ରେଳସାଇଡିଂରୁ ମିଳିଥିବା ଆର୍ଥତ୍କ ସହାୟତା ରାଶି ହଡପ ଅଭିଯୋଗ: ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ

ଯୋଡା, ୧୬ା୬(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଜଲହରି ଗ୍ରାମପଞ୍ଚାୟତରେ ଥିବା ଏସେଲ ଖଣି କମ୍ପାନୀର ଆପାହାତୁ ରେଳସାଇଡିଂରୁ ମିଳିଥିବା ଆର୍ଥତ୍କ ସହାୟତା ରାଶିକୁ ହଡପ କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ଜଲହରି ଅଞ୍ଚଳବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ଘେରିଥିଲେ। ଜଲହରି ପଞ୍ଚାୟତର କେମେସି ହଟିଂ, କ୍ରେତ ହଟିଂ, ଆଇଟିସି, ନ୍ୟୁକଲୋନୀ, ଜଲହରି ବସ୍ତି ଆଦି ଗ୍ରାମର ଶତାଧିକ ମହିଳାପୁରୁଷ ସୋମବାର ଏକାଠି ହୋଇ ଅଭିଯୋଗ ଆଣିଥିଲେ ା କେମେସି ହଟିଂର ନିରଞ୍ଜନ ମୁଣ୍ଡା, ରାଜେନ ମୁଣ୍ଡା, ରାଜୁ ପାତ୍ର, ବାସୁ ମୁଣ୍ଡା ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ବିଗତ ପ୍ରାୟ ୫ମାସ ପୂର୍ବରୁ ଏସେ୍‌ଲ କମ୍ପାନୀର ଆପାହୁତଠାରେ ରେଳସାଇଡିଂ କାର୍ଯ୍ୟ ଆରମ୍ଭ ହୋଇଛି। ଉକ୍ତ ସାଇଡିଂରେ ଜଲହରି ପଞ୍ଚାୟତବାସୀ ନିଯୁକ୍ତି ଦାବି କରିଥିଲେ ା ମାତ୍ର ଖଣି କର୍ତ୍ତୃପକ୍ଷ ସମସ୍ତ ଗ୍ରାମବାସୀଙ୍କୁ ନିଯୁକ୍ତି ଦେବା ଅସମ୍ଭବ ବୋଲି କହି ରେଳସାଇଡିଂରେ ଖଣିଜ ବୋଝେଇ ହେଉଥିବା ର଼୍ୟାକ୍‌ରେ ଟନ୍‌ ପିଛା ୮ ଟଙ୍କା ହିସାବରେ ସ୍ଥାନୀୟ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ଦେବା ପାଇଁ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟାଙ୍କ ସହିତ ଚୁକ୍ତି କରିଥିଲେ। ଏହି ଚୁକ୍ତି ଅନୁଯାୟୀ, ଉକ୍ତ ରେଳସାଇଡିଂରେ କାର୍ଯ୍ୟ ହୋଇଥିବା ଟଙ୍କାକୁ ସରପଞ୍ଚ ଓ ସମିିତି ସଭ୍ୟ ଉଠାଇ ନେଇ ନିଜ ନିଜର ସମର୍ଥକମାନଙ୍କୁ ବାଣ୍ଟି ଦେଇଥିବା ବେଳେ ଅନ୍ୟମାନଙ୍କୁ ଦେଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। କରୋନା ବେଳେ ଗ୍ରାମବାସୀ କାମ ହରାଇଥିବାରୁ ଏହି ଟଙ୍କାକୁ ସେମାନେ ଆଶ୍ରା କରିଥିଲେ ା ସୋମବାର ଜଲହରି ସରପଞ୍ଚ ମିତା ମୁଣ୍ଡା କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ପୂର୍ବରୁ ଏକାଠି ହୋଇଥିବା ଶତାଧିକ ମହିଳାପୁରୁଷ ସରପଞ୍ଚଙ୍କୁ ଘେରି ଯାଇଥିଲେ। ଉକ୍ତ ସହାୟତା ରାଶିର ହିସାବ ମାଗିବା ସହିତ ମିଳିଥିବା ଆର୍ଥତ୍କ ସହାୟତା ରାଶି ବଣ୍ଟନରେ କାହିଁକି ପାତରଅନ୍ତର କରାଗଲା ବୋଲି ପ୍ରଶ୍ନ କରିଥିଲେ। ସରପଞ୍ଚ ମୁଣ୍ଡା ଏହାକୁ ସ୍ବୀକାର କରି ଆଗାମୀ ଦିନରେ ଏପରି କାର୍ଯ୍ୟ କରାଯିବ ନାହିଁ ବୋଲି ଲୋକଙ୍କୁ ବୁଝାଶୁଝା କରିଥିଲେ ା ଦୁଇ ଦିନ ମଧ୍ୟରେ ଉକ୍ତ ଟଙ୍କାର ହିସାବ ଦେବା ସହିତ ଯେଉଁମାନେ ଆର୍ଥତ୍କ ସହାୟତା ରାଶି ପାଇନାହାନ୍ତି ସେମାନଙ୍କୁ ଉକ୍ତ ରାଶି ପ୍ରଦାନ କରାଯିବ ବୋଲି ସରପଞ୍ଚ କହିଛନ୍ତି। ସରପଞ୍ଚଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ଅଭିଯୋଗକାରୀମାନେ ବିକ୍ଷୋଭରୁ ହଟିଥିଲେ। ହେଲେ ୨ଦିନ ମଧ୍ୟରେ ଏହାର ସମାଧାନ କରା ନ ଗଲେ ପୁଣି ସେମାନେ ସରପଞ୍ଚଙ୍କୁ ଘେରିବେ ବୋଲି ଚେତାବନୀ ଦେଇଛନ୍ତି। ସରପଞ୍ଚ ମିତା ମୁଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ୨ ଦିନ ମଧ୍ୟରେ ହିସାବ କରି କ୍ଷତିଗ୍ରସ୍ତମାନଙ୍କୁ ଟଙ୍କା ଦିଆଯିବ ା