ରିଲିଫ ପାଣ୍ଠିକୁ ଦାନ କଲେ ଏସ୍‌ଏଚଜି

ବାଲେଶ୍ୱର ଅଫିସ, ୮।୪: କରୋନା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି। ବାଲେଶ୍ୱର ପୌରାଞ୍ଚଳ ସିଆଡ଼ି ମଙ୍ଗଳା ଏସ୍‌ଏଚ୍‌ଜି ତରଫରୁ ୧୦ହଜାର, ମଠବାଡ଼ି ଅଞ୍ଚଳର ମା’ ତାରିଣୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ୧୦ହଜାର ଓ ରେମୁଣା ଅଞ୍ଚଳର ରୁଦ୍ରାଣୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ୬ହଜାର ଟଙ୍କା ଲେଖାଏଁ ଚେକ୍‌ ମାଧ୍ୟମରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରିଛନ୍ତି। ଏତଦ୍‌ବ୍ୟତୀତ ସିଆଡ଼ି ମଙ୍ଗଳା ଏସ୍‌ଏଚ୍‌ଜି ତରଫରୁ ସଦସ୍ୟମାନେ ମାସ୍କ ତିଆରି କରି ୩୫୦ମାସ୍କ ଓ ହର୍ବାଲ ସାନିଟାଇଜର ବିଭିନ୍ନ ଅଞ୍ଚଳରେ ମାଗଣାରେ ବଣ୍ଟନ କରିଥିବା ବେଳେ ସୁଲଭ ମୂଲ୍ୟରେ ୬୦୦୦ଟି ମାସ୍କ ବିକ୍ରୟ କରିଥିବା ଜିଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଦୀପକ କୁମାର ସାହୁ ଏକ ପ୍ରେସ୍‌ ବିବୃତିରେ ବୁଧବାର ଜଣାଇଛନ୍ତି। ଜିଲା ସମାଜ ମଙ୍ଗଳ ଅଧିକାରୀ କୁସୁମମାଳା ମିଶ୍ର, ବାଲେଶ୍ୱର ପୌରାଞ୍ଚଳ ନିର୍ବାହୀ ଅଧିକାରୀ ପ୍ରଣୟ ଜେନା, ମିଶନ ଶକ୍ତି ଡିପିସି ବିଶ୍ୱଜିତ ପରିଡ଼ା, ସିଡ଼ିପିଓ ସାଗରିକା ଦତ୍ତ, ସବିତା ରାଉତ, ବିପିସି ସତ୍ୟବ୍ରତ ଦେ, ବିଏମଏସସି ଶୁଭଶ୍ରୀ ଦାଶ ପ୍ରମୁଖ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ଏଭଳି କାର୍ଯ୍ୟର ପ୍ରଶଂସା କରିଛନ୍ତି।