ରୂପ୍‌ସା, ବସ୍ତା, ଜଳେଶ୍ୱର ଷ୍ଟେଶନ ପରିଦର୍ଶନ କଲେ ଜିଏମ୍‌

ରୂପ୍‌ସା/ବସ୍ତା/ଜଳେଶ୍ୱର, ୧୧।୧(ଡି.ଏନ.ଏ./ସ୍ବ.ପ୍ର.)-ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର(ଜିଏମ୍‌) ସଞ୍ଜୟ କୁମାର ମହାନ୍ତି ପ୍ରଥମଥର ପାଇଁ ଶୁକ୍ରବାର ବାଲେଶ୍ୱର ଗସ୍ତରେ ଆସି ରୂପ୍‌ସା ଜଙ୍କଶନ, ବସ୍ତା ଓ ଜଳେଶ୍ୱର ଷ୍ଟେଶନ ପରିଦର୍ଶନ କରିଛନ୍ତି।
ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ସେ ବାଙ୍ଗିରିପୋଷି ଷ୍ଟେଶନ ଗସ୍ତ କରିବା ପରେ ମଧ୍ୟାହ୍ନ ୧୨ଟାରେ ରୂପ୍‌ସା ଜଙ୍କଶନରେ ପହଞ୍ଚିଥିଲେ। ଉତ୍ତରକେବିନ ପଟକୁ ଯାଇ ଟ୍ରାକ୍‌ମ୍ୟାନଙ୍କ ସହ ସାକ୍ଷାତ୍‌ କରି ରେଳଟ୍ରାକ କାର୍ଯ୍ୟ ଓ ନିରାପତ୍ତା ପାଇଁ ବ୍ୟବହୃତ ସାମଗ୍ରୀ ସବୁ ଦେଖିଥିଲେ। ସେମାନଙ୍କ କାର୍ଯ୍ୟଦକ୍ଷତା ଓ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ବିଭିନ୍ନ ଦାବି ନେଇ ସ୍ଥାନୀୟ ରାଜନୈତିକ ଦଳ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପରେ ବସ୍ତା ରେଳ ଷ୍ଟେଶନରେ ପହଞ୍ଚତ୍ଥିଲେ। ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ସାହୁ ଓ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ସହ ବରିଷ୍ଠ ଜନସାଧାରଣଙ୍କ ସହ ବିଭିନ୍ନ ଏକ୍ସପ୍ରେସର ରହଣି, ୪ନଂ. ପ୍ଲାଟଫର୍ମର ନିର୍ମାଣ ସହ ତଦନୁଯାୟୀ ଫୁଟ ଓଭରବ୍ରିଜର ସମ୍ପ୍ରସାରଣ, କାଳୀଗିରି ଫାଟକଠାରୁ ଷ୍ଟେଶନ ପର୍ଯ୍ୟନ୍ତ ରେଳଧାରଣାର ପୂର୍ବ ପାଶ୍ୱରେ ସ୍ଥାୟୀ ରାସ୍ତା ସୁବିଧା, ହାଓ୍ବଡା-ଜଳେଶ୍ୱର ପାସେଞ୍ଜରକୁ ବାଲେଶ୍ୱର ଓ ପଲାସା – ଭୂବନେଶ୍ୱର-ଭଦ୍ରକ ପାସେଞ୍ଜରକୁ ଜଳେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ, ନୂତନ ଟ୍ରେନ୍‌ ପ୍ରଚଳନ ଉପରେ ଆଲୋଚନା କରିଥିଲେ। ପରେ ଅପରାହ୍ନ ସାଢ଼େ ୨ଟାରେ ଜଳେଶ୍ୱର ରେଳଷ୍ଟେଶନ ପରିଦର୍ଶନ କରିଥିଲେ। ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ସହ ଯାତ୍ରୀମାନଙ୍କ ସୁବିଧା ଲାଗି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା। ପରିଦର୍ଶନ ସମୟରେ ଜିଏମ୍‌ ମହାନ୍ତିଙ୍କ ସହ ଖଡ଼ଗପୁର ଡିଆରଏମ୍‌ ମନୋରଞ୍ଜନ ପ୍ରଧାନ, ପ୍ର୍ରିନ୍ସପାଲ ଚିଫ ଅପରେଶନାଲ ମ୍ୟାନେଜର ଜରିନା ଫିରଦସି, ପ୍ରିନ୍ସପାଲ ଚିଫ ଇଞ୍ଜିନିୟର ଉମେଶ ବାରିନ୍‌, ସିନିଅର ଡିଭିଜନାଲ ଅପରେଶନ ମ୍ୟାନେଜର ବିନୀତ କୁମାର ଗୁପ୍ତା, ସେକ୍ରେଟାରୀ ପଙ୍କଜ କୁନୱାର, ପିଡବ୍ଲ୍ୟୁଆଇ ନିଖିଲ ଚନ୍ଦ୍ର ସରକାର, ରୂପ୍‌ସା ଷ୍ଟେଶନ ମ୍ୟାନେଜର ମେଘରାୟ ହାଁସଦା ଓ ଶ୍ରୀପତି ରାଉତ, ଜଳେଶ୍ୱର ଷ୍ଟେଶନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ରେଳବାଇ ପୋଲିସଙ୍କ କଡ଼ା ସୁରକ୍ଷା ମଧ୍ୟରେ ବିଭାଗୀୟ ଉଚ୍ଚ ପଦସ୍ଥ କର୍ମକର୍ତ୍ତାଙ୍କ ସହ ରେଳଷ୍ଟେଶନ ଅଞ୍ଚଳ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

ପ୍ରେମିକାଙ୍କୁ ଭେଟିବା ପାଇଁ କରିଥିଲେ ସୀମା ପାର୍, ଯୁବକଙ୍କୁ LOCରେ….

ଶ୍ରୀନଗର,୩୧ା୫: ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ବିଦେଶରେ ସୁନା ଶସ୍ତା କିନ୍ତୁ ଭାରତରେ ମହଙ୍ଗା କାହିଁକି? ଲକ୍ଷେ ଟଙ୍କାର ସୁନା କିଣିଲେ ୧୮ହଜାର ଅଧିକ କାହିଁକି ଦେବାକୁ ପଡ଼େ

ନୂଆଦିଲ୍ଲୀ,୩୧ା୫: ବିବାହ ହେଉ କିମ୍ବା ଦୀପାବଳି କିମ୍ବା ଧନତେରସ ଭଳି ପର୍ବ, ଲୋକମାନେ ଏପରି ପ୍ରତ୍ୟେକ ଅବସରରେ ସୁନା କିଣିବାକୁ ପସନ୍ଦ କରନ୍ତି । ତଥାପି, ବାସ୍ତବତା…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri