ରେଳ ଧାରଣାରୁ ମହିଳା, ପୁରୁଷଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ, ୧୯।୫ – ଅନୁଗୋଳ କୁମଣ୍ଡ ନିକଟ ରେଳ ଧାରଣାରୁ ଶନିବାର ପୋଲିସ ଜଣେ ମହିଳା ଓ ପୁରୁଷଙ୍କ ମୃତଦେହ ଉଦ୍ଧାର କରିଛି। ସେମାନେ ଦମ୍ପତି ହୋଇଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ମୃତ ପୁରୁଷଙ୍କ ନାମ ବିଭୂତି ସାହୁ(୨୩) ଓ ତାଙ୍କ ଘର ବଅଁରପାଳ ଥାନା ଚଉରିଡ଼ିହିରେ। ସେହିପରି ମୃତା ମହିଳାଙ୍କ ନାମ ପ୍ରୀତି ସାହୁ ବୋଲି ପୋଲିସ ସୂଚନା ପାଇଛି। ଉଭୟେ ଶୁକ୍ରବାର ରାତିରେ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ତଦନ୍ତ ବେଳେ ଜଣାପଡ଼ିଛି। ମୃତ ବିଭୂତିଙ୍କ ବାପା ରାଜୁ ସାହୁ ବ୍ୟବେଚ୍ଛଦ ପରେ ପୁଅର ମୃତଦେହ ଘରକୁ ନେଇଯାଇଛନ୍ତି। ତେବେ ପ୍ରୀତି ସାହୁଙ୍କୁ ସେ ଜାଣି ନ ଥିବା କହିଛନ୍ତି। ଅନୁଗୋଳ ପୋଲିସ ନଂ. ୮୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଲାଇଛି। ପ୍ରୀତିଙ୍କ ମୃତଦେହ ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ରଖାଯାଇଥିବା ପାଲିସ କହିଛି।