ରାସ୍ତା ମରାମତି ଦାବି

ତାଳଚେର,୧୧ା୧୦(ନି.ପ୍ର.)- ୧୪୯ ନମ୍ବର ଜାତୀୟ ରାଜପଥର ବହ୍ଲର ଛକ ଠାରୁ ଚାଇଁପାଳ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡିଛି। ବଡ଼ ବଡ଼ ଖାଲ ଯୋଗୁ ପ୍ରତ୍ୟେହ ସ୍କୁଲ, କଲେଜ ଛାତ୍ରୀଛାତ୍ର, ବାଇକ୍‌ ଆରୋହୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବର୍ଷାହେଲେ ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ ହୋଇପଡୁଛି। ଖାଲରେ ପାଣି ଭର୍ତ୍ତି ହୋଇଯିବା ଦ୍ୱାରା ଦୁର୍ଘଟଣା ସଂଖ୍ୟା ବଢି ଚାଲିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ତାଳଚେର ଉପଜିଲାପାଳଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କିଛି ସୁଫଳ ମିଳୁ ନାହିଁ ବୋଲି ଅଞ୍ଚଳବାସୀ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି। ସନ୍ଥପଡା ସରପଞ୍ଚ ରିନା ବେହେରା, ସହଦେବ ସାହୁ, ପୁଲିନ ବିହାରୀ ନାୟକ ଓ ଅନ୍ୟମାନେ ଏହି ଅଭିଯୋଗ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।