ରିଲିଫ ବଣ୍ଟନ ନେଇ ଉତ୍ତେଜନା : ଯୋଗାଣ କେନ୍ଦ୍ରରେ ତାଲା ପକାଇଲେ ଲୋକେ

ରଣପୁର,୧୭ା୫(ସ୍ବ.ପ୍ର.)-ଫନୀ ପ୍ରଭାବରେ ନୟାଗଡ଼ ଜିଲା ରଣପୁର ବିଜ୍ଞାପିତ ଅଞ୍ଚଳ ସମେତ ୩୭ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିପନ୍ନଙ୍କୁ ସରକାରୀ ରିଲିଫ ପ୍ରଦାନ ପାଇଁ କଡା ନିର୍ଦ୍ଦେଶ ରହିଛି। ପ୍ରଥମ ପର୍ଯ୍ୟାୟରେ ଗୁରୁବାର ରିଲିଫ ବଣ୍ଟନ କରାଯାଇଥିବାବେଳେ ରଣପୁର ଏନଏସିସ୍ଥିତ ୧,୨ ନମ୍ବର ୱାର୍ଡରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଏନ୍‌ଏସି କାର୍ଯ୍ୟାଳୟ ପକ୍ଷରୁ ୨୫୦୦ ବଦଳରେ ୨୦୦୦ ଟଙ୍କା ଦେବାରୁ ଲୋକମାନଙ୍କ ସହିତ ଏନ୍‌ଏସି କର୍ମଚାରୀ ଓ ଡିଲରଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଠେଲାପେଲା ଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। କ୍ଷତିଗ୍ରସ୍ତ ଲୋକେ ଯୋଗାଣ କେନ୍ଦ୍ରରେ ତାଲା ପକାଇ ଦେବା ଫଳରେ ରିଲିଫ ବଣ୍ଟନ କାର୍ଯ୍ୟ ବନ୍ଦ କରାଯାଇଥିଲା। ସୂଚନାଯୋଗ୍ୟ, ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଫନୀ ବିପନ୍ନ ପ୍ରତି ରାଶନ କାର୍ଡ ହିତାଧିକାରୀ ପରିବାରକୁୁ ରିଲିଫ ବାବଦରେ ୨୦୦୦ ଟଙ୍କା, ପଲିଥିନ୍‌ ପାଇଁ ୫୦୦ଟଙ୍କା ଓ ୫୦କେ.ଜି ଚାଉଳ ଦେବା ପାଇଁ ନିୟମ ରହିଛି। ରାଶନ କାର୍ଡ ନ ଥିବା ପରିବାରଙ୍କୁ ନାହିଁ କେବଳ ୫୦ କେଜି ଚାଉଳ ବଣ୍ଟନ ପାଇଁ ନିର୍ଦ୍ଦେଶ ରହିଛି। ତେବେ ଏହି ୨ ୱାର୍ଡର ରାଶନ କାର୍ଡ ହିତାଧିକାରୀଙ୍କୁ ଅଢେଇ ହଜାର ପରିବର୍ତ୍ତେ ଦୁଇ ହଜାର ଟଙ୍କା ପ୍ରଦାନକୁ ନେଇ ଉତ୍ତେଜନା ଦେଖାଦେଇଛି। ବିପନ୍ନ ଲୋକମାନେ ସକାଳ ୮ଟାରୁ ଯୋଗାଣ କେନ୍ଦ୍ର ଆଗରେ ଲମ୍ବା ଲାଇନ୍‌ରେ ଠିଆ ହୋଇଥିବାବେଳେ ସେମାନଙ୍କ ପ୍ରତି ଏଭଳି ବ୍ୟତିକ୍ରମ କାହିଁକି କରାଯାଇଛି ବୋଲି ପାଟିତୁଣ୍ଡ କରିଥିଲେ। ଏ ବିଷୟରେ ରଣପୁର ଏନ୍‌ଏସି ଅଧିକାରିଣୀ ଅର୍ଚ୍ଚନା ନାୟକ କହିଛନ୍ତି, ଲୋକଙ୍କୁ ତହସିଲ ପକ୍ଷରୁ ପଲିଥିନ୍‌ ବଣ୍ଟନ କରାଯାଉଛି। ସେହି ତାଲିକା ଆମକୁ ତହସିଲ ତରଫରୁ ମିଳିନି। ତହସିଲ କାର୍ଯ୍ୟାଳୟରୁ ତାଲିକା ଆସିଲା ପରେ ପଲିଥିନ୍‌ ବାବଦକୁ ଆଉ ୫୦୦ ଟଙ୍କା ପ୍ରଦାନ କରାଯାଇଥାନ୍ତା। ଲୋକମାନେ ଏହାକୁ ବିରୋଧ କରିବାରୁ ରିଲିଫ ବଣ୍ଟନ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri