ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା; ଖୁବ୍‌ଶୀଘ୍ର ପର୍ଦ୍ଦାଫାଶ କରିବ ପୋଲିସ

ଅନୁଗୋଳ ଅଫିସ, ୧୧।୧୧:  ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ତ୍ରିପୁରା ନାଏକ(୧୯)ଙ୍କ ମୃତଦେହ ସାକସିଙ୍ଗା ରାସ୍ତା ପାର୍ଶ୍ୱରୁ ଶୁକ୍ରବାର ଅନୁଗୋଳ ପୋଲିସ ଉଦ୍ଧାର କରିବା ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରିବାର ଲୋକଙ୍କ ହତ୍ୟା ଅଭିଯୋଗକୁ ଆଧାର କରି ଅଧିକ ଖୋଳତାଡ଼ ଚଳାଇଥିବା ପୋଲିସ ଇତିମଧ୍ୟରେ ପରିବାର ଓ କେତେଜଣ ସମ୍ପର୍କୀୟଙ୍କୁ ପଚରାଉଚରା କରିସାରିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିସାରିଥିବାରୁ ତଦନ୍ତର ଦିଗ ମଧ୍ୟ ସ୍ଥିର ହୋଇସାରିଛି। ତେଣୁ ଖୁବ୍‌ଶୀଘ୍ର ଘଟଣା ଉପରୁ ପୋଲିସ ପରଦା ଉଠାଇବ ବୋଲି ସୂଚନା ମିଳିଛି।
ପ୍ରକାଶ ଯେ, ଭୁବନେଶ୍ୱରରେ ଏକ କମ୍ପାନୀରେ ମେଶିନ୍‌ ଅପରେଟର ଭାବେ କାର୍ଯ୍ୟ କରୁଥିବା ଗୁରଙ୍ଗ ଗ୍ରାମର ତ୍ରିପୁରା ଗତ ୪ ତାରିଖରେ ନିଜ ମୋଟରସାଇକେଲ ସଜାଡ଼ିବା ସହ ଅନ୍ୟ କେତେକ କାର୍ଯ୍ୟରେ ଅନୁଗୋଳ ଯାଉଥିବା କଥା ଘରେ କହିଥିଲେ। ତେବେ ରାତିରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ପ୍ରଥମେ ବନ୍ତଳା ଥାନାରେ ନିଖୋଜ ଅଭିଯୋଗ କରିଥିଲେ। କିନ୍ତୁ ଗତ ୮ ତାରିଖରେ ସାକସିଙ୍ଗା-ଘୁଷାପାଳ ରାସ୍ତା ପାର୍ଶ୍ୱରୁ ତ୍ରିପୁରାଙ୍କ ଗଳିତ ମୃତଦେହ ମିଳିବା ପରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଥିଲା। ମୃତ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ପୋଲିସ ତଦନ୍ତକୁ ଦିଗ ମିଳୁ ନ ଥିଲା। ତଥାପି ପରିବାର ଓ ସମ୍ପର୍କୀୟଙ୍କୁ ପୋଲିସ ପଚରାଉଚରା ଚଳାଇଥିଲା। ଏବେ ବ୍ୟବଚ୍ଛେଦ ରିପୋର୍ଟ ପୋଲିସ ନିକଟରେ ପହଞ୍ଚି ସାରିଥିବାରୁ ସେହି ଆଧାରରେ ତଦନ୍ତ ଆଗକୁ ବଢ଼ିଛି। କେଉଁ ପରିସ୍ଥିତିରେ ତ୍ରିପୁରାଙ୍କ ମୃତ୍ୟୁ ହେଲା ଓ ତାଙ୍କ ବାଇକ୍‌ ଏବେ କେଉଁଠି ତାହା ଜାଣିବାକୁ ପୋଲିସ ଉଦ୍ୟମ ଜାରି ରଖିଥିବା ବେଳେ କରିଥିବା ପଚରାଉଚରାରୁ ଏ ନେଇ କିଛି ତଥ୍ୟ ମିଳିଛି। ଏହାଛଡ଼ା ପରିବାର ଲୋକେ କରିଥିବା ହତ୍ୟା ଅଭିଯୋଗ ମଧ୍ୟ ଦୃଢ଼ ହୋଇଛି। ତେଣୁ ଖୁବ୍‌ଶୀଘ୍ର ପୂରା ଘଟଣା ଉପରୁ ପୋଲିସ ପରଦା ହଟାଇବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri