ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ ପ୍ରସଙ୍ଗ: ଗ୍ରାମବାସୀଙ୍କ ସହ ଆଲୋଚନା ପରେ ପୁଣି ପଡିଲା ପିଚୁ

ଗଞ୍ଜାମ,୧।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅଳେଶ୍ୱର ପୀଠଠାରୁ ଭୟା ପ୍ରୟାଗୀ ଗ୍ରାମ ଦେଇ ସାହେବ ପାଳୁରୁ କେନାଲ ବ୍ରିଜ଼ ପର୍ଯ୍ୟନ୍ତ ପ୍ରାୟ ଅଢେଇ କିଲୋମିଟର ରାସ୍ତା ୩୫ ଲକ୍ଷ୍ୟ ବ୍ୟୟରେ ନବ ନିର୍ମିତ ଆର୍ଡି ରୋଡ଼ ନିର୍ମାଣ ହୋଇଥିଲା। ମାତ୍ର ଏହି ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏସଡିଓ ପି. ସି. ବେହେରା ଘଟଣା ସ୍ଥଳ ପରିଦର୍ଶନ କରବା ସହ ଏ ନେଇ ପ୍ରୟାଗୀ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପରେ ରାସ୍ତାରେ ପିଚୁ ପକାଇବା ପାଇଁ ଠିକା ନେଇଥିବା ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏସ୍‌ଡିପିଓଙ୍କ ନିର୍ଦେଶ ପରେ ଉକ୍ତ ରାସ୍ତାରେ ପୁଣି ଠିକାଦାର ପିଚୁ ପକାଇଥିବା ଦେଖିବାକୁ ମିଳିଛ । ଏସ୍‌ଡିପିଓଙ୍କ ଏହି ପଦକ୍ଷେପକୁ ଗ୍ରାମବାସୀ ଭୁୟସୀ ପ୍ରଂଶସା କରିଛନ୍ତି ।