ରିଲାଏନ୍ସ ଯୋଗାଇବ ସବ୍‌ସିଡିଯୁକ୍ତ ଏଲ୍‌ପିଜି

ନୂଆଦିଲ୍ଲୀ,୧୨-୬: ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଦେଶରେ ରୋଷେଇ ଗ୍ୟାସ୍‌ ଅର୍ଥାତ ଏଲ୍‌ପିଜି ସିଲିଣ୍ଡର ଯୋଗାଉଛନ୍ତି। ତେବେ ଘରୋଇ କମ୍ପାନୀଙ୍କୁ ସବ୍‌ସିଡିଯୁକ୍ତ ରୋଷେଇ ଗ୍ୟାସ୍‌ ଯୋଗାଇବା ଲାଗି ସୁଯୋଗ ଦେବାକୁ ଦେଶର ସର୍ବବୃହତ ଗ୍ୟାସ୍‌ ଉତ୍ପାଦନକାରୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଦାବି କରିଛି। ଏହି ପରିପ୍ରେକ୍ଷିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଏକ ୫ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ଆସନ୍ତା ଜୁଲାଇ ସୁଦ୍ଧା ତାଙ୍କର ରିପୋର୍ଟ ଦେବାକୁ କୁହାଯାଇଛି।
ମିଡିଆ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଜାମନଗରରେ ବିଶ୍ୱର ସର୍ବବୃହତ ରିଫାଇନେରୀ ରହିଛି। ଏଠାରେ ଉତ୍ପାଦିତ ଏଲ୍‌ପିଜିକୁ ଏହା ସରକାରୀ ସବ୍‌ସିଡିରେ ଯୋଗାଇବାକୁ ଆଗ୍ରହୀ ବୋଲି କମ୍ପାନୀ କହିଛି। ବର୍ତ୍ତମାନର ବ୍ୟବସ୍ଥାରେ ସରକାର ବଜାର ଦରରେ ହିତାଧିକାରୀଙ୍କୁ ରୋଷେଇ ଗ୍ୟାସ୍‌ ବିକ୍ରି କରିଥାନ୍ତି। କିନ୍ତୁ ଗ୍ରାହକଙ୍କ ଖାତାକୁ ସବ୍‌ସିଡି ଅର୍ଥ ଆସୁଥିବାରୁ ସିଲିଣ୍ଡର ଦର ଶସ୍ତା ହୋଇଯାଇଥାଏ। କିନ୍ତୁ ଘରୋଇ କମ୍ପାନୀଗୁଡ଼ିକୁ ଏଥିପାଇଁ ଅନୁମତି ଦିଆଯାଇନାହିଁ। ସେମାନେ ବଜାର ଦରରେ ହିଁ ଲୋକଙ୍କୁ ଏଲ୍‌ପିଜି ବିକ୍ରି କରିଥାନ୍ତି। ସରକାରଙ୍କ ଦ୍ୱାରା ଗଠିତ ପ୍ୟାନେଲରେ ବିଶିଷ୍ଟ ଅର୍ଥନୀତିବିଦ୍‌ କିରିଟ୍‌ ପାରିଖ, ପୂର୍ବତନ ପେଟ୍ରୋଲିୟମ ସଚିବ ଜି.ସି.ଚତୁର୍ବେଦୀ, ପୂର୍ବତନ ଇଣ୍ଡିଆନ ଅଏଲ ଅଧ୍ୟକ୍ଷ ଏମ.ଏ. ପାଠାନ, ଆଇଆଇଏମ୍‌ ଅହମ୍ମାବାଦ୍‌ ଡାଇରେକ୍ଟର ଏରୋଲ ଡି’ସୁଜା ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟର ଜଣେ ଯୁଗ୍ମ ସଚିବ ରହିଛନ୍ତି। ଏହି କମିଟି ପୂର୍ବରୁ ଦେଶରେ ପେଟ୍ରୋଲ ପମ୍ପ ପ୍ରତିଷ୍ଠା ନେଇ ନୀତିରେ ସୁଧାର କରିବାକୁ ସୁପାରିସ୍‌ କରିଥିଲେ। ପେଟ୍ରୋଲ ପମ୍ପ ପ୍ରତିଷ୍ଠା ପାଇଁ ୨୦୦୦ କୋଟି ଟଙ୍କାର ନିବେଶ ବ୍ୟବସ୍ଥାକୁ ପ୍ରତ୍ୟାହାର କରିନେବା ଲାଗି ଏହି କମିଟି ସୁପାରିସ୍‌ କରିଥିଲେ। ସୂଚନାଥାଉ କି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ କେତେକ ରାଜ୍ୟରେ ରୋଷେଇ ଗ୍ୟାସ୍‌ ବିକ୍ରି କରୁଛି। ତେବେ ଦେଶର ମୋଟ ୨୬.୫ ମିଲିୟନ ଗ୍ରାହକଙ୍କ ତୁଳନାରେ ଏହା ଅତ୍ୟନ୍ତ ନଗଣ୍ୟ। ଏଲ୍‌ପିଜି ସିଲିଣ୍ଡର ବ୍ୟବହାର କରିବାରେ ଭାରତ ବିଶ୍ୱରେ ଦ୍ୱିତୀୟ। ୨୦୧୮-୧୯ରେ ଭାରତରେ ୨୪.୯ ମିଲିୟନ ମେଟ୍ରିକ ଟନ୍‌ ଏଲ୍‌ପିଜି ବ୍ୟବହୃତ ହୋଇଛି। ଏଥିରୁ ଅଧା ବିଦେଶରୁ ଆମଦାନୀ କରାଯାଇଥିଲା। ବର୍ତ୍ତମାନ ଦିଲ୍ଲୀରେ ବିନା ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ୭୩୭.୫୦ ଟଙ୍କା, ମୁମ୍ବାଇରେ ଏହା ୭୦୯.୫୦ ଟଙ୍କା, କୋଲକାତାରେ ୭୬୩.୫୦ ଟଙ୍କା ଏବଂ ଚେନ୍ନାଇରେ ଏହା ୭୫୩ ଟଙ୍କାରେ ବିକ୍ରି ହେଉଛି। ସେହିପରି ସବ୍‌ସିଡିଯୁକ୍ତ ସିଲିଣ୍ଡର ଦର ଚଳିତ ମାସରେ ୧.୨୩ ଟଙ୍କା ବଢ଼ିଛି। ଦିଲ୍ଲୀରେ ଏହା ୪୯୭.୩୭ ଟଙ୍କା, ମୁମ୍ବାଇରେ ୪୯୫.୦୯ ଟଙ୍କା, କୋଲକାତାରେ ୫୦୦.୫୨ ଟଙ୍କା ଏବଂ ଚେନ୍ନାଇରେ ଏହା ୪୮୫.୨୫ ଟଙ୍କାରେ ବିକ୍ରି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri