ରାୟଗଡାରୁ ୫ କରୋନା ପଜିଟିଭ ଚି଼ହ୍ନଟ

ରାୟଗଡା ଅଫିସ୍‌,୧୫।୬: ରାୟଗଡ଼ା ଜିଲାରୁ ସୋମବାର ୫ଜଣ ପଜିଟିଭ୍‌ ଚିହ୍ନଟ ହୋଇଛି। ଚି଼ହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ କାଶୀପୁର ବ୍ଲକର ଡ଼ଙ୍ଗା ସିଲ ଗ୍ରାମ ପଞ୍ଚାୟତର ୪ ଜଣ ଅଛନ୍ତି। ସେମାନେ ସମସ୍ତେ ଜିଲାର ପ୍ରଥମ ପଜିଟିଭଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ରହୁଥିଲେ। ସେହିପରି କାଶୀପୁର ବ୍ଲକର ରେଙ୍ଗାଠାରେ ମଧ୍ୟ ଜଣେ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ସେ ହାଇଦ୍ରାବାଦ ଫେରନ୍ତା ଏବଂ ଗୃହରେ ସଙ୍ଗରୋଧରେ ରହୁଥିଲେ। ଚିହ୍ନଟ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଜିଲାରେ ବର୍ତ୍ତମାନ ସୁଦ୍ଧା ୨୫୧୨ଜଣଙ୍କର ନମୁନା ପରୀକ୍ଷା ପାଇଁ ଯାଇଥିଲା। ସେମାନଙ୍କ ମଧ୍ୟରୁ୨୫୦୦ଜଣକର ରିପୋର୍ଟ ନେଗେଟିଭ୍‌ ଆସିଥିବା ବେଳେ ୧୨ଜଣକର କରୋନା ପଜିଟିଭ ଆସିଛି । ସେଥିରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ୧୦ ଜଣ ଏବେ ମଧ୍ୟ ସକ୍ରିୟ ଅଛନ୍ତି ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି।