ରାସ୍ତା ମଝିରେ ଅନୁଷ୍କାଙ୍କୁ ଛାଡ଼ି ପଳାଇଥିଲେ ବିରାଟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ କ୍ରିକେଟର ସ୍ବାମୀ ବିରାଟ କୋହଲି ବେଶ୍‌ ସୁନ୍ଦର ତଥା ଚର୍ଚ୍ଚିତ ଯୋଡ଼ି। କିଛି ନା କିଛି ଘଟଣାକୁ ନେଇ ଏହି ଦୁଇଜଣ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଲକ୍‌ଡାଉନ୍‌ ସମୟରେ ବିରାଟ ଅନୁଷ୍କାଙ୍କ ବିଷୟରେ କିଛି କଥା କହି ସର୍ବଦା ଚର୍ଚ୍ଚାରେ ରହୁଛନ୍ତି। ଏବେ ଅନୁଷ୍କାଙ୍କ ବିଷୟରେ ବିରାଟ ଆଉ ଏକ ମଜାଳିଆ କଥା କହିଛନ୍ତି। ଏହା ମଧ୍ୟ କହିଛନ୍ତି, ଅନୁଷ୍କା ଏଥିପାଇଁ ତାଙ୍କ ସହ କଥା ମଧ୍ୟ ବନ୍ଦ କରିଦେଇଥଲେ।


ନିକଟରେ ବିରାଟ କୋହଲି ଫୁଟବଲ ତାରକା ସୁନୀଲ ଛେତ୍ରୀଙ୍କ ସହ ଲାଇଭ୍‌ ଚାଟ୍‌ କରିଥିଲେ। ଏହି ସମୟରେ ସେ ଅନୁଷ୍କାଙ୍କ ସହ ଜଡ଼ିତ ଅନେକ କଥା କହିଥିଲେ। ବିରାଟ ସୁନୀଲ ଛେତ୍ରୀଙ୍କୁ ତାଙ୍କ ଭୁଟାନ ଯାତ୍ରା ସହ ଜଡ଼ିତ ଏକ ମଜାଳିଆ କଥା କହିଛନ୍ତି ଏବଂ ଏହା ପରେ ଅନୁଷ୍କା ତାଙ୍କ ସହ କଥାବାର୍ତ୍ତା କରି ନ ଥିଲେ ବୋଲି କହିଛନ୍ତି। ଲାଇଭ୍‌ ଚାଟ୍‌ରେ ସୁନୀଲ ଛେତ୍ରୀ ବିରାଟଙ୍କୁ ପଚାରିଥିଲେ ଭୁଟାନରେ କ’ଣ ଘଟିଛି ଯେ ତୁମେ ତୁମ ସ୍ତ୍ରୀଙ୍କୁ ରାସ୍ତାରେ ଛାଡ଼ି ପଳାଇଥିଲ?

ସୁନୀଲଙ୍କ ଏହି ପ୍ରଶ୍ନର ଉତ୍ତରରେ ବିରାଟ କହିଛନ୍ତି, ଆମେ ବାଇକ୍‌ରେ ଭୁଟାନ୍‌ ଯାଇଥିଲୁ। ଏହି ସମୟରେ ସେଠାକୁ ବହୁ ଭାରତୀୟ ପର୍ଯ୍ୟଟକ ଆସିଥିଲେ। ଏହି ଭିଡ଼ ଭିତରେ କେହି ଜଣେ କହିଲେ ଇୟେ ତ ବିରାଟ କୋହଲି ପରି ଲାଗୁଛନ୍ତି। ଏହି ସମୟରେ ମୋ’ର ଧାରଣା ନ ଥିଲା ଯେ, ଅନୁଷ୍କା ମୋ’ ସହିତ ଅଛନ୍ତି ବୋଲି। ମଁୁ ତାଙ୍କୁ ଛାଡ଼ି ଖୁବ୍‌ ଜୋର୍‌ରେ ବାଇକ୍‌ ଚଳାଇ ବହୁ ଆଗକୁ ପଳାଇଥିଲି। ଏହା ପରେ ଯେତେବେଳେ ମୁଁ ଅନୁଷ୍କାଙ୍କ ପାଖରେ ପହଞ୍ଚିଲି ସେ ମୋ’ ସହିତ କଥାବାର୍ତ୍ତା କଲେ ନାହିଁ। ବିରାଟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ୟୁଜରମାନେ ଏହି ଭିଡିଓଙ୍କୁ ବହୁମାତ୍ରାରେ ପସନ୍ଦ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri