୍ପ ଲୋକବଳ ଓ ଉନ୍ନତ ଜ୍ଞାନକୌଶଳର ଅଭାବ ଯୋଗୁ ଏଭଳି ଫଳ ମିଳିଛି ବୋଲି ଅନୁମେୟ କରାଯାଉଛି। ଏହି ତାଲିକାରେ ଦେଶର ରାଜଧାନୀ ଦିଲ୍ଲୀର କୌଣସି ଗୋଟିଏ ବି ଷ୍ଟେଶନ ସ୍ଥାନ ପାଇନାହଁି। ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଓ ହରିୟାଣା ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି। ପୂର୍ବତଟ ରେଳପଥରେ ଭୁବନେଶ୍ୱର ୮୭ରେ ଥିବାବେଳେ ବିଶାଖାପାଟଣା ୮୪ରେ ରହିଛି। ସୂଚନାଯୋଗ୍ୟ, ରେଳପଥ ୨୦୧୬ଠାରୁ ଷ୍ଟେଶନଗୁଡିକର ସ୍ବଚ୍ଛତା ପାରାମିଟର ଚେକ୍‌ କରୁଛି। ଚଳିତଥର କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ ଷ୍ଟେଶନର ସ୍ବଚ୍ଛ ସର୍ବେକ୍ଷଣ କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri