ରେଳ ଯାତ୍ରୀଙ୍କ ସମସ୍ୟା ସମାଧାନ କରିବ ୧୮୨ ଟୋଲ୍‌ ଫ୍ରି ନଂ

କେନ୍ଦୁଝର,୫।୯:(ସ୍ବ.ପ୍ର.):କେନ୍ଦୁଝର ରେଳବାଇ ସୁରକ୍ଷା ବଳ ପକ୍ଷରୁ ଯାତ୍ରୀ ଜନଜାଗରଣ କାର୍ଯ୍ୟକ୍ରମ ଗୁରୁବାର କେନ୍ଦୁଝର ରେଳଷ୍ଟେଶନଠାରେ ଅନୁଷ୍ଠିତ ହୋଇଯାଇଛି। ଆରପିଏଫ ଅମରେଶ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମାଧାନ କିପରି କରିବେ ଏବଂ ପୋଲିସର ସହାୟତା କେମିତି ନେଇପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ରେଳବାଇ ପୋଲିସର ଟୋଲ ଫ୍ରି ନମ୍ବର ୧୮୨ ବିଷୟରେ ଅବଗତ କରାଇଥିଲେ। ଚୋରି ବା ଅନ୍ୟ କୌଣସି ସମସ୍ୟା ହେଲେ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।