ରାୟଗଡ଼ାରେ ରାବଣପୋଡ଼ି

ରାୟଗଡା ଅଫିସ, ୯।୧୦: ବିଜୟା ଦଶମୀ ଅବସରରେ ମଙ୍ଗଳବାର ରାୟଗଡା ଜିଲାର ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ରାବଣପୋଡ଼ି ଅନୁଷ୍ଠିତ ହୋଇଥିଲା। ସେହିପରି ରାୟଗଡ଼ା ସହରସ୍ଥିତ ବ୍ରାହ୍ମଣ ସାହିରେ ଶାରଦୀୟ ଦୁର୍ଗା ପୂଜା କମିଟି ପକ୍ଷରୁ ରାବଣପୋଡ଼ି କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏମ୍‌ପି ସପ୍ତଗିରି ଶଙ୍କର ଉଲ୍ଲାକା, ଅନୁସୂଚିତ ଜାତି ଓ ଜନଜାତି ବିକାଶ ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଏସ୍‌ପି ଡ. ସାର୍ବଣ ବିବେକ ଏମ୍‌ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ୫୫ଫୁଟ ଉଚ୍ଚ ରାବଣ ପ୍ରତିମୂର୍ତ୍ତି ପୋଡ଼ି ଧ୍ୱଂସ ହୋଇଯାଇଥିଲା। ଏହି ଦୃଶ୍ୟ ଦେଖିବାକୁ ୫୦୦୦ରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ସମାଗମ ହୋଇଥିଲା।