ରାସ୍ତା ଅବରୋଧ କରି ୨୩ ଗିରଫ : ନିଖୋଜଙ୍କ ପତ୍ତା ମିଳୁ ନ ଥିବାରୁ କରିଥିଲେ ଆନ୍ଦୋଳନ

ରାଇକିଆ,୪ା୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ଜଣେ ଯୁବକ ଗତ ମାସ ୧୫ ତାରିଖରୁ ନିଖୋଜ ଅଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଯୁବକଙ୍କ ସମ୍ପର୍କରେ ପତ୍ତା ଲଗାଇବାରେ ପୋଲିସ ସହଯୋଗ କରୁ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହା ପ୍ରତିବାଦରେ ରାସ୍ତା ଅବରୋଧ କରାଯାଇଥିଲା। ଆଇନଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ୨୩ ଜଣଙ୍କୁ ପୋଲିସ ଗିରଫ କରିଛି।
ରାଇକିଆ କନ୍ୟାଶ୍ରମ ସାହିର ଶୁଭେନ୍ଦୁ ମଲିକ(୨୨) ଗତ ୧୫ ତାରିଖରୁ ନିଖୋଜ ଅଛନ୍ତି। ପରିବାର ଲୋକେ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିବା ସହ ବନ୍ଧୁବାନ୍ଧବଙ୍କ ଘରେ ପଚାରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିଲାନି। ତେଣୁ ୨୫ ତାରିଖରେ ଏ ନେଇ ରାଇକିଆ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏକ ମାମଲା ରୁଜୁ କରିଥିଲା। ହେଲେ ଶୁଭେନ୍ଦୁଙ୍କୁ ଖୋଜି ବାହାର କରିବାରେ ପୋଲିସ ଅବହେଳା କରୁଥିବା ଦର୍ଶାଇ ପରିବାର ଲୋକଙ୍କ ସମେତ ସାହିବାସିନ୍ଦା ସୋମବାର ରାସ୍ତା ଅବରୋଧ କରିଥିଲେ। ଆନ୍ଦୋଳନକାରୀଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ। ସକାଳ ପ୍ରାୟ ୮ଟାରୁ ୧୧ଟା ପର୍ଯ୍ୟନ୍ତ ରାଇକିଆ ଥାନା ସମ୍ମୁଖ ରାଇକିଆ-ବାଲିଗୁଡ଼ା-ଜି.ଉଦୟଗିରି ରାସ୍ତା ଅବରୋଧ କରାଯିବାରୁ ଯାନବାହନ ଚଳାଚଳ ବନ୍ଦ ରହିଥିଲା ା ଖବରପାଇ ଜି.ଉଦୟଗିରି ଏସଡ଼ିପିଓ ଜୟକୃଷ୍ଣ ବେହେରା, ଟିକାବାଲି ଥାନାଧିକାରୀ ରେବତୀ ଶବର, ସାରଙ୍ଗଡ଼ ଥାନାଧିକାରୀ ଅନିତା କିଡ଼ୋ, ରାଇକିଆ ଥାନାଧିକାରୀ ସମୀର ରାଉତ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ଶୁଭେନ୍ଦୁଙ୍କ ସମ୍ପର୍କରେ ସୂଚନା ନ ଦେଲେ ରାସ୍ତାରୁ ଉଠିବୁନି ବୋଲି ସେମାନେ ଜିଦ୍‌ ଧରିଥିଲେ। ଏଣୁ ଥାନା ପରିସରରେ ଆଲୋଚନା କରାଯିବ ବୋଲି କୁହାଯିବାରୁ ରାସ୍ତାରୋକୋ ହଟିଥିଲା। ପରେ ୨୩ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରିଥିଲା। ନିଖୋଜ ଘଟଣାର ତଦନ୍ତ ସମ୍ପର୍କରେ ବୁଝାଇବା ସତ୍ତ୍ୱେ ରାସ୍ତାରୋକୋ ନ ହଟିବା, ଆଇନଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ୨୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଜୟକୃଷ୍ଣ ବେହେରା କହିଛନ୍ତି। ଅନ୍ୟପକ୍ଷରେ ଶୁଭେନ୍ଦୁ ନିଖୋଜ ଘଟଣାରେ ଯେଉଁମାନଙ୍କୁ ସନ୍ଦେହ କରାଯାଉଛି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପୋଲିସ ବିଳମ୍ବ କରୁଥିବା ନେଇ ରାସ୍ତା ଅବରୋଧ କରାଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ପ୍ରତିଶ୍ରୁତି ରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ବିଡିଓ: ଉଠା ଦୋକାନୀଙ୍କୁ ମିଳିବ ନ୍ୟାୟ

ଦାରିଙ୍ଗବାଡି,୧୪।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଉଠା ଦୋକାନୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ ଘଟଣା ପରେ ସ୍ଥାନୀୟ ପ୍ରଶାସନ ଥଇଥାନ ପାଇଁ ପଦକ୍ଷେପ ଜୋରଦାର ଆରମ୍ଭ ହୋଇଯାଇଛି।…

ନିଶାମୁକ୍ତ ହେବ ସୋନପୁର ଅଞ୍ଚଳ: ବସିଲା ବୈଠକ, ଏକାଠି ହେଲେ ମହିଳା ସଂଗଠନ, ଦେଲେ ଚେତାବନୀ

ଦାରିଙ୍ଗବାଡି, ୧୩।୨ (ଅରୁଣ ସାହୁ): ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ପାଉଛି ।  ଅବାଧରେ ବିକ୍ରିବଟା ମଧ୍ୟ ଚାଲିଛି । ଏହି ବ୍ୟବସାୟ କରୁଥିବା ଲୋକଙ୍କ…

ତାତିଲେ ଉଠା ଦୋକାନୀ, ଘେରିଲେ ତହସିଲ କାର୍ଯ୍ୟାଳୟ: ପ୍ରତିଶ୍ରୁତି ଦେଲା ପ୍ରଶାସନ

ଦାରିଙ୍ଗବାଡି, ୧୩।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ କଡ଼ରେ ଉଠା ଦୋକାନୀଙ୍କୁ ଜବରଦଖଲ ଉଚ୍ଛେଦ କରାଯାଇଛି। କିନ୍ତୁ ସମସ୍ତ ଉଠା…

୨୦୨୬ବଜେଟ ଉପସ୍ଥାପନା ସହ ଭାଜପାର ସମର୍ପଣ ଦିବସ ପାଳିତ, ସରକାରଙ୍କ ଭିବି-ଜି-ରାମଜୀ ଯୋଜନା ସମ୍ପର୍କରେ ଆଲୋଚନା

ଦାରିଙ୍ଗବାଡି, ୧୨।୨ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଭାଜପାର ଶକ୍ତିକେନ୍ଦ୍ର ଠାରେ ଚଳିତ ବଜେଟ ଉପସ୍ଥାପନା ଏବଂ ଭାଜପାର ସମର୍ପଣ ଦିବସ ପାଳିତ…

ଓ୍ବାଶିଂ ମେଶିନରେ ନିଆଁ ଲାଗି ୨ ମହଲାକୁ ବ୍ୟାପିଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଦାରିଙ୍ଗବାଡ଼ି,୧୨ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ବଜାରରେ ଏକ ୩ ମହଲା କୋଠାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟ ହୋଇଥିବା ଜଣାପଡ଼ିଛି।…

ଷ୍ଟ୍ରବେରୀ ତୋଳିଲେ ଉପମୁଖ୍ୟମନ୍ତ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରୟାସକୁ ପ୍ରଶଂସା କରି କହିଲେ…

ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି…

ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri