ରୂପ୍‌ସା, ବସ୍ତା, ଜଳେଶ୍ୱର ଷ୍ଟେଶନ ପରିଦର୍ଶନ କଲେ ଜିଏମ୍‌

ରୂପ୍‌ସା/ବସ୍ତା/ଜଳେଶ୍ୱର, ୧୧।୧(ଡି.ଏନ.ଏ./ସ୍ବ.ପ୍ର.)-ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର(ଜିଏମ୍‌) ସଞ୍ଜୟ କୁମାର ମହାନ୍ତି ପ୍ରଥମଥର ପାଇଁ ଶୁକ୍ରବାର ବାଲେଶ୍ୱର ଗସ୍ତରେ ଆସି ରୂପ୍‌ସା ଜଙ୍କଶନ, ବସ୍ତା ଓ ଜଳେଶ୍ୱର ଷ୍ଟେଶନ ପରିଦର୍ଶନ କରିଛନ୍ତି।
ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ସେ ବାଙ୍ଗିରିପୋଷି ଷ୍ଟେଶନ ଗସ୍ତ କରିବା ପରେ ମଧ୍ୟାହ୍ନ ୧୨ଟାରେ ରୂପ୍‌ସା ଜଙ୍କଶନରେ ପହଞ୍ଚିଥିଲେ। ଉତ୍ତରକେବିନ ପଟକୁ ଯାଇ ଟ୍ରାକ୍‌ମ୍ୟାନଙ୍କ ସହ ସାକ୍ଷାତ୍‌ କରି ରେଳଟ୍ରାକ କାର୍ଯ୍ୟ ଓ ନିରାପତ୍ତା ପାଇଁ ବ୍ୟବହୃତ ସାମଗ୍ରୀ ସବୁ ଦେଖିଥିଲେ। ସେମାନଙ୍କ କାର୍ଯ୍ୟଦକ୍ଷତା ଓ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ବିଭିନ୍ନ ଦାବି ନେଇ ସ୍ଥାନୀୟ ରାଜନୈତିକ ଦଳ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପରେ ବସ୍ତା ରେଳ ଷ୍ଟେଶନରେ ପହଞ୍ଚତ୍ଥିଲେ। ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ସାହୁ ଓ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ସହ ବରିଷ୍ଠ ଜନସାଧାରଣଙ୍କ ସହ ବିଭିନ୍ନ ଏକ୍ସପ୍ରେସର ରହଣି, ୪ନଂ. ପ୍ଲାଟଫର୍ମର ନିର୍ମାଣ ସହ ତଦନୁଯାୟୀ ଫୁଟ ଓଭରବ୍ରିଜର ସମ୍ପ୍ରସାରଣ, କାଳୀଗିରି ଫାଟକଠାରୁ ଷ୍ଟେଶନ ପର୍ଯ୍ୟନ୍ତ ରେଳଧାରଣାର ପୂର୍ବ ପାଶ୍ୱରେ ସ୍ଥାୟୀ ରାସ୍ତା ସୁବିଧା, ହାଓ୍ବଡା-ଜଳେଶ୍ୱର ପାସେଞ୍ଜରକୁ ବାଲେଶ୍ୱର ଓ ପଲାସା – ଭୂବନେଶ୍ୱର-ଭଦ୍ରକ ପାସେଞ୍ଜରକୁ ଜଳେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ, ନୂତନ ଟ୍ରେନ୍‌ ପ୍ରଚଳନ ଉପରେ ଆଲୋଚନା କରିଥିଲେ। ପରେ ଅପରାହ୍ନ ସାଢ଼େ ୨ଟାରେ ଜଳେଶ୍ୱର ରେଳଷ୍ଟେଶନ ପରିଦର୍ଶନ କରିଥିଲେ। ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ସହ ଯାତ୍ରୀମାନଙ୍କ ସୁବିଧା ଲାଗି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା। ପରିଦର୍ଶନ ସମୟରେ ଜିଏମ୍‌ ମହାନ୍ତିଙ୍କ ସହ ଖଡ଼ଗପୁର ଡିଆରଏମ୍‌ ମନୋରଞ୍ଜନ ପ୍ରଧାନ, ପ୍ର୍ରିନ୍ସପାଲ ଚିଫ ଅପରେଶନାଲ ମ୍ୟାନେଜର ଜରିନା ଫିରଦସି, ପ୍ରିନ୍ସପାଲ ଚିଫ ଇଞ୍ଜିନିୟର ଉମେଶ ବାରିନ୍‌, ସିନିଅର ଡିଭିଜନାଲ ଅପରେଶନ ମ୍ୟାନେଜର ବିନୀତ କୁମାର ଗୁପ୍ତା, ସେକ୍ରେଟାରୀ ପଙ୍କଜ କୁନୱାର, ପିଡବ୍ଲ୍ୟୁଆଇ ନିଖିଲ ଚନ୍ଦ୍ର ସରକାର, ରୂପ୍‌ସା ଷ୍ଟେଶନ ମ୍ୟାନେଜର ମେଘରାୟ ହାଁସଦା ଓ ଶ୍ରୀପତି ରାଉତ, ଜଳେଶ୍ୱର ଷ୍ଟେଶନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ରେଳବାଇ ପୋଲିସଙ୍କ କଡ଼ା ସୁରକ୍ଷା ମଧ୍ୟରେ ବିଭାଗୀୟ ଉଚ୍ଚ ପଦସ୍ଥ କର୍ମକର୍ତ୍ତାଙ୍କ ସହ ରେଳଷ୍ଟେଶନ ଅଞ୍ଚଳ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri