ରେଞ୍ଚ ମେଡିକାଲରେ ବ୍ୟାପକ ଅବ୍ୟବସ୍ଥା: ପ୍ରତିବାଦରେ ଅଞ୍ଚଳବାସୀଙ୍କ ଧାରଣା

ନିମାପଡ଼ା,୫।୯(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ରେଞ୍ଚ ଡାକ୍ତରଖାନାରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦ ଓ ୮ ଦଫା ଦାବିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ଗୁରୁବାର ମେଡିକାଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆନ୍ଦୋଳନକାରୀମାନେ ନିମାପଡ଼ା-ପିପିଲି ରାସ୍ତାର ରେଞ୍ଚ ଛକଠାରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଧାରଣାରେ ବସି ରହିଥିଲେ। ସ୍ଥାନୀୟ ତହସିଲଦାର କମଲଜିତ ଦାସ, ପୋଲିସ ଏସ୍‌ଡିପିଓ ଶରତ ମିଶ୍ର ପ୍ରମୁଖ ଆନ୍ଦୋଳନସ୍ଥଳରେ ପହଞ୍ଚି ଲୋକମାନଙ୍କ ସଂ ଆଲୋଚନା କରି ଦାବି ପୂରଣ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।