ରେଳଧାରଣା ନିକଟରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର

ତିର୍ତ୍ତୋଲ,୧୦।୧୧(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦୀପ ରେଳଧାରଣାର ବନ୍ଧବାଟି ଲେବୁଲ କ୍ରସିଂ ନିକଟରୁ ରବିବାର ସକାଳେ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେଠାରୁ ଏକ ରେଳ ଟିକେଟ୍‌, ପର୍ସ ଏବଂ ଏକ ଫୋନ୍‌ କଭର ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ସୂଚନା ମିଳିଛି। ରାତିରେ କଟକରୁ ପାରାଦୀପ ଯାଉଥିବା ଯାତ୍ରୀବାହୀ ଟ୍ରେନ୍‌ରୁ ଖସିପଡ଼ି ନଚେତ କେହି ତାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।