Posted inଫୁରସତ

ରେନତ୍‌ ଅଗ୍‌ଜାମୋଭ୍‌: ବକ୍ସିଂ ଚାମ୍ପିୟନରୁ ସେଲିବ୍ରିଟି କେକ୍‌ ମେକର୍‌

ରେନତ୍‌ ଅଗ୍‌ଜାମୋଭ୍‌ ଦିନେ ଥିଲେ ଜଣେ ବକ୍ସିଂ ଚାମ୍ପିୟନ। ହେଲେ ଏବେ ସେ ପରିଚିତ ସେଲିବ୍ରିଟି କେକ୍‌ ମେକର୍‌ ଭାବେ। ତାଙ୍କର ପ୍ରତ୍ୟେକ କେକ୍‌ ଗୋଟିଏ ଗୋଟିଏ ମାଷ୍ଟରପିସ୍‌। ଆଉ ସେଗୁଡିକ ବିକ୍ରି ହୁଏ ହଜାର ହଜାର ଡଲାରରେ। ସୁନ୍ଦର ରାଜପ୍ରାସାଦରେ ନୃତ୍ୟ କରୁଥିବା ପ୍ରେମୀ ଯୁଗଳଠୁ ଆରମ୍ଭକରି ଓ୍ବାଟର ଫାଉଣ୍ଟେନ୍‌, ବିରାଟକାୟ ଡ୍ରାଗନ୍‌, ବରଫ ପାହାଡଭଳି ଅନେକ ଡିଜାଇନ୍‌ର କେକ୍‌ ସେ ତିଆରି କରିଛନ୍ତି। ରେନତ୍‌ ଏହି ବିରାଟକାୟ ଓ ଆକର୍ଷକ କେକ୍‌ ସବୁକୁ ଏତେ ନିଖୁଣଭାବେ କରିଥାଆନ୍ତି ଯେ, ଲାଗେ ବାସ୍ତବ ପରି। ସେଥିପାଇଁ ତ ତାଙ୍କ କେକ୍‌ର ବହୁତ ଚାହିଦା ରହିଛି। ଖାସ୍‌କରି ତାଙ୍କର ଅନେକ ହାଇ ପ୍ରୋଫାଇଲ୍‌ ଗ୍ରାହକ ଅଛନ୍ତି। ମାତ୍ର ୭ ବର୍ଷ ବୟସରୁ କେକ୍‌ ତିଆରି କରିବା ଆରମ୍ଭ କରିଥିଲେ ରେନତ୍‌। ସେବେଠାରୁ ଆଜିପର୍ଯ୍ୟନ୍ତ ସେ ୨୭୦୦ରୁ ଊର୍ଦ୍ଧ୍ୱ କେକ୍‌ ତିଆରି କରିସାରିଲେଣି। ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି। ଆଉ ଅନେକ ପୁରସ୍କାର ବି ପାଇଛନ୍ତି। ତେବେ ଇନ୍‌ଷ୍ଟ୍ରାଗ୍ରାମ୍‌ ଯୋଗୁ ସେ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ହୋଇପାରିଛନ୍ତି। ବର୍ତ୍ତମାନ ତାଙ୍କର ୨ ମିଲିୟନ ଫ୍ୟାନ୍‌ ଅଛନ୍ତି। ଗତବର୍ଷ ସେ ୧୩ ଫୁଟ୍‌ ଉଚ୍ଚତାର ଫେରିଟେଲ୍‌ କ୍ୟାସେଲ୍‌ ପରି ଏକ ଓ୍ବେଡିଂ କେକ୍‌ ତିଆରି କରିଥିଲେ, ଯାହାର ମୂଲ୍ୟ ୧,୭୯,୦୦୦ଡଲାର ଥିଲା। ୧୫୦୦ କି.ଗ୍ରା. ଓଜନର ଏହି କେକ୍‌ ଥିଲା ବେଶ୍‌ ଆକର୍ଷକ। ଅନେକ ମହଲାବିଶିଷ୍ଟ ଏହି କ୍ୟାସେଲ୍‌ରେ ବାଲକୋନି ଥିବା ସହ ସୁନ୍ଦର ବାହ୍ୟ ଓ ଆଭ୍ୟନ୍ତରୀଣ ସାଜସଜ୍ଜା ହୋଇଥିଲା। ତା’ର ଦ୍ୱାର ଖୋଲିବା ସହ କ୍ୟାସେଲ୍‌ ମଧ୍ୟରୁ ପୁଅଝିଅ ନୃତ୍ୟ କରି ବାହାରକୁ ଆସୁଥିଲେ, ଯାହାକି ସମସ୍ତଙ୍କୁ ଚକିତ କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri