ରେଳ ବଜେଟ ହ୍ରାସ ନେଇ ଆଜି ରେଳମନ୍ତ୍ରୀଙ୍କୁ ଭେଟିବ କମିଟି

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଚଳିତବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪୩୭୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ଗତବର୍ଷ ବ୍ୟୟ ବରାଦଠାରୁ ୨୨୦କୋଟି ଟଙ୍କା କମ୍‌ ହୋଇଥିବାରୁ ବିଧାନସଭାର ରେଲଓ୍ବେ ଗୃହ କମିଟି ଉଦ୍‌ବେଗ ପ୍ରକାଶ କରିଛି। ଅନ୍ୟପଟେ ରାଜ୍ୟରେ ଅଧାପନ୍ତରିଆ ଭାବେ ପଡି ରହିଥିବା ରେଲଓ୍ବେ କାର୍ଯ୍ୟ ଲାଗି ସେଭଳି କିଛି ଅନୁଦାନ ବଜେଟରେ ନ ଥିବାରୁ ରେଲଓ୍ବେ ଗୃହ କମିଟି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛି। ମଙ୍ଗଳବାର ସା ୭ଟା ସମୟରେ କମିଟି ସଦସ୍ୟମାନେ ରେଳମନ୍ତ୍ରୀଙ୍କ ସହ ଦିଲ୍ଲୀସ୍ଥିତ ରେଲଓ୍ବେ ଭବନରେ ଏହିସବୁ ବିଷୟରେ ଆଲୋଚନା ଏବଂ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ସୋମବାର ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ରେଳ ସମ୍ପ୍ରସାରଣ ଓ ଉନ୍ନତୀକରଣ ଉପରେ ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ା ଚାଲୁ ରହିଥିବା ଏବଂ ନୂତନ ପ୍ରକଳ୍ପ ଯଥା-ରେଳପଥ, ରେଳ ପୋଲ, ରେଳ ଓ୍ବାଗନ୍‌ ଓ ଇଞ୍ଜିନ୍‌ ତିଆରି କାରଖାନା ଆଦି ନିର୍ମାଣର ଅଗ୍ରଗତି ସହ ରେଳ ମନ୍ତ୍ରଣାଳୟର ଅନୁଦାନ ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ଏହାସହିତ ଅଧାପନ୍ତରିଆ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ସକାଶେ ଅନୁଦାନ ମାଗିବେ, ସେହିପରି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ସମ୍ପୂର୍ଣ୍ଣ ହେବା ଲାଗି ୧୫୦୦କୋଟି ଟଙ୍କାର ଆବଶ୍ୟକତା ଥିବା ବୈଠକରେ ଆଲୋଚନା ହୋଇଥିଲା। ଯଦି ଏହି ଅନୁଦାନ ସମୟ ମଧ୍ୟରେ ଦିଆଯାଏ ତେବେ ପ୍ରକଳ୍ପ କାମ ଯଥା ସମୟରେ ଶେଷ ହୋଇପାରିବ ବୋଲି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମତ ରଖିଥିଲେ। ଏହାସହିତ ୧୦ଟି ରେଲଓ୍ବେ ଲାଇନ ନିର୍ମାଣ ସମ୍ପର୍କରେ କମିଟି ମତ ରଖିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ବୈଠକରେ ଉପସ୍ଥିତ ଭାଜପା ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ କେନ୍ଦ୍ର ଦେଉଥିବା ଅର୍ଥ ଖର୍ଚ୍ଚ କରାଯାଇପାରୁ ନ ଥିବା କଥା ଉଠାଇଥିଲେ। ଏନେଇ ପରିବହନ ମନ୍ତ୍ରୀଙ୍କୁ ମୋହନ ମାଝି ପ୍ରଶ୍ନ ପଚାରିବା ପରେ ତା’ ଉପରେ ସେ ଉତ୍ତର ନ ରଖିବାରୁ ମାଝି ରାଗିକି ଉଠି ପଳାଇଥିଲେ। ବାଚସ୍ପତି ପାତ୍ରଙ୍କ ନେତୃତ୍ୱରେ ମୋଟ ୧୫ ଜଣ କମିଟି ସଦସ୍ୟ ଏବଂ ୭ଜଣ ସରକାରୀ ଅଧିକାରୀ ଦିଲ୍ଲୀ ଗସ୍ତ କରିବେ। ଉକ୍ତ କମିଟିରେ ବାଚସ୍ପତି, ୪ଜଣ ମନ୍ତ୍ରୀ ଓ ୧୦ ବିଧାୟକ ରହିବେ। ସରକାରୀ ଅଧିକାରୀଙ୍କ ମଧ୍ୟରେ ପରିବହନ ସଚିବ ଏବଂ ଓଏସ୍‌ଡିଙ୍କ ସମେତ ବିଧାନସଭା ବାଚସ୍ପତି ଏବଂ ଅନ୍ୟ ୪ ଅଧିକାରୀ ଗସ୍ତ କରିବେ। ଟିମ୍‌ ଦିଲ୍ଲୀସ୍ଥିତ ଓଡ଼ିଶା ଭବନଠାରେ ପ୍ରଥମେ କମିଟି ସଦସ୍ୟମାନେ ଏକ ବୈଠକ କରିବେ। ଉକ୍ତ ବୈଠକରେ ଶାସକ ଦଳ ଏବଂ ଭାଜପା ଓ କଂଗ୍ରେସ ଏମ୍‌ପିମାନେ ମଧ୍ୟ ସାମିଲ ହେବାକୁ କୁହାଯାଇଛି। ମାତ୍ର କଂଗ୍ରେସ ଏମ୍‌ପିଙ୍କ ସମେତ ବିଜେଡି ଏମ୍‌ପିମାନେ ଯୋଗଦେବେ ବୋଲି ଶୁଣିବାକୁ ମିଳୁଛି। ସେଠାରୁ ବୈଠକ ଶେଷକରି ରେଳ ଭବନ ଅଭିମୁଖେ ଗସ୍ତ କରିବେ। ବୁଧବାର କମିଟି ସଦସ୍ୟ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri