ରାସ୍ତା ମଝିରେ ଶିଶୁଙ୍କୁ ପାଠ ପଢ଼ାଇଲେ,ଖାଦ୍ୟ ଦେଲେ

ଭୋଗରାଇ,୧୬।୧୧(ଡି.ଏନ.ଏ.): ଅଙ୍ଗନୱାଡିି କର୍ମୀ ଶିଶୁମାନଙ୍କୁ ନେଇ ସ୍କୁଲ ସମ୍ମୁଖ ରାସ୍ତା ମଝିରେ ପାଠ ପଢ଼ାଇବା ଏବଂ ସେଠାରେ ସେମାନଙ୍କୁ ମଧ୍ୟାହ୍ନଭୋଜନ ଖାଇବାକୁ ଦେବା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଶୁଭନନ୍ଦୀପୁର ଗାଁରେ।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଅଙ୍ଗନୱାଡି କର୍ମୀ ଓ ନବନିଯୁକ୍ତ ସହାୟିକାଙ୍କ ସହିତ ଶିଶୁମାନେ ଅଙ୍ଗନୱାଡିି କେନ୍ଦ୍ର ମୁଖ୍ୟ ଫାଟକଠାରେ ଉପସ୍ଥିତ ହୋଇ ଗେଟ୍‌ରେ ତାଲା ପଡ଼ିଥିବା ଦେଖିଥିଲେ। ଅଙ୍ଗନୱାଡି କେନ୍ଦ୍ର ମୁଖ୍ୟ ଫାଟକଠାରେ ଏକ ଗୋଷ୍ଠୀ ସେମାନଙ୍କୁ ଭିତରକୁ ଛଡ଼ାଯିବନାହିଁ ବୋଲି ରୋକଠୋକ୍‌ ମନା କଲେ। ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ଆସି ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ସମ୍ମୁଖରେ ପ୍ରତିବାଦ କରି ଗେଟ୍‌ ଖୋଲିବାକୁ ଜିଦ୍‌ ଧରିଲେ। ଏହି ଅଙ୍ଗନୱାଡି କେନ୍ଦ୍ରଟି ସ୍କୁଲ ଗୃହ ପରିସରରେ ଥିବାରୁ ସ୍କୁଲର ପ୍ରଧାନଶିକ୍ଷକଙ୍କ ସହିତ ଛାତ୍ରୀଛାତ୍ରମାନେ ଭିତରକୁ ପଶି ପାରି ନ ଥିଲେ। ପରେ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ଭିତରକୁ ଯିବାକୁ ପଡ଼ିଥିବା ତାଲା ଖୋଲା ହେଲା। କିନ୍ତୁ ଅଙ୍ଗନୱାଡିି କେନ୍ଦ୍ରକୁୁ ଶିଶୁମାନଙ୍କୁ ଛଡ଼ାଗଲା ନାହଁି। ଫଳରେ ସେଠାରେ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଦୀର୍ଘ ସମୟ ଧରି ପ୍ରଧାନଶିକ୍ଷକଙ୍କ ସହିତ ଗ୍ରାମବାସୀଙ୍କର କଥା କଟାକଟି ଲାଗିବା ଫଳରେ ଅଙ୍ଗନୱାଡିି କର୍ମୀ ନବନିଯୁକ୍ତ ସହାୟିକା ଓ ଶିଶୁମାନଙ୍କୁ ନେଇ ସ୍କୁଲ ସମ୍ମୁଖ ରାସ୍ତା ମଝିରେ ପାଠ ପଢ଼ାଇଥିଲେ ଏବଂ ଶିଶୁମାନଙ୍କୁ ମଧ୍ୟାହ୍ନଭୋଜନ ଖୁଆଇଥିଲେ।
ଗତ ୧୪ ତାରିଖରେ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡିି କେନ୍ଦ୍ରରେ ଖାଲି ପଡ଼ିଥିବା ସହାୟିକା ନିଯୁକ୍ତି ନିମନ୍ତେ ଗ୍ରାମରେ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ଭିତ୍ତିରେ ମିନତୀ ସାହୁ ନିର୍ବାଚିତ ହେବା ପରେ ଗ୍ରାମର ଅନ୍ୟ ଏକ ଗୋଷ୍ଠୀ ଏହି ନିର୍ବାଚନକୁ ବିରୋଧ କରି ମଙ୍ଗଳବାର ସ୍କୁଲ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଅବିଳମ୍ବେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଖୋଲିବା ସହ ନୂତନ ନିଯୁକ୍ତି ପାଇଥିବା ସହାୟିକାଙ୍କୁ କାର୍ଯ୍ୟରେ ନିୟୋଜିତ କରି ସୁସ୍ଥ ବାତାବରଣ ଫେରାଇ ଆଣିବାକୁ ଗ୍ରାମବାସୀମାନେ ପଶ୍ଚିମବଙ୍ଗକୁ ଲାଗିଥିବା ସୋହରିଆ-ଗଣେଶ୍ୱରପୁର ରାସ୍ତାକୁ ୨ ଘଣ୍ଟା ଅବରୋଧ କରି ପ୍ରତିବାଦ କରିଥିଲେ। ଅପରପକ୍ଷରେ ନବନିଯୁକ୍ତ ସହାୟିକାଙ୍କୁ କାର୍ଯ୍ୟରୁ ଅନ୍ତର କରା ନ ଗଲେ ତାଲା ଖୋଲାଯିବ ନାହଁି ବୋଲି ଅନ୍ୟ ଏକ ଗୋଷ୍ଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri