ରାହୁଲ ପି.ଆର୍‌ଙ୍କୁ ଝାରସୁଗୁଡ଼ା ଏସ୍‌ପି ଦାୟିତ୍ୱ

ଭୁବନେଶ୍ୱର,୨୮।୪(ବ୍ୟୁରୋ)- ୨୦୧୩ ବ୍ୟାଚ୍‌ର ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଫିସର ରାହୁଲ ପି.ଆର୍‌ଙ୍କୁ ଝାରସୁଗୁଡ଼ା ଜିଲା ଏସ୍‌ପି ଭାବେ ନିଯୁକ୍ତି ମିଳିଛି। ରାହୁଲଙ୍କ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଝାରସୁଗୁଡ଼ା ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ଅଶ୍ୱିନୀ କୁମାର ମହାନ୍ତି ଅବସର ନେବାକୁ ଯାଉଛନ୍ତି। ତାଙ୍କ କାର୍ଯ୍ୟକାଳ ପରେ ରାହୁଲ ଏହି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି। ବର୍ତ୍ତମାନ ରାହୁଲ ଏସ୍‌ଟିଏଫ୍‌ (ସ୍ପେଶିଆଲ ଟାସ୍କଫୋର୍ସ)ଅପରାଧ ଅନୁସନ୍ଧାନ ବିଭାଗ(ସିଆଇଡି) କ୍ରାଇମବ୍ରାଞ୍ଚ(ସିବି)ର ଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି।