ରାସ୍‌ତା ତରେ ଜୀବନ୍‌ ଜିବ୍‌କା

ବରପାଲି, ୩।୨ (ଡି.ଏନ.ଏ)- ଧନୀନୁ ଗରିବ୍‌ ସଭେ ପେଟ୍‌ ପାଲବାର ଲାଗି ନାନା ଉପେ ପାଁଚୁଛନ୍‌। ଯାହାର ପଏସା କଉଡ଼ ଅଛେ ବେପାର ବନିଜ କରି ଆରାମ ସେ ଚଲୁଥିଲାବେଲେ ଗରିବ୍‌ ଦୁଖି, ଖଟିଖିଆ ଲୋକ୍‌ ନିଜର ବାହାଜାଂଗଲ ମାଜି କମେଇ ଖାଉଛନ୍‌। ସେନ୍‌ତା ଆରକେତେ ଭିନେ ଭିନେ କଳା କଉଶଲର ବେଭାର କରି ନିଜର କୁଟୁମ୍‌ ପୁଷୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ବରପାଲି ଅଂଚଲରେ।
ସୂଚନା ଅନ୍‌ସାରେ ରାଜସ୍ଥାନ ଜୟପୁର ଜିଲା ଅଧୀନ କୋଟା ଅଂଚଲର ହୀରାଲାଲ ରାମସିଂ(୮୦)। ସେ ଲୁହୁରା ସମାଜର। ବାପ୍‌ଅଜାରନୁ ନିଜର କଉଲିକ୍‌ ବୁରତି ଶିଖିଛନ୍‌। ହେଲେ ନିଜର କଉଲିକ୍‌ ବୁରତିର ଚାହିଦା ନିଜର ଅଂଚଲରେ ବିଶେଷ ନଁାଇଁନ। ଏନ୍‌ତାଥି କମେଇ ଖାଏବାର ଲାଗି ସେ ଫିବଛର ଅକ୍ଟୋବର, ନଭେମ୍ବର ହେଲେ କୁଟୁମବସିଆ ଓଡ଼ିଶାକେ ପଲେଇ ଆସୁଛନ୍‌। ଦିନ୍‌ଯାକ ଝାଲବୁହା ପରିଶ୍‌ରମ କରି କୁଡି, ଟଂଗିଆ, ଚଟୁ, ନଲା ଲେଖେଁ ଲୁହା ସାମାନ ତିଆରି ବିକାଭଂଗା କରୁଛନ୍‌। ଯାହା କମାନି ହେଉଛେ ସେଥ୍‌ରେ ପରିବାର ଆରାମରେ ଚଲୁଛେ। ଦିନାକେତେ ହେଲା ହୀରାଲାଲ ବରପାଲି ତହସିଲ ଛକ୍‌ ପାସେ ନିଜର ଡେରା ପକେଇ ବେପାର କରୁଛନ୍‌। ଇ ବୁଲା ବେପାର ବାବ୍‌ଦେ ତାହାକୁ ପଚ୍‌ରାଲାରୁ ଆଗିଅଁା ଆମେ ଗରିବ୍‌ ଲୋକ୍‌, ଜମିବାଡ଼ି, ସଁପତି ବଲି କିଛି ନାଇଁ। ଫିଦିନ ବାହାଜାଂଗଲ ମାଜି ପେଟ୍‌ର ଲାଗି ଦାନା ଯୁଗାଡ଼ କରୁଛୁଁ। ଇ ସରକାରୀ ସାହାଯ୍‌ ସବୁ ଚୁଛା କଥା। ମିଲୁଥିଲେ ଆମେ ବାରବୁଲା ଜୀବନ୍‌ ବିତେଇ କାଏଁଯେ ଶୀତ କାକର ଖାଏତୁଁ ବଲି ସେ କହିଥିଲେ।