ରାସ୍ତା ମଝିରେ ଶିଶୁଙ୍କୁ ପାଠ ପଢ଼ାଇଲେ,ଖାଦ୍ୟ ଦେଲେ

ଭୋଗରାଇ,୧୬।୧୧(ଡି.ଏନ.ଏ.): ଅଙ୍ଗନୱାଡିି କର୍ମୀ ଶିଶୁମାନଙ୍କୁ ନେଇ ସ୍କୁଲ ସମ୍ମୁଖ ରାସ୍ତା ମଝିରେ ପାଠ ପଢ଼ାଇବା ଏବଂ ସେଠାରେ ସେମାନଙ୍କୁ ମଧ୍ୟାହ୍ନଭୋଜନ ଖାଇବାକୁ ଦେବା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଶୁଭନନ୍ଦୀପୁର ଗାଁରେ।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଅଙ୍ଗନୱାଡି କର୍ମୀ ଓ ନବନିଯୁକ୍ତ ସହାୟିକାଙ୍କ ସହିତ ଶିଶୁମାନେ ଅଙ୍ଗନୱାଡିି କେନ୍ଦ୍ର ମୁଖ୍ୟ ଫାଟକଠାରେ ଉପସ୍ଥିତ ହୋଇ ଗେଟ୍‌ରେ ତାଲା ପଡ଼ିଥିବା ଦେଖିଥିଲେ। ଅଙ୍ଗନୱାଡି କେନ୍ଦ୍ର ମୁଖ୍ୟ ଫାଟକଠାରେ ଏକ ଗୋଷ୍ଠୀ ସେମାନଙ୍କୁ ଭିତରକୁ ଛଡ଼ାଯିବନାହିଁ ବୋଲି ରୋକଠୋକ୍‌ ମନା କଲେ। ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ଆସି ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ସମ୍ମୁଖରେ ପ୍ରତିବାଦ କରି ଗେଟ୍‌ ଖୋଲିବାକୁ ଜିଦ୍‌ ଧରିଲେ। ଏହି ଅଙ୍ଗନୱାଡି କେନ୍ଦ୍ରଟି ସ୍କୁଲ ଗୃହ ପରିସରରେ ଥିବାରୁ ସ୍କୁଲର ପ୍ରଧାନଶିକ୍ଷକଙ୍କ ସହିତ ଛାତ୍ରୀଛାତ୍ରମାନେ ଭିତରକୁ ପଶି ପାରି ନ ଥିଲେ। ପରେ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ଭିତରକୁ ଯିବାକୁ ପଡ଼ିଥିବା ତାଲା ଖୋଲା ହେଲା। କିନ୍ତୁ ଅଙ୍ଗନୱାଡିି କେନ୍ଦ୍ରକୁୁ ଶିଶୁମାନଙ୍କୁ ଛଡ଼ାଗଲା ନାହଁି। ଫଳରେ ସେଠାରେ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଦୀର୍ଘ ସମୟ ଧରି ପ୍ରଧାନଶିକ୍ଷକଙ୍କ ସହିତ ଗ୍ରାମବାସୀଙ୍କର କଥା କଟାକଟି ଲାଗିବା ଫଳରେ ଅଙ୍ଗନୱାଡିି କର୍ମୀ ନବନିଯୁକ୍ତ ସହାୟିକା ଓ ଶିଶୁମାନଙ୍କୁ ନେଇ ସ୍କୁଲ ସମ୍ମୁଖ ରାସ୍ତା ମଝିରେ ପାଠ ପଢ଼ାଇଥିଲେ ଏବଂ ଶିଶୁମାନଙ୍କୁ ମଧ୍ୟାହ୍ନଭୋଜନ ଖୁଆଇଥିଲେ।
ଗତ ୧୪ ତାରିଖରେ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡିି କେନ୍ଦ୍ରରେ ଖାଲି ପଡ଼ିଥିବା ସହାୟିକା ନିଯୁକ୍ତି ନିମନ୍ତେ ଗ୍ରାମରେ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ଭିତ୍ତିରେ ମିନତୀ ସାହୁ ନିର୍ବାଚିତ ହେବା ପରେ ଗ୍ରାମର ଅନ୍ୟ ଏକ ଗୋଷ୍ଠୀ ଏହି ନିର୍ବାଚନକୁ ବିରୋଧ କରି ମଙ୍ଗଳବାର ସ୍କୁଲ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଅବିଳମ୍ବେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଖୋଲିବା ସହ ନୂତନ ନିଯୁକ୍ତି ପାଇଥିବା ସହାୟିକାଙ୍କୁ କାର୍ଯ୍ୟରେ ନିୟୋଜିତ କରି ସୁସ୍ଥ ବାତାବରଣ ଫେରାଇ ଆଣିବାକୁ ଗ୍ରାମବାସୀମାନେ ପଶ୍ଚିମବଙ୍ଗକୁ ଲାଗିଥିବା ସୋହରିଆ-ଗଣେଶ୍ୱରପୁର ରାସ୍ତାକୁ ୨ ଘଣ୍ଟା ଅବରୋଧ କରି ପ୍ରତିବାଦ କରିଥିଲେ। ଅପରପକ୍ଷରେ ନବନିଯୁକ୍ତ ସହାୟିକାଙ୍କୁ କାର୍ଯ୍ୟରୁ ଅନ୍ତର କରା ନ ଗଲେ ତାଲା ଖୋଲାଯିବ ନାହଁି ବୋଲି ଅନ୍ୟ ଏକ ଗୋଷ୍ଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri